Latest Odisha News

BREAKING NEWS

ଆଜି ଭାରତ ବନ୍ଦ, ବାଣିଜ୍ୟିକ ବଜାର ଠପ୍

ଭୁବନେଶ୍ୱର: ସର୍ବଭାରତୀୟ ବ୍ୟବସାୟୀ ସଂଘ(CAIT) ପକ୍ଷରୁ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ପାଳନ କରାଯାଉଛି । ଠପ୍ ହୋଇଛି ବାଣିଜ୍ୟିକ ବଜାର । ସନ୍ଧ୍ୟା ୬ଟା ଯାଏ ବନ୍ଦ ରହିବ ଦୋକାନ, ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ । ଜିଏସ୍‌ଟି, ତୈଳଦର ବୃଦ୍ଧି ପ୍ରତିବାଦରେ ଏହି ବନ୍ଦ ପାଳନ କରାଯାଉଛି ।…

ଓଡ଼ିଶୀ ସଙ୍ଗୀତ ଉତ୍ସବ ଏବଂ କର୍ମଶାଳା ଉଦଯାପିତ

ସମ୍ବଲପୁର : ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଏବଂ ସମ୍ବଲପୁର କଳାପରିଷଦର ମିଳିତ ସହଯୋଗରେ ସମ୍ବଲପୁର ଠାରେ ଆୟୋଜିତ ଓଡ଼ିଶୀ ସଙ୍ଗୀତ ଉତ୍ସବ ଓ କର୍ମଶାଳା ଉଦଯାପିତ ହୋଇଯାଇଛି।ଏହି ଉତ୍ସବରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ସଞ୍ଜିବ ମିତ୍ତଲ ମୁଖ୍ୟ…

କବିତା : ଲୁହ

ରବି ପଣ୍ଡା ହୃଦୟର କେଉଁ କୋଣେ ଛପିଥାଏ ସୁକୁମାର ଅଂଶ ଆବେଗର ଆବେଶରେ ଶିହରଣ ଖେଳିଯାଏ ସେଠି ସତେ ଏତେ ସମ୍ବେଦନା ଭରିଥାଏ ଲାଜକୁଳୀ ପରି ଟିକିଏ ନରମ ଛୁଆଁ ସାରିଦିଏ ତା' ସହନ ଶକ୍ତି। ଛଳ ଛଳ ହୁଏ ଆଖି ଟଳଟଳ ଲୁହ ଦୁଇ ବୁନ୍ଦା ଟପ ଟପ ଝରିପଡ଼େ ଯେମିତିକି ଫାଟିଯାଏ ଛାତି କୋଉଠୁ ଉଠାଏ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨୬-୨-୨୦୨୧ ଶୁକ୍ରବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ମସିହା ଫେବୃୟାରୀ ତା ୨୬ରିଖ ଶୁକ୍ରବାର କୁମ୍ଭ ୧୫ଦିନ ମାଘ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ଭୁକ୍ତ ପୂର୍ଣ୍ଣିମା ତିଥି ଅଶ୍ଳେଷା ନକ୍ଷତ୍ର କର୍କଟ ଚନ୍ଦ୍ର ଆଜିର ଘାତ ବାର- ବିଛା ଧନୁ ଓ ମୀନ ରାଶିର ଆଜିର…

୩ ଦିନ ମଧ୍ୟରେ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭିଡ୍ ଟିକା ଦେବାକୁ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ସମସ୍ତ ପଞ୍ଜିକୃତ ସ୍ୱାସ୍ଥ୍ୟକର୍ମୀଙ୍କୁ ଆସନ୍ତା ୩ ଦିନ ମଧ୍ୟରେ କୋଭିଡ୍ ଟିକା ଦେବା ନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖାଯାଇଛି । ସମସ୍ତଙ୍କ…

ସୀମାନ୍ତ ଗାଁରେ ବିଜେପିର ପ୍ରତିନିଧି ଦଳ, ଅଞ୍ଚଳର ଲୋକଙ୍କ ବିକାଶ ଲାଗି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି

ଭୁବନେଶ୍ୱର: ଓଡ଼ିଶାର ସୀମାବର୍ତ୍ତୀ ଅଞ୍ଚଳ ଉପରେ ଆଖି ପକାଉଛନ୍ତି ପଡ଼ୋଶୀ ରାଜ୍ୟ । କୋରାପୁଟ ଜିଲ୍ଲାର କୋଟିଆ ପରି ମୟୂରଭଞ୍ଜ ଜିଲ୍ଲାର ରରୁଆ ବ୍ଲକ ଡେଣୁଆଁ ଗାଁର ବାସିନ୍ଦାଙ୍କୁ ଝାଡ଼ଖଣ୍ଡ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେଉଛି । ଝାଡ଼ଖଣ୍ଡ ସରକାର ଭତ୍ତା ବାବଦକୁ ୧୦୦୦ ଟଙ୍କା…

‘ମୋ କଲେଜ’ ଅଭିଯାନ ସମ୍ପର୍କିତ ପ୍ରସ୍ତୁତି ବୈଠକ, ଡିଗ୍ରୀ କଲେଜ ଅଧ୍ୟକ୍ଷମାନଙ୍କ ସହିତ କଥାହେଲେ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ବିକାଶ ଦିଗରେ ପୁରାତନ ଛାତ୍ରଛାତ୍ରୀଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ସେମାନଙ୍କୁ ସେମାନଙ୍କର ଶିକ୍ଷାନୁଷ୍ଠାନ ସହିତ ଯୋଡ଼ିବା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନବ ପରିକଳ୍ପନା ‘ମୋ କଲେଜ’ । ଏହା ମାଧ୍ୟମରେ ରାଜ୍ୟରେ…

ଇଣ୍ଡିଆନ ଗ୍ରାଁପ୍ରି୨: ପୁରୁଷ ୧୦୦ ମିଟରରେ ଅମୀୟଙ୍କୁ ରୌପ୍ୟ

ଭୁବନେଶ୍ୱର: ପଟିଆଲାରେ ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁପ୍ରି ଆଥଲେଟିକ୍ସ ମିଟ୨ରେ ଓଡିଶା ଅମୀୟ ମଲିକ ୧୦୦ ମିଟରରେ ରୌପ୍ୟ ପଦକ ହାସଲ କରିଛନ୍ତି । ମହାରାଷ୍ଟ୍ରର କ୍ରିଷ୍ଣାକୁମାର ରାଣେ (୧୧.୭୧ସେକେଣ୍ଡ) ସମୟ ନେଇ ଏହି ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଅମୀୟ ୧୧.୭୪ ସେକେଣ୍ଡରେ ରେସ୍…

ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ସାମ୍ନାରୁ ଜିଲେଟିନ୍ ଭର୍ତ୍ତି ସ୍କର୍ପିଓ ଜବତ

ମୁମ୍ବାଇ : ଦେଶର ସବୁଠୁ ଧନୀ ତଥା ଶିଳ୍ପପତୀ ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ଆଗରୁ ସନ୍ଦିଗ୍ଧ ଅବସ୍ଥାରେ ଏକ ସ୍କର୍ପିଓକୁ ଜବତ କରାଯାଇଛି । ଏହି ଗାଡିରୁ ପ୍ରାୟ ୨୦ଟି ଜିଲେଟିନ୍‌ ଛଡ଼ ଜବତ କରାଯାଇଛି । ଏ ସମ୍ପର୍କରେ ଜଣାପଡିବା ପରେ ପୋଲିସ ପ୍ରଶାସନ ଏବଂ ସୁରକ୍ଷା ଏଜେନ୍ସିଙ୍କ ନିଦ…

ଅମୀଷା ପଟେଲଙ୍କ ବିରୋଧରେ ଠକାମୀ ଅଭିଯୋଗ, ଦୁଇ ସପ୍ତାହ ମଧ୍ୟରେ ଜବାବ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଅମୀଷା ପଟେଲ ଏବେ ବିବାଦ ମଧ୍ୟରେ ରହିଛନ୍ତି । ଅଭିନେତ୍ରୀଙ୍କ ବିରୋଧରେ କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି । ଏହି ମାମଲା ଝାରଖଣ୍ଡ ହାଇକୋର୍ଟରେ ହୋଇଛି । କୋର୍ଟ ଏହି ମାମଲାର ଶୁଣାଣୀ କରି ଅଭିନେତ୍ରୀଙ୍କୁ ଦୁଇ ସପ୍ତାହ ମଧ୍ୟରେ ଲିଖିତ ଆକାରରେ…