Latest Odisha News

BREAKING NEWS

ସ୍ଥଗିତ ହେଲା ଜାପାନ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ

ନୂଆଦିଲ୍ଲୀ: ସୂଚନା ଅନୁଯାୟୀ ଭାରତରେ କୋଭିଡ୍‌ ସଂକ୍ରମଣ ପ୍ରଭାବକୁ ଦୃଷ୍ଟିରେ ରଖି ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଡେ ସୁଗା ଭାରତ ଏବଂ ଫିଲିପାଇନ୍ସ ଗସ୍ତ ଯୋଜନାକୁ ସ୍ଥଗିତ ରଖିଛନ୍ତି। ରିପୋର୍ଟ ଅନୁଯାୟୀ ପିଏମ୍‌ ସୁଗା ଗସ୍ତ ବଦଳରେ କରୋନାଭାଇରସ୍ ମାମଲାରେ ସମ୍ପ୍ରତି ବୃଦ୍ଧି ଘଟିବା…

କ୍ରିକେଟର ଧୋନିଙ୍କ ବାପା, ମାଆ କରୋନା ପଜିଟିଭ୍

ରାଞ୍ଚି: କ୍ରିକେଟର ମହେନ୍ଦ୍ର ସିଂହ ଧୋନିଙ୍କ ବାପା, ମାଆ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସେମାନଙ୍କୁ ରାଞ୍ଚିର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବୁଧବାର ଧୋନିଙ୍କ ପାତି ପାନ ସିଂହ ଓ ମାତା ଦେବିକା ଦେବୀ ବାରିୟାତୁ ରୋଡ୍ ସ୍ଥିତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।…

ବଲାଙ୍ଗିର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ଗସ୍ତରେ ପୋଲିସ ଡିଜି

ଭୁବନେଶ୍ୱର: ତିନିଟି ଜିଲ୍ଲା ଗସ୍ତରେ ଯାଇଛନ୍ତି ପୋଲିସ ଡିଜି ଅଭୟ । ପ୍ରଥମେ ସେ ବଲାଙ୍ଗିର ଜିଲ୍ଲାରେ ପହଞ୍ଚିଥିଲେ । ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ଜିଲ୍ଲାରେ କୋଭିଡ୍ ସ୍ଥିତି ନେଇ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ପୋଲିସ ଡିଜି । ଏସ୍‌ପିଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହ…

କଟକ: ଆଉ ଜଣେ କୁମ୍ଭମେଳା ଫେରନ୍ତା କରୋନା ପଜିଟିଭ

କଟକ: ହରିଦ୍ୱାରରୁ କଟକ ସହରରେ ପହଞ୍ଚିଥିବା ଜଣେ ସାଧୁ କୋଭିଡ୍‌ ପଜିଟିଭ୍ ଚିହ୍ନଟ ହେବା ପରେ ବୁଧବାର ସଂକ୍ରମିତ କୁମ୍ଭ ମେଳା ଫେରନ୍ତାଙ୍କ ସଂଖ୍ୟା ୧୪ କୁ ବୃଦ୍ଧି ପାଇଛି। ଏ ନେଇ କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି) ଦ୍ୱାରା ସୂଚନା ଦିଆଯାଇଛି। ମଙ୍ଗଳବାର ଦିନ ହରିଦ୍ୱାରର ୧୩…

ହାଇଦର ଫେରାର ଘଟଣାରେ ସମ୍ୱଲପୁର ରିଜର୍ଭ ଇନିସପେକ୍ଟରଙ୍କୁ ବଦଳି

ସମ୍ୱଲପୁର: କଟକ ଏସସିବି ସର୍ଜରୀ ଓ୍ୱାର୍ଡରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍ ଘଟଣାରେ କାର୍ୟ୍ୟାନୁଷ୍ଠାନ ଜାରି ରହିଛି । ଗତକାଲି ଦୁଇ ପୋଲିସ କର୍ମଚାରୀ ଗିରଫ ହୋଇଥିବା ବେଳେ ସମ୍ୱଲପୁର ରିଜର୍ଭ ଇନିସପେକ୍ଟରଙ୍କୁ ବଦଳି କରାଯାଇଛି । ତାଙ୍କ ନାଁ ମଧୁସୂଦନ ମହାପାତ୍ର । ତାଙ୍କୁ ବୌଦ୍ଧ ଜିଲ୍ଲାକୁ…

କୋଭିଡ୍ ରେଡ୍ ଜୋନରେ ରାଜ୍ୟର ୧୧ ଜିଲ୍ଲା, ପଶ୍ଚିମ ସହ ଉପକୂଳରେ ମାଡ଼ୁଛି ମହାମାରୀ

ଭୁବନେଶ୍ୱର: ମହାମାରୀ କୋଭିଡ୍ ସଂକ୍ରମଣ ସ୍ଥିତି ଦିନକୁ ଦିନ ରାଜ୍ୟରେ ବେକାବୁ ହେବାରେ ଲାଗିଛି । ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ରାତ୍ରୀକାଳୀନ କର୍ଫ୍ୟୁ ସହ ସହରାଞ୍ଚଳରେ ସଟଡାଉନ୍ ଲାଗୁ କରିଛନ୍ତି । ତଥାପି ଛତିଶଗଡ଼ ଓ ଝାଡ଼ଖଣ୍ଡ ଜିଲ୍ଲା ସହ ଉପକୂଳ ଜିଲ୍ଲାରେ କରୋନା ସଂକ୍ରମଣ…

ଅଭିନେତ୍ରୀ ହିନା ଖାନଙ୍କ ପିତାଙ୍କ ପରଲୋକ

ମୁମ୍ବାଇ: ମଙ୍ଗଳବାର ଦିନ ଲୋକପ୍ରିୟ ଅଭିନେତ୍ରୀ ହିନା ଖାନଙ୍କ ପିତାଙ୍କ ହୃଦଘାତରେ ପରଲୋକ ହୋଇଥିବା ସୂଚନା ମିଳିଛି। ଏକ ମ୍ୟୁଜିକ୍ ଭିଡିଓ ସୁଟିଂ ପାଇଁ କାଶ୍ମୀର ଯାଇଥିଲେ ହିନା। ପିତାଙ୍କ ଦେହାନ୍ତ ଖବର ଶୁଣିବା ପରେ ତୁରନ୍ତ ମୁମ୍ବାଇ ଫେରି ଆସିଥିବା ଜଣାପଡ଼ିଛି। ପରିବାର ପକ୍ଷରୁ…

ଦେଶରୁ ଦିନକରେ ପାଖାପାଖି ୩ଲକ୍ଷ ପଜିଟିଭ୍, ବିଶ୍ୱରେ ଦ୍ୱିତୀୟ ସର୍ବାଧିକ

ନୂଆଦିଲ୍ଲୀ: ଦେଶରେ କରୋନା କାୟା ବିସ୍ତାର କରି ଚାଲିଛି । ବିଭିନ୍ନ ରାଜ୍ୟରେ ଦୈନିକ ସଂକ୍ରମଣ ଉପରମୁହାଁ । ପାଖାପାଖି ୩ଲକ୍ଷ ଛୁଇଁଲାଣି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଚାରେ ସାରା ଦେଶରୁ ବାହାରିଛନ୍ତି ୨ଲକ୍ଷ ୯୫ହଜାର ୪୧ ନୂଆ ଆକ୍ରାନ୍ତ । କରୋନାର ପ୍ରଥମ ଲହରରେ (୨୦୨୦, ସେପ୍ଟେମ୍ୱର…

ଦୁର୍ଘଟଣା ପରେ ୩୦ ଫୁଟ ତଳକୁ ଖସିଲା ଟ୍ରକ, ହେଲପର୍ ମୃତ

କରଞ୍ଜିଆ: ଭାରସାମ୍ୟ ହରାଇ ଓଲଟିଲା ପ୍ଲାଷ୍ଟିକ ବୋଝେଇ ଟ୍ରକ । ୩୦ ଫୁଟ ତଳକୁ ଖସି ପଡ଼ିଲା । ଦୁର୍ଘଟଣାରେ ହେଲପରର ମୃତ୍ୟୁ ହୋଇଛି । ମୟୂରଭଞ୍ଜ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ଯଶୀପୁର ନିକଟ ଗହିରାବାଙ୍କଠାରେ ଏହି ଦୁର୍ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି ।…

ଆଉ ୫ ମୁଣ୍ଡ ନେଲା କରୋନା, ନୂଆପଡ଼ାରୁ ୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ହୁ ହୁ ହୋଇ ମାଡ଼ି ଚାଲିଛି କରୋନା । ବିଗତ ୨୪ ଘଣ୍ଟାରେ ରାଜ୍ୟରୁ ୪ ହଜାର ୮୫୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ ଜଣଙ୍କ ଜୀବନ ନେଇଛି ମହାମାରୀ । କଟକରୁ ଜଣେ, ମୟୂରଭଞ୍ଜରୁ ଜଣେ, ନୂଆପଡ଼ାରୁ ୨ ଜଣ, ସୁନ୍ଦରଗଡ଼ ଜିଲ୍ଲାର ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥିସହ…