Latest Odisha News

BREAKING NEWS

ଇସ୍ରାଏଲରେ ସଫଳ ହେଲା ବିଶ୍ବର ଅନ୍ୟତମ ବିରଳ ଅସ୍ତ୍ରୋପଚାର, ଅଲଗା ହେଲା ଦୁଇ ଯାଆଁଳା ଶିଶୁଙ୍କ ମୁଣ୍ଡ

ଇସ୍ରାଏଲ : ଇସ୍ରାଏଲରେ ସଫଳ ହେଲା ବିଶ୍ବର ଅନ୍ୟତମ ବିରଳ ଅସ୍ତ୍ରୋପଚାର । ଦୁଇ ଯାଆଁଳା ଶିଶୁଙ୍କ ମୁଣ୍ଡକୁ କରାଯାଇଛି ଅଲଗା । ଜନ୍ମବେଳେ ଦୁଇ କନ୍ୟା ଶିଶୁଙ୍କ ମୁଣ୍ଡ ଯୋଡି ହୋଇ ରହିଥିବାରୁ ନାନା ସମସ୍ୟା ଦେଖା ଦେଇଥିଲା । ସୋରୋକା ମେଡିକାଲ ସେଣ୍ଟରରେ ଦୀର୍ଘ ୧୨ ଘଣ୍ଟାର ଅସ୍ତ୍ରୋପଚାର ପରେ…

ବହୁ ଚର୍ଚ୍ଚିତ ଦାରା ସେନାର ମୁଖ୍ୟ ମୁକେଶ ଜେନ ମାମଲା ,କଟକ ଗସ୍ତରେ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ

କଟକ: ବହୁ ଚର୍ଚ୍ଚିତ ଦାରା ସେନା ମୁଖ୍ୟ ମୁକେଶ ଜେନ ମାମଲା । ଦାରା ସେନାର ମୁଖ୍ୟ ମୁକେଶ ଜେନଙ୍କ ବିରୋଧରେ ହୋଇଥିବା ମାମଲାର ଡିସଚାର୍ଜ ପାଇଁ କଟକ ଆସିଛନ୍ତି ସୁପ୍ରିମକୋର୍ଟ ବରିଷ୍ଠ ଆଇନଜୀବୀ ଏପି ସିଂହ । ଗତବର୍ଷ ରଥ ଯାତ୍ରାକୁ ନେଇ ଉପୁଜିଥିବା ବିବାଦ ସମୟରେ ମୁକେଶ ଜେନ  ଜଗନ୍ନାଥଙ୍କୁ…

ରାଜ୍ୟରେ ୫୭ ପ୍ରତିଶତ ସରିଲାଣି ଟିକାକରଣ

ଭୁବନେଶ୍ବର : ରାଜ୍ୟରେ ଏଯାଏଁ ଦିଆ ସରିଲାଣି ୨ କୋଟି ୩୬ ଲକ୍ଷ କରୋନା ଟିକା । ୧ କୋଟି ୭୮ ଲକ୍ଷ ଲୋକ ପ୍ରଥମ ଡୋଜ୍ ନେଇଥିବା ବେଳେ, ୫୮ ଲକ୍ଷ ଲୋକ ଦ୍ବିତୀୟ ଡୋଜ୍ ନେଇଛନ୍ତି । ଯାହାକି ରାଜ୍ୟରେ ୫୭ ପ୍ରତିଶତ ଟିକାକରଣ ଶେଷ ହେଲାଣି । ସେହିପରି ଏପର୍ଯ୍ୟନ୍ତ ୧ ଲକ୍ଷ ୧୪ହଜାର ଗର୍ଭବତୀଙ୍କୁ…

ଶୁଭେନ୍ଦୁ ଅଧିକାରୀଙ୍କୁ ମିଳିଲା ବଡ ଆଶ୍ୱସ୍ତି, କୋର୍ଟଙ୍କ ବିନା ଅନୁମତିରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

କୋଲକାତା: ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ସୋମବାର କୋଲକାତା ହାଇକୋର୍ଟରୁ ବଡ ଆଶ୍ୱସ୍ତି ମିଳିଛି । କୋର୍ଟଙ୍କ ବିନା ଅନୁମତିରେ ପୋଲିସ ତାଙ୍କ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିପାରିବ ନାହିଁ । ଟିଏମସି ଛାଡି ଆସିବା ପରେ ତାଙ୍କ ବିରୋଧରେ ଆଗତ ୫ଟି ମାମଲାରୁ ୩ଟିର ତଦନ୍ତ…

ରିମାଣ୍ଡରେ ଗଲେ ଓ୍ବେବ୍ ପୋର୍ଟାଲ ସମ୍ପାଦକ ଓ ସାମ୍ବାଦିକ

ଭୁବନେଶ୍ବର : ଦୂତୀ ଚାନ୍ଦଙ୍କ ସମ୍ପର୍କରେ ମିଥ୍ୟା ଖବର ପ୍ରସାରଣ ମାମଲାରେ ରିମାଣ୍ଡରେ ଓ୍ବେବ୍ ପୋର୍ଟାଲ ସମ୍ପାଦ୍ ଓ ସାମ୍ବାଦିକ । ଓ୍ବେବ୍ ପୋର୍ଟାଲର ସମ୍ପାଦକ ସୁଧାଂଶୁ ରାଉତ ଓ ରିପୋର୍ଟର ସ୍ମୃତି ରଞ୍ଜନ ବେହେରାଙ୍କୁ ଆଜି ଦିନିକିଆ ରିମାଣ୍ଡରେ ନେଇଛି ପୋଲିସ । ଉଭୟଙ୍କୁ ଦିନିକିଆ…

ସମଗ୍ର ଆଫଗାନିସ୍ତାନରେ ବିଦ୍ରୋହ ଘୋଷଣା କଲା ନଦର୍ଣ୍ଣ ଆଲାୟନ୍ସ

କାବୁଲ: ନଦର୍ଣ୍ଣ ଆଲାୟନ୍ସ ସେନା ସୋମବାର ତାଲିବାନଙ୍କ ବିରୋଧରେ ସମଗ୍ର ଆଫଗାନିସ୍ତାନରେ ବିଦ୍ରୋହ ଘୋଷଣା କରିଛନ୍ତି । ଏଏଫପି ନ୍ୟୁଜ ଏଜେନ୍ସିରେ ପ୍ରକାଶିତ ଖବର ଅନୁସାରେ ପଂଜଶୀର ଦଖଲ କରିବା ଦିନକ ପରେ ନଦର୍ଣ୍ଣ ଆଲାୟନ୍ସ ମୁଖ୍ୟ ଅହମ୍ମଦ ମସୁଦଙ୍କ ଏହି ଘୋଷଣା ପରେ ଏବେ ଆଫଗାନିସ୍ତାନ ଗୃହ…

ଚାଷୀ ଆତ୍ମହତ୍ୟା ଅଭିଯୋଗ

ବଲାଙ୍ଗୀର: ପୁଣି ଚାଷୀ ଆତ୍ମହତ୍ୟା । ବଲାଙ୍ଗୀର ଜିଲ୍ଲାରେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାରଲୋକ । ଧୂବଳପଡ଼ା ପଞ୍ଚାୟତ ଅନ୍ତର୍ଗତ ଭାଳୁଜୁରୀ ଗାଁ ରେ ଏପରି ଅଘଟଣ ଘଟିଛି । ଗାଁ ର ଅନିରୁଦ୍ଧ ଭୁଏଙ୍କ ପୁଅ ଯୁଧିଷ୍ଠିର ଭୁଏ ଭାଗଚାଷରେ ୫ ଏକର ଧାନ ଚାଷ ଓ ଦୁଇ ଏକରରେ କପା ଚାଷ…

ସ୍ୱଦେଶୀ ଟିକା କରୋନା ବିରୁଦ୍ଧରେ କେତେ ପ୍ରଭାବଶାଳୀ?

ନୂଆଦିଲ୍ଲୀ: ସମୁଦାୟ ୭୨ ପ୍ରତିଶତ ସର୍ବେକ୍ଷଣରେ କୁହାଯାଇଛି ଯେ କରୋନାଭାଇରସ ବିରୁଦ୍ଧରେ ଭାରତୀୟ ତଥା ସ୍ବଦେଶୀ କୋଭିଡ ଟିକା ନିରାପଦ ଏବଂ ପ୍ରଭାବଶାଳୀ ଅଟେ। ତେବେ ୬୦%ଙ୍କ ମତନୁଯାୟୀ ଭାରତୀୟ ଟିକା ବିଦେଶୀ କୋଭିଡ-୧୯ ଟିକା ସହିତ ସମାନ। ପ୍ରାୟ ୨୫ ପ୍ରତିଶତ କହିଛନ୍ତି ଯେ ସେମାନେ ପୂର୍ବରୁ…

ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ୩ ଗିରଫ,ଏକ ଟନ୍ ୮ କେ.ଜି ଗଞ୍ଜେଇ ଜବତ

ଜୟପୁର : ଜୟପୁର ପୋଲିସକୁ ସଫଳତା । ଜୟପୁର ସଦର ଅଞ୍ଚଳରେ ଗଞ୍ଜେଇ ଚୋରାଚାଲାଣ ବେଳେ ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତଙ୍କୁ ଧରିଛି ପୋଲିସ। ଏହି ଘଟଣାରେ ପୋଲିସ ତିନି ଜଣଙ୍କୁ ଗିରଫ କରିଛି । ଦୁଇ ଜଣ ଗଞ୍ଜେଇ ସପ୍ଲାୟର ହୋଇଥିବା ବେଳେ ଜଣେ ବସ୍ ମାଲିକ ମଧ୍ୟ ଅଛନ୍ତି ବୋଲି ପୋଲିସ ସୂଚନା…

ଚିନ୍ତା ବଢାଇଲାଣି ନିପା ଭାଇରସ୍‌; ତାମିଲନାଡୁରେ ପ୍ରଥମ ମାମଲା ଚିହ୍ନଟ

କୋୟେମ୍ବାଟୁର: ଚିନ୍ତା ବଢାଇଲାଣି ନିପା ଭାଇରସ୍‌। ଦେଶରେ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଆଶଙ୍କା ବଢିଥିବା ବେଳେ ନିପା ଭୂତାଣୁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। କେରଳ ପରେ ଏବେ ତାମିଲନାଡୁରେ ନିପା ଭାଇରସ ମାମଲା ଚିହ୍ନଟ ହୋଇଛି। ତାମିଲନାଡୁର କୋୟେମ୍ବାଟୁରରେ ଏହି ସଂକ୍ରମଣର ପ୍ରଥମ…