Latest Odisha News

BREAKING NEWS

ବିଜେପି ନେତା ଗିରଫ, ବାଂଲାଦେଶରୁ ଆସି ବେଆଇନ୍ ଭାବେ ଭାରତରେ ରହୁଥିବା ଅଭିଯୋଗ

ମୁମ୍ବାଇ: ୨୦୧୯ ଓ ୨୦୨୦ରେ ସଂଶୋଧିତ ନାଗରିକ ଆଇନକୁ ନେଇ ବେଶ୍ ବିରୋଧ ଦେଖିବାକୁ ମିଳିଥିଲା । କେନ୍ଦ୍ର ସରକାର ସିଏଏକୁ ସମର୍ଥନ କରି କହିଥିଲେ- ଏହି ଆଇନ୍ ଦ୍ୱାରା ଅବୈଧ ଭାବେ ରହୁଥିବା ବାଂଲାଦେଶୀ ଲୋକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଦେଶରୁ ବାହାର କରାଯାଇ ପାରିବ । ମୁମ୍ବାଇରୁ ଜଣେ…

କରୋନା ଟିକାକରଣ; ଏପର୍ଯ୍ୟନ୍ତ ଦିଆଯାଇଛି ୧.୦୮ କୋଟି ଡୋଜ; ୧୨ ଟି ରାଜ୍ୟରେ ୭୫ ପ୍ରତିଶତ ସ୍ୱାସ୍ଥ୍ୟ କର୍ମୀଙ୍କୁ…

ନୂଆଦିଲ୍ଲୀ: କରୋନା ଭୂତାଣୁ ବିରୋଧରେ ଟିକାକରଣ ଅଭିଯାନରେ ଦେଶରେ ଏପର୍ଯ୍ୟନ୍ତ ୧.୦୮ କୋଟି ଟିକା ଦିଆଯାଇଛି। ଶନିବାର ଦିନ ଦିଆଯାଇଥିବା ୧.୮୬ ଲକ୍ଷ ଡୋଜ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। କେନ୍ଦ୍ର ଯୁଗ୍ମ ସ୍ୱାସ୍ଥ୍ୟ ସଚିବ…

ଅନୁଗୁଳ ପୌରପାଳିକା ଏବଂ ୟୁନିସେଫ୍‌ର ମିଳିତ ସହଭାଗିତାରେ ଇ-ଶୌଚାଳୟ ସେବାର ଶୁଭାରମ୍ଭ

ଭୁବନେଶ୍ୱର; ସହର ପରିମଳ ଏବଂ ଜୀବିକା ନିର୍ବାହରେ ଏକ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ଅନୁଗୁଳ ପୌରପାଳିକା ସଂଜିବନୀ ମାର୍କେଟରେ ଏମ୍‌.ଇ.ଏସ୍‌.ଏଚ୍‌(ମାଇକ୍ରୋ ଏଣ୍ଟରପ୍ରାଇଜ୍ ଫର୍ ସାନିଟେସନ୍ ଆଣ୍ଡ୍ ହେଲ୍‌ଥ) କାର୍ଯ୍ୟକ୍ରମ ଅନୁଯାୟୀ ଇରାମ ସାଇଂଟିଫିକ୍ ଓ ୟୁନିସେଫ୍ ସହଭାଗିତାରେ ଏକ…

ସୋମବାରରୁ ଟାଣ ହେବ ଖରା, ଦୂରେଇ ଯିବ ଶୀତ ; ପାଣିପାଗ ବିଭାଗ

ଭୁବନେଶ୍ବର : ସୋମବାରଠାରୁ ଆକାଶ ନିର୍ମଳ ଓ ଖରାଟିଆ ପାଗ ରହିବ। ରାଜ୍ୟରେ ଖରାର ପ୍ରକୋପ ବଢ଼ିବା ସହ ଓ ଶୀତ ଫେରିବାର ସମ୍ଭାବନା କମ୍‌ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଦେଇଥିବା ସୂଚନାନୁସାରେ, ଗତ ୨ ଦିନ…

ଫେସ୍‌ବୁକ୍‌ ବିରୋଧରେ ଅନ୍‌ଲାଇନ୍‌ ଠକେଇ ଅଭିଯୋଗର ତଦନ୍ତ କରିବାକୁ ଜମ୍ମୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର ହାଇକୋର୍ଟ ୟୁଟି କ୍ରାଇମ ଶାଖାକୁ ଫେସବୁକ୍ ଇଣ୍ଡିଆ ଅନ୍ଲାଇନ୍ ସର୍ଭିସେସ୍ ଏବଂ ଅନ୍ୟ ୭ ଜଣଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକରଣ କରିବାକୁ ଏବଂ ସେମାନଙ୍କ ବିରୋଧରେ ଅନଲାଇନ୍ ଠକେଇ ଅଭିଯୋଗର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ପେଶାଲ ରେଲୱେ…

୨୦୩୫ ସୁଦ୍ଧା ପ୍ରଜନନ ହାର ୨.୩୭ ରୁ ୧.୭୩ କୁ ହ୍ରାସ ପାଇପାରେ; ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି ଯେ ୨୦୩୫ ସୁଦ୍ଧା ପ୍ରଜନନ ହାର ୨.୩୭ ରୁ ୧.୭୩ କୁ ହ୍ରାସ ପାଇବ ବୋଲି ଆଶା କରାଯାଉଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଶନିବାର କହିଛନ୍ତି ଯେ ୨୦୩୫ ସୁଦ୍ଧା ଭାରତରେ ପ୍ରଜନନ ହାର ୨.୩୭ ରୁ ୧.୭୩ କୁ ହ୍ରାସ ପାଇବ।…

ନିଜ ମା’ଠୁ ପାଇଥିବା ସବୁଠୁ ଦୁର୍ମୂଲ୍ୟ ଉପହାର ହେଉଛି ଭାଷା : କମଳା ଶତପଥୀ

ଓଡ଼ିଆ ସାହିତ୍ୟ ଆକାଶର ଏକ ସୁପରିଚିତ ନକ୍ଷତ୍ର କମଳା ଶତପଥୀ । ତାଙ୍କ ସୃଜନୀର ସ୍ରୋତ ଦିଗରୁ ଦିଗନ୍ତ ଯାଏଁ ପରିବ୍ୟାପ୍ତ । ଓଡ଼ିଶା ବାହାରେ ରହି ମଧ୍ୟ ଓଡ଼ିଆ ଭାଷା ସାହିତ୍ୟକୁ ସେ ରୁଦ୍ଧିମନ୍ତ କରିଚାଲିଛନ୍ତି । ତାଙ୍କରି ପ୍ରତିଟି ରଚନାରେ ଥାଏ ଜୀବନର ଦର୍ଶନ । ଭାବ ଓ ଭାଷାର ସମ୍ମିଶ୍ରଣରେ…

ଗାଳ୍ପିକ ଶଶିଭୂଷଣ ମହାନ୍ତିଙ୍କ ଗଳ୍ପ ସଂକଳନ ତୃଷ୍ଣା ଲୋକାର୍ପିତ

ଭୁବନେଶ୍ୱର : ଗାଳ୍ପିକ ଶଶିଭୂଷଣ ମହାନ୍ତିଙ୍କ ଗଳ୍ପ ସଂକଳନ ତୃଷ୍ଣା ଲୋକାର୍ପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ସ୍ଥାନୀୟ ସହିଦ ନଗର ସ୍ଥିତ ବିଷ୍ଣୁ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ଏହି ସାରସ୍ୱତ ସାମାରୋହରେ ସୁନୀଲ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।ଏହି ଅବସରରେ ଓଡ଼ିଆ ଗଳ୍ପର…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨୧-୨-୨୦୨୧ ରବିବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଫେବୃୟାରୀ ୨୧ ତାରିଖ ରବିବାର କୁମ୍ଭ ୧୦ ଦିନ ମାଘ ମାସ ଶୁକ୍ଳ ପକ୍ଷ ନବମୀ ତିଥି ମୃଗଶିରା ନକ୍ଷତ୍ର ବୃଷ ଚନ୍ଦ୍ର ଆଜିର ଘାତ ବାର- ମେଷ ରାଶିର ଆଜିର ଘାତ ଚନ୍ଦ୍ର- ବିଛା ରାଶି ପୁରୁଷଙ୍କର ଆଜିର…

ବିଧାନସଭା ନିର୍ବାଚନ ପାଇଁ ଟିଏମସି ଜାରି କଲା ଦଳୀୟ ସ୍ଲୋଗାନ

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଶାସକ ତୃଣମୂଳ କଂଗ୍ରେସ ଆରମ୍ଭ କଲା ଅଭିଯାନ । ବିଜେପିକୁ ଟକ୍କର ଦେବା ପାଇଁ ପ୍ରସ୍ତୁତ କରିଛି ରଣନୀତି । ବିଜେପିକୁ ମାତ୍ ଦେବାକୁ ଟିଏମସି ନିଜର ନିର୍ବାଚନ ସ୍ଲୋଗାନ ସାଙ୍ଗକୁ ନେତ୍ରୀ ମମତା ବାନାର୍ଜୀଙ୍କ ବଡ଼ ବଡ଼ ହୋର୍ଡିଂ ରାଜଧାନୀ…