Latest Odisha News

BREAKING NEWS

କମିଲା ସଂକ୍ରମଣ: ଆଜି ଓଡ଼ିଶାରୁ ୧୦୫୮ ନୂଆ କରୋନା ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କମିଲା କରୋନାର ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧ହଜାର ୫୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୬୧୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୪୨ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୭୬, କଟକରୁ ୧୬୨ ଓ ଯାଜପୁରରୁ ୭୭ ପଜିଟିଭ୍…

ସୀମାରେ ସ୍ୱାଧୀନତା ଦିବସ: ଲଦାଖରେ ଉଡ଼ିଲା ତ୍ରିରଙ୍ଗା

ଶ୍ରୀଗନର: ସୀମାରେ ସ୍ୱାଧୀନତା ଦିବସ ପାଳନ କଲେ ଦେଶରେ ଜାଗ୍ରତ ପ୍ରହରୀ । ଲଦାଖର ବିବାଦୀୟ ପାଙ୍ଗୋଙ୍ଗ ସୁରେ ଆଇଟିବିପି ଯବାନ ୭୫ତମ ସ୍ୱାଧୀନତା ଦିବସ ପାଳନ କରିଛନ୍ତି । ଏହି ଅବସରରେ ସେମାନେ ସମୂହ ଜାତୀୟ ସଙ୍ଗୀତ ଗାନ କରିଥିଲେ । ଭାରତ ମାତାର ନାରାରେ କମ୍ପିଥିଲା ପାଙ୍ଗୋଙ୍ଗ ସୁ ଅଞ୍ଚଳ ।…

ଦେଶ ପାଳୁଛି ୭୫ତମ ସ୍ୱାଧୀନତା ଦିବସ: ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶ ପାଳୁଛି ୭୫ତମ ସ୍ୱାଧୀନତା ଦିବସ । ପଲ୍ଲୀଠୁ ଦିଲ୍ଲୀ ସବୁଠୁ ଫର ଫର ହୋଇ ଉଡୁଛି ତ୍ରିରଙ୍ଗା । ସ୍ୱାଧୀନତାର ସେହି ବିଶେଷ ମୁହୂର୍ତ୍ତକୁ ମନେ ପକାଉଛି ସାରା ଦେଶ । ଦିଲ୍ଲୀ ଲାଲକିଲ୍ଲାରେ ଜାତୀୟ ପଜାତା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏତିକିବେଳେ…

ସ୍ୱାଧୀନତାର ଅବ୍ୟବହିତ ପୂର୍ବରୁ

ଲକ୍ଷ୍ମଣ ସାହୁ  ଭାରତୀୟଙ୍କ ଅହର୍ନିଶ ଅସୀମ ଲଢେ଼ଇ, ଦୃଢ ମନୋବଳ, ଗଭୀର ଆତ୍ମବିଶ୍ବାସ ଦିନେ ନା ଦିନେ ସ୍ୱାଧୀନତାର ସ୍ୱାଦ ଭରିଦେବ ଏକଥା କାହାକୁ ଅଛପା ନଥିଲା । ଜାତୀୟ ଦଳ ସମୂହର ରାଜନୈତିକ କୌଶଳଗତ କ୍ରିୟାକଳାପ ନହେଲେ ମଧ୍ୟ ଶ୍ରମଜୀବୀ ଜନଗଣଙ୍କ ବ୍ୟାପକ ଆନ୍ଦୋଳନ ଯୋଗୁଁ ଔପନିବେଶକ…

ଅନୁବାଦ କବିତା : ଧର୍ମପଦ

ମୂଳ ପାଲି ଗ୍ରନ୍ଥର ସମ୍ପାଦକ: ପ୍ରହ୍ଲାଦ ପ୍ରଧାନ ଅନୁବାଦ : ଶୈଲେନ ରାଉତରାୟ ସମସ୍ତ ଧର୍ମର ମୂଳ ମନ ବୋଲି ଜାଣ । ସେହିମାନଙ୍କ ମଧ୍ୟରେ ମନ ହିଁ ପ୍ରଧାନ । ପ୍ରଦୂଷିତ ମନେ ଯାହା କୃତ ଓ କଥିତ । ତହିଁରୁ ଦୁଃଖ ହୁଅଇ ନିଶ୍ଚିତ ଯେ ଜାତ ।। ଶଗଡ଼ଚକ ବଳଦ ପଛେ ଗଲା ପରି ଆବିଳ ମନକୁ…

ସେମାନେ ଥିଲେ ସ୍ୱାଧୀନତା ସଂଗ୍ରାମୀ

ମୌସୁମୀ ଦାସଙ୍କ ସ୍ମୃତିଲିପି ସନ ଉଣେଇଶ ଶହ ସତଚାଳିଶ, ଅଗଷ୍ଟ ଚଉଦ ତାରିଖର ଶେଷ ମୁହୂର୍ତ୍ତ ସରିଲା ଠିକ୍ ରାତି ଏଗାରଟା ଅଣଷଠି ମିନିଟରେ। ଏବଂ, ବହୁ ଆକାଂକ୍ଷିତ ପନ୍ଦର ତାରିଖର ଶୁଭ କ୍ଷଣ ଆରମ୍ଭ ହେଲା ଠିକ୍ ମଧ୍ୟରାତ୍ରୀ ବେଳେ, ଯେତେବେଳେ ଗୀର୍ଜା ଘଣ୍ଟାରେ ବାଜିଲା ଢଂ ଢଂ ହେଇ ବାର।…

ବ୍ୟଙ୍ଗ : ଚୁଗୁଲିବାଦୀ ମେନିଫେଷ୍ଟୋ

ସୁପ୍ରିୟା ପ୍ରଶାନ୍ତ  ସାମ୍ୟବାଦ, ସମାଜବାଦ, ନାରୀବାଦ, ମାନବବାଦ ସବୁରି ଉପରେ ଆଜ୍ଞା ଚୁଗୁଲିବାଦ। ଆମର ଏଠି ଯେତେ ବାଦ ପ୍ରତିବାଦ ଅଛି, ସମାଜର ଘାସମୂଳରେ ପରିବର୍ତ୍ତନ ପାଇଁ ଚୁଗୁଲିବାଦର ଆବଶ୍ୟକତାଯେ ସବୁଠାରୁ ଅଧିକ, ଏକଥା ଦିନକୁ ଦିନ ସ୍ପଷ୍ଟରୁ ସ୍ପଷ୍ଟତର ହେଇଯାଉଛି। ନିତିଦିନିଆ…

କବିତା : ସ୍ୱାଧୀନତା

କିଶୋର ମହାନ୍ତି ସ୍ୱାଧୀନତା, ସ୍ୱାଧୀନତା ହେ ମୋ ସ୍ୱାଧୀନତା ଏ ଜାତି ତୁମ ପାଇଁ ନୋଇଁ ଦିଏ ତାର ମଥା ଦେଇଥିଲ ତୁମେ ଦିନେ ଆମ ଓଠେ ହସ ଭରି ଖେଳିଗଲା ଆମ ମନେ ସତେ ଆନନ୍ଦର ଲହରୀ କାନେ କାନେ ଆମ କହିଗଲ ମୁକତିର ବାରତା । ସ୍ୱାଧୀନତା, ସ୍ୱାଧୀନତା ହେ ମୋ ସ୍ୱାଧୀନତା ତୁମ ପାଇଁ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୬ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬ ରାତି ଜମୁଥିଲା ଠିକ୍ ଖଣ୍ଡେ  ବରଫଭଳି  ଧିରେ ଧିରେ। ଏଇ ଆପାର୍ଟମେଣ୍ଟର  ସବୁକିଛି ବହୁତ ବଢିଆ। ନିରାପତ୍ତା ଦୃଷ୍ଟିରୁ ବହୁତ ଭଲ।ନହଲେ ଅସହାୟ    ରାତିଟାରେ ନିପାରିଲା ମଣିଷ ସହ ଏକଲା ଝିଅଟି  ରହନ୍ତା କିପରି ଯେ ।…

କବିତା : ପରିବ୍ରାଜକଟିଏ ମୋ ଦେଶରେ

ସ୍ମୃତି ରଞ୍ଜନ ତ୍ରିପାଠୀ ପଚାରନା ମୋ ଘର ଠିକଣା ଏଇ ସେ ସରହଦ୍ ବାହାରେ କୁଆଡେ ଏବେ ଏବେ ଶବ ମୁହଁରେ ଗୁଞ୍ଜି ଦେଇଆସିଛି ବଳକା ଆୟୁଷ ମାନଙ୍କ ପଞ୍ଜୀକରଣ ବୀମା ଆଗାମୀ ଲୋଭ ମାନଙ୍କ ଦାୟାଦ ଆଗରେ, କହିପାର ତୁମେ ଦେଶ ପାଇଁ ଜୀବନର ଗାଥା ଗାଉଥିବା ଗୋଟିଏ ପରିବ୍ରାଜକର ଅସଜଡ଼ା କବିତାର…