Latest Odisha News

BREAKING NEWS

ହିମାଳୟରେ ପତାକା ଉତ୍ତୋଳନ, ୧୨ହଜାର ୫ଶହ ଫୁଟ୍‌ ଉଚ୍ଚତାରେ ତ୍ରିରଙ୍ଗା ଉଡ଼ାଇଲେ ୨୩ ଓଡ଼ିଆ

ଭୁବନେଶ୍ବର: ହିମାଳୟରେ ୨୩ ଓଡିଆ ଉଡାଇଛନ୍ତି ତ୍ରିରଙ୍ଗା । ହିମାଳୟର ୧୨,୫୦୦ ଫୁଟ ଉଚ୍ଚତା ଦୟାରା ବୁଗୀୟାଲ ଶୀର୍ଷରେ -୫℃ ରୁ -୧୦℃ ହାଡଭାଙ୍ଗା ଶୀତରେ   ପତାକା ଉତ୍ତୋଳନ କରିଛନ୍ତି । ମହାମାରୀ ସମୟରେ ଅନବରତ ସେବା ଯୋଗାଇଥିବା ଦେବଦୂତଙ୍କ ଉଦ୍ଦେଶ୍ୟରେ ଏହି ପତାକା ଉତ୍ତୋଳନ କରାଯାଇଛି ।…

ଟ୍ରାକ୍ଟର ରାଲି ବେଳେ ସୀମାରେ ବ୍ୟାରିକେଡ୍ ଭାଙ୍ଗିଲେ, ଲୁହ ବୁହା ଗ୍ୟାସ୍ ପ୍ରୟୋଗ କଲା ପୋଲିସ

ନୂଆଦିଲ୍ଲୀ: ସିଂଘୁ, ଟିକରି ଏବଂ ଗାଜିଆବାଦ ବର୍ଡରରେ ଟ୍ରାକ୍ଟର ରାଲିକୁ ନେଇ ପୋଲିସ-ଆନ୍ଦୋଳନକାରୀ ଚାଷୀ ମୁହାଁମୁହିଁ ହୋଇଛନ୍ତି । ଆନ୍ଦୋଳନକାରୀ ପୋଲିସ୍ ବ୍ୟାରିକେଡ୍ ଭାଙ୍ଗି ଦିଲ୍ଲୀ ଭିତରକୁ ପ୍ରବେଶ ପାଇଁ ଉଦ୍ୟମ କରିଛନ୍ତି । ସ୍ଥିତି ଅଣାୟତ୍ତ ହେଉଥିବା ବେଳେ ପୋଲିସ ଗାଜିଆବାଦ ବର୍ଡରରେ…

ଗଣତନ୍ତ୍ର ଦିବସରେ ବେଙ୍ଗାଲୁରୁରେ ୧୨୫ଟି ଟ୍ରାକ୍ଟର ପ୍ରବେଶକୁ ଅନୁମତି ଦେଲା କର୍ଣ୍ଣାଟକ ପୋଲିସ

ନୂଆଦିଲ୍ଲୀ: ବେଙ୍ଗାଲୁରୁରେ କୃଷକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚେଷ୍ଟା କରିବା ପରେ କର୍ଣ୍ଣାଟକ ପୋଲିସ ସୋମବାର ଅପରାହ୍ନରେ ପ୍ରାୟ ୧୨୫ ଟି ଟ୍ରାକ୍ଟରକୁ ସହରରେ ଧାର୍ଯ୍ୟ ହୋଇଥିବା ଗଣତନ୍ତ୍ର ଦିବସ ପରେଡରେ ଅଂଶଗ୍ରହଣ କରିବାକୁ ଅନୁମତି ଦେଇଛି। “ବିଭିନ୍ନ ଦିଗରୁ…

ରାଜପଥରେ ଦେଶ ଦେଖିଲା ଓଡ଼ିଶାର ବାଜସାଲ ନୃତ୍ୟ

ନୂଆଦିଲ୍ଲୀ: ଦେଶର ୭୨ ତମ ଗଣତନ୍ତ୍ର ଦିବସରେ ଦିଲ୍ଲୀର ରାଜପଥରେ ଦେଖିବାକୁ ମିଳିଛି ଓଡିଶାର ବାଜସାଲ ନୃତ୍ୟର ଝଲକ। କଳାହାଣ୍ଡି ଜିଲ୍ଲାର ଲୋକନୃତ୍ୟ ବାଜସାଲ ମଙ୍ଗଳବାର ଦିନ ନୂଆଦିଲ୍ଲୀର ରାଜପଥରେ ଗଣତନ୍ତ୍ର ଦିବସ ପରେଡ ଅବସରରେ ପ୍ରଦର୍ଶିତ ହୋଇଛି। ଗୁରୁ ଧ୍ୟାନନନ୍ଦ ପଣ୍ଡାଙ୍କ…

କାଲିଠାରୁ ରାଜ୍ୟରେ ୧ଲକ୍ଷ ୭୩ହଜାର ସ୍ବାସ୍ଥ୍ୟକର୍ମୀଙ୍କୁ ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ସୁରୁଖୁରୁରେ ଚାଲିଛି କୋଭିଡ ଟିକାକରଣ। ଗତକାଲି ସୁଦ୍ଧା ୧ଲକ୍ଷ ୭୭ହଜାର ୯୦ଜଣ ଟାକା ନେଇଛନ୍ତି। ୩ଲକ୍ଷ ୫୦ହଜାର ୭୨୬ ଜଣଙ୍କୁ ଟିକା ଦେବାକୁ ଟାର୍ଗେଟ ଥିଲା। ବାକି ୧ଲକ୍ଷ ୭୩ହଜାର ୬୩୬ଜଣକୁ ଆସନ୍ତାକାଲିଠାରୁ ଟିକାକରଣ କରାଯିବ। ଫେବ୍ରୁଆରୀ ୧୦ ତାରିିିଖ ଯାଏ ଚାଲିବ।…

ଚୀନ ସହ ଉତ୍ତେଜନା ଯୋଗୁଁ ବଢ଼ିପାରେ ପ୍ରତିରକ୍ଷା ବଜେଟ୍ ପରିମାଣ

ନୂଆଦିଲ୍ଲୀ: ଭାରତକୁ ପାକିସ୍ତାନ ଓ ଚୀନ ସୀମାରେ ଉଭୟପଟୁ ପ୍ରତିବନ୍ଧକ ସାମନା କରିବାକୁ ପଡ଼ୁଛି । ଏଭଳି ସ୍ଥିତିରେ ସେନାକୁ ଆଧୁନକ ଅସ୍ତ୍ରଶସ୍ତ୍ର ଓ ସରଞ୍ଜାମ କିଣିବା ପାଇଁ କେତେକ ଯୋଜନା ଲାଗୁ କରିବାକୁ ପଡ଼ିପାରେ । ବିଶେଷଜ୍ଞଙ୍କ ଅନୁସାରେ ଚଳିତବର୍ଷ ବଜେଟରେ ପ୍ରତିରକ୍ଷାକୁ ମିଳିପାରେ…

୫୯ ଆପ୍ ଉପରେ ସ୍ଥାୟୀ ପ୍ରତିବନ୍ଧକ 

ନୂଆଦିଲ୍ଲୀ : ଟିକଟକ୍ ସହିତ ୫୯ଟି ଆପ ଉପରେ ସ୍ଥାୟୀ ପ୍ରତିବନ୍ଧକ । ଭାରତୀୟ ଇଲୋଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ଜ୍ଞାନ କୌଶଳ ମନ୍ତ୍ରଣାଳୟ ପକ୍ଷରୁ ଏସବୁ ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହାଦ୍ବାରା ଚାଇନାକୁ ବଡ ଝଟକା ଲାଗିଛି । ଅସ୍ଥାୟୀ ପ୍ରତିବନ୍ଧକ ହଟାଇ ଦିଆଯିବା ନେଇ…

ଏବେ ଏହି ହଲିଉଡ୍‌ ଫିଲ୍ମରେ ନଜର ଆସିବେ ଜ୍ୟାକ୍‌ଲିନ୍‌

ନୂଆଦିଲ୍ଲୀ: ଆଉ ଏକ ହଲିଉଡ ଫିଲ୍ମରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ୍‌ଙ୍କ ଅଭିନୟ କରିବାକୁ ଯାଉଛନ୍ତି। ଜ୍ୟାକଲିନ୍ ଆନ୍ଥୋଲୋଜି ଚଳଚ୍ଚିତ୍ରରେ ଜଣେ ମହିଳାଙ୍କ ଉପରେ ପର୍ଯ୍ୟବସିତ ଏକ କାହାଣୀରେ ନଜର ଆସିବେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଲୀନା ଯାଦବ। କମେଡି,…

ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଜାତିର ଜନକ ମହାତ୍ମାଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ବୋଷ, ମୌଲନା ଆଜାଦ, ଡଃ ଆମ୍ବେଦକର, ବୀର ସୁରେନ୍ଦ୍ର ସାଏ, ବକ୍‌ସି ଜଗବନ୍ଧୁ, ଉତ୍କଳମଣି…

ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରି ଲୁଟ୍ ଉଦ୍ୟମ, କଟିଗଲା ଆଙ୍ଗୁଠି

ପାରାଦୀପ: ରାତି ହେଲେ ଜମୁଛି ଅପରାଧିକ ଆଡ୍ଡା । ରାସ୍ତା ମଝିରେ ଗାଡ଼ି ରଖିଛନ୍ତି କରୁଛନ୍ତି ଲୁଟପାଟ୍ । ଚଣ୍ଡିଖୋଲ-ପାରାଦୀପ ରାସ୍ତାର କେନ୍ଦ୍ରାପଡ଼ା ଟିକରପଙ୍ଗାରେ ଦୁର୍ବୃତ୍ତ ଅଧରାତିରେ ଏମିତି ଆତଙ୍କରାଜ ଚଳାଇଛନ୍ତି । ଗତ ବିଳମ୍ବିତ ରାତିରେ ଟିକରପଙ୍ଗା ଠାରେ ୧ ଜଣ ଦୁର୍ବୃତ୍ତ ରାସ୍ତା…