Latest Odisha News

BREAKING NEWS

ଜଲାପୁଟ ଜଳଭଣ୍ଡାରକୁ ଡେଇଁ ମହିଳା ନିଖୋଜ

କୋରାପୁଟ : ପାଣିକୁ ଡେଇଁ ମହିଳା ନିଖୋଜ। ସ୍ୱାମୀଙ୍କ ସାମ୍ନାରେ ସ୍ତ୍ରୀ କୋରାପୁଟ ଜଲାପୁଟ ଜଳଭଣ୍ଡାରକୁ ଡେଇଁ ପଡ଼ିଥିବା ଅଭିଯୋଗ ହୋଇଛି । ଚମ୍ପାପୁଟ ପୋଲ ନିକଟରେ ଏପରି ଅଘଟଣ ହୋଇଛି । ଅଗ୍ନିସମ ବିଭାଗ ଘଟଣାସ୍ଥଳ ରେ ପହଁଚି ମହିଳାଙ୍କୁ ଖୋଜିଖୋଜି କରୁଛି। ସେପଟେ ଏହି ଘଟଣାକୁ ନେଇ ପାଡୁଆ…

ଆସନ୍ତା ଜାନୁଆରୀ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଟିକାକରଣ

ଭୁବନେଶ୍ବର : ମହାମାରୀ କରୋନାର ଭୟାବହତା ଜାରି ରହିଛି । ଭାଇରସକୁ ମାତ ଦେବାକୁ ଜାରି ରହିଛି ଟିକାକରଣ । କିପରି ଏହାର ମୁକାବିଲା କରାଯିବ ସେନେଇ ଅଣ୍ଟା ଭିଡିଛନ୍ତି ସରକାର । ଏଥିପାଇଁ ସାରା ରାଜ୍ୟରେ ଦ୍ରୁତ ଗତିରେ ଚାଲିଛି ଟିକାକରଣ । ତେବେ ଆସନ୍ତା ଜାନୁଆରୀ ପର୍ଯ୍ୟନ୍ତ ରାଜ୍ୟରେ…

ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷଣ ନେଇ ଚିଠା ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ବର : ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷଣ ନେଇ ପ୍ରକାଶ ପାଇଲା ଚିଠା ବିଜ୍ଞପ୍ତି । ୩୦ ଜିଲ୍ଲା ମଧ୍ୟରୁ ପଛୁଆବର୍ଗଙ୍କ ପାଇଁ ୪ ଜିଲ୍ଲା ଅଧ୍ୟକ୍ଷ ପଦ ସଂରକ୍ଷିତ ରହିଛି । ଏହି ଜିଲ୍ଲା ଗୁଡିକ ହେଲା - ଅନୁଗୁଳ, ଖୋର୍ଦ୍ଧା, ଗଜପତି ଓ କେନ୍ଦୁଝର । ୧୨ ଜିଲ୍ଲା ପାଇଁ ଅଧ୍ୟକ୍ଷ ପଦ ଅଣ…

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ନେଇ ଜୟପୁରରେ ରକ୍ତଦାନ ଶିବିରି,୫୦ ୟୁନିଟ ରକ୍ତ ସଂଗ୍ରହ କରାଗଲା

ଜୟପୁର: ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ନେଇ ଆଜି ଜୟପୁର ସହରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀ କାଳରେ ରକ୍ତର ଘୋର ଅଭାବ ଦେଖିଦେଇଛିା କରୋନାକୁ ଭୟ କରି କେହି ରକ୍ତଦାନ କରୁନାହାନ୍ତି । ଫଳରେ ରକ୍ତର ଅଭାବ ଯୋଗୁଁ ଅନେକ ରୋଗୀ ଅକାଳରେ ମୃତ୍ୟୁ ବରଣ କରୁଛନ୍ତି ।ଏହାକୁ…

କଟକରେ ମା’ ଙ୍କୁ ମେଲାଣି

କଟକ : ଆଜି ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମହାମାୟା । କଟକର ବିିଭିନ୍ନ ସ୍ଥାନରେ ମା' ଙ୍କୁ ଦିଆଯାଉଛି ମେଲାଣି। କୋଭିଡ କଟକଣା ମଧ୍ୟରେ କଟକରେ ମା' ଙ୍କ ବିସର୍ଜନ ଚାଲିଛି ।ଖାଁ ଖାଁ ଲାଗୁଛି କଟକର ଦେବୀଗଡ଼ା ପରିବେଶ । ନାଁ ଆଗ ଭଳି ଆଉ ଭିଡ ଅଛି। ନାଁ ଅଛି ପାର୍ବଣର ମାହୋଲ। ମଣ୍ଡପରୁ ମା…

ଆସନ୍ତାବର୍ଷ ସେପ୍ଟେମ୍ବରରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ!

ନୂଆଦିଲ୍ଲୀ: କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲ୍ୟୁଡିସି)ର ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ସୂଚନା ଅନୁଯାୟୀ ନୂତନ ଦଳର ସଭାପତି ନିଯୁକ୍ତ ପାଇଁ ନିର୍ବାଚନ ପ୍ରକ୍ରିୟା ସେପ୍ଟେମ୍ବର ୨୦୨୨ ସୁଦ୍ଧା ଶେଷ ହେବାର ସମ୍ଭାବନା ରହିଛି। ଆସନ୍ତାବର୍ଷ ସେପ୍ଟେମ୍ବର ମାସ ଯାଏ…

୨୦ ଯାଏ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଆସନ୍ତା ୪ ଦିନ ପାଇଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଇଏମ୍‌ଡି ପୂର୍ବାନୁମାନ କରିଛି। ଅକ୍ଟୋବର ୧୬ ଏବଂ ୧୭…

କଟକରେ ଏନକାଉଣ୍ଟର ପରେ ଧରା ପଡ଼ିଲା ଦୁର୍ଦ୍ଦାନ୍ତ ଅପରାଧୀ ରାକା

କଟକ : କଟକରେ ଦୁର୍ଦ୍ଧାନ୍ତ ଅପରାଧିକୁ କମିଶନରେଟ  ପୋଲିସର ଏନକାଊଣ୍ଟର୍। ଏନକାଉଣ୍ଟରରେ ଜଗତସିଂହପୁର ବାଲିକୁଦାର ଦୁର୍ଦ୍ଦାନ୍ତ ଅପରାଧୀ ରାକା ଓରଫ ରାକେଶ ଦାସ ଆହତ ହୋଇଛି।  ଆହତ ରାକାକୁ ଏସସିବିରେ ଭର୍ତି କରାଯାଇଛି । ସେପ୍ଟେମ୍ବର ୯ ରେ କନ୍ଦରପୁରରେ ଘଟିଥିଲା ଗୁଳିକାଣ୍ଡ ଘଟଣା। ସେହି…

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଡେଙ୍ଗୁ ଆକ୍ରାନ୍ତ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଧୀରେ ଧୀରେ ସୁଧୁରୁଛି ବୋଲି ଏଆଇଏମ୍ଏସ୍ ଅଧିକାରୀ ଶନିବାର କହିଛନ୍ତି। ଅଧିକାରୀ କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ "ପ୍ଲେଟଲେଟ୍…

କରୋନା କଟକଣା ମଧ୍ୟରେ ମା’ ଙ୍କୁ ମେଲାଣି

ଭଦ୍ରକ : ସରିଛି ଦଶହରା ବିଦାୟ ନେଉଛନ୍ତି ମହାମାୟା । ଭଦ୍ରକ ସହର ସନ୍ଥିଆ ନୀଳକଣ୍ଠପୁରରେ ୫ ଦିନ ଧରି ଚାଲୁଥିବା ଜଗତଜନନୀ ମା' ଦୁର୍ଗାଙ୍କ ଭସାଣି ଉତ୍ସବ ଆଜି ଶେଷ ହୋଇଛି। ମା' ଙ୍କୁ ମେଲାଣି ଦିଆଯାଇଛି। ସହରରେ ଭସାଣି ଉତ୍ସବ କୋରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଦୁର୍ଗାଙ୍କୁ…