Latest Odisha News

BREAKING NEWS

ଲାଞ୍ଚ ନେଇ ବନ୍ଧା ହେଲେ ଥାନା ବାବୁ, ଚାକିରିରୁ ସସପେଣ୍ଡ କଲେ ଏସପି

ପୁରୀ: ଥାନା ବାବୁଙ୍କୁ ଲାଞ୍ଚ ନେବା ମହଙ୍ଗା ପଡ଼ିଲା । ଲାଞ୍ଚ ଅଭିଯୋଗରେ ଗିରଫ ହୋଇଛନ୍ତି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଏଏସଆଇ । ତାଙ୍କ ନାଁ ଈଶ୍ୱରଚନ୍ଦ୍ର ଗୁମାନ ସିଂ । ଗିରଫ ପରେ ତାଙ୍କୁ ଚିକିରିରୁ ନିଲମ୍ବନ କରିଛନ୍ତି ପୁରୀ ଏସପି । ଜଣେ ବ୍ୟବସାୟୀଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ…

୭୬ ବର୍ଷରେ ପଦାର୍ପଣ କଲେ ଗୀତିକାର ଜାଭେଦ ଅଖତର

ନୂଆଦିଲ୍ଲୀ: ୭୬ ବର୍ଷରେ ପଦାର୍ପଣ କଲେ ଗୀତିକାର ଜାଭେଦ ଅଖତର। ଜାଭେଦ ଅଖତର ୧୭ ଜାନୁୟାରୀ ୧୯୪୫ ରେ ଗ୍ୱାଲିଅରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଜାନ ନିସର ଖାନ। ଏବଂ ମାତାଙ୍କ ନାମ ସଫିଆ ସିରାଜୁଲ ହକ। ଜାଭେଦ ଅଖତରଙ୍କ ପିତା ଜନ ନିସାର ଖାନ ବଲିଉଡରେ ଗୀତିକାର ଥିଲେ ଏବଂ…

ଓଲଟିଲା ଗୋରୁ ବୋଝେଇ ଭ୍ୟାନ: ୫ ଗୋରୁ ମୃତ, ରାସ୍ତାରୋକ କଲେ ଉତ୍ତ୍ୟକ୍ତ ଲୋକ

ଭଦକ୍ର: ଓଲଟିଲା ଗରୁ ବୋଝେଇ ଭ୍ୟାନ୍ । ଭଦ୍ରକ ଜିଲା ଭଦ୍ରକ -ଧାମନଗର ରାସ୍ତାର ଭଣ୍ଡାରୀପଦି ଛକରେ ଆଜି ସକାଳେ ଏକ ଗୋରୁ ବୋଝେଇ ପିକଅପ ଭ୍ୟାନ ଓଲଟି ପଡିଛି । ଏଥିରେ ୫ ଗୋରୁଙ୍କ ମୃତ୍ୟୁ ହୋଇଛି । ବେଆଇନ୍ ଗୋ-ଚାଲାଣ ବେଳେ ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭ୍ୟାନ ଓଲଟି ପଡ଼ିବାରୁ…

ଆରପାରିରେ ଫିଲ୍ମ ‘ଫୁକ୍‌ରେ’ ଅଭିନେତା ଓଲାନୋକିଓଟନ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଓଲାନୋକିଓଟନ ଗୋଲାବୋ ଲୁକ୍‌ସଙ୍କ ଦେହାନ୍ତ ହୋଇଛି। ସେ ଫୁକ୍‌ରେ ଏବଂ ଫୁକ୍‌ରେ ରିଟର୍ନସ୍ ଚଳଚ୍ଚିତ୍ରରେ ଅଭିନେତ୍ରୀ ରିଚା ଚଡାଙ୍କ ଅଙ୍ଗରକ୍ଷୀ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରରେ ଓଲାନୋକିଓଟନ୍ ଗୋଲାବୋ ଲୁକ୍‌ସଙ୍କ ଚରିତ୍ରର ନାଁ ଥିଲା…

ଆମେରିକା ହିଂସା; ଆମେରିକାର ୫୦ଟି ରାଜ୍ୟରେ ହାଇ ଆଲର୍ଟ ଜାରି

ୱାଶିଂଟନ୍: ଜାନୁଆରୀ ୧୭ରେ ଆମେରିକାରେ ଟ୍ରମ୍ପ ସମର୍ଥକମାନେ ସଶସ୍ତ୍ର ଆନ୍ଦୋଳନର ଧମକ ଦେବା ସହିତ ୱାଶିଂଟନ୍ ଡିସି ଅଭିମୁଖେ ଯାତ୍ରା କରିବାର ଧମକ ମଧ୍ୟରେ ଆମେରିକାର ସମସ୍ତ ୫୦ ଟି ରାଜ୍ୟକୁ ସତର୍କ କରାଯାଇଛି। ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ଗ୍ରହଣ ସମାରୋହ ପୂର୍ବରୁ…

ବିଦ୍ୟୁତ ତାର ଲାଗି ଜଳିଗଲା ବସ୍: ୬ ଯାତ୍ରୀ ଜୀବନ୍ତ ଦଗ୍ଧ, ୧୭ ଗୁରୁତର

ଜୟପୁର: ବସ ଯାତ୍ରାରୁ ଅନ୍ତମ ଯାତ୍ରା । ନିଆଁରେ ପୋଡ଼ି ହୋଇ ଜୀବନ୍ତ ଦଗ୍ଧ ହୋଇଗଲେ ୬ ଯାତ୍ରୀ । ୧୭ ଜଣ ଗୁରୁତର ହୋଇଛନ୍ତି । ବିଦ୍ୟୁତ ତାର ସଂସ୍ପର୍ଶେ ବସ୍ ଆସିବା ପରେ ସେଥିରେ ନିଆଁ ଲାଗି ଯାଇଥିଲା । ଏଭଳି ହୃଦୟ ବିଦାରକ ଓ ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନ ଜାଲୋର ଜିଲ୍ଲା ଅନ୍ତର୍ଗତ…

କରୋନା ଟିକା ନେବା ପରେ ଗଲାଣି ୨୩ ଜୀବନ, ଅନେକ ଅସୁସ୍ଥ

ନରଓ୍ୱେ: କରୋନା କବଳରୁ ମୁକ୍ତି ପାଇବାକୁ ସାରା ବିଶ୍ୱରେ ଟୀକାକରଣ ଆରମ୍ଭ ହୋଇ ଯାଇଛି। ଏହାକୁ ନେଇ ସବୁ ଆଡେ ଏକ ପ୍ରକାର ଆଶ୍ୱସ୍ତି ଦେଖାଦେଇଥିବା ବେଳେ ନରଓ୍ୱେରରୁ ଆସିଛି ବିକଳ୍ପ ଚିତ୍ର। ଏଠାରେ ଟିକା ନେବା ପରେ ପାଖାପାଖି ୨୩ ଜଣଙ୍କର ପ୍ରାଣ ଯାଇଥିବା ବେଳେ ଅନେକ ଅସୁସ୍ଥ…

କମୁଛି କରୋନା କାୟା: ଦେଶରେ ୨%ରୁ କମ୍ ଆକ୍ଟିଭ୍ କେସ୍, ବଢୁଛି ସୁସ୍ଥହାର

ନୂଆଦିଲ୍ଲୀ: ଦେଶରେ ନିୟନ୍ତ୍ରଣକୁ ଆସୁଛି ମହାମାରୀ । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୫ହଜାର ୧୪୪ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୫ଲକ୍ଷ ୫୭ହଜାର ୯୮୫କୁ ବୃଦ୍ଧି ପାଇଛି । ବଢୁଛି ମୃତ୍ୟୁସଂଖ୍ୟା ।…

କାଲିଠୁ ଖୋଲିବ ଘଟଗାଁ ମା’ ତାରିଣୀଙ୍କ ମନ୍ଦିର ଦୁଆର

କେନ୍ଦୁଝର: ଭକ୍ତଙ୍କୁ ଦର୍ଶନ ଦେବେ ଘଟଗାଁ ରାଣୀ ମାଆ ତାରିଣୀ । କାଲିଠାରୁ ଖୋଲିବ ମା’ ତାରିଣୀ ମନ୍ଦିର । ଦୀର୍ଘ ୧୦ମାସ ପରେ ମାଆଙ୍କୁ ଦେଖିବେ ଭକ୍ତ । କୋଭିଡ୍ କଟକଣା ଭିତରେ ଦର୍ଶନ ଅନୁମତି ଦେଇଛି ପ୍ରଶାସନ । ପ୍ରତିଦିନ ସକାଳ ୮ଟାରୁ ଦିନ ସାଢ଼େ ୧୨ଟା ଓ ଅପରାହ୍ନ ୪ଟାରୁ ସନ୍ଧ୍ୟା ସାଢେ…

ମାଆର ତଣ୍ଟି କାଟି ମାରି ଦେଲା ପୁଅ, ଟଙ୍କା ନଦେବାରୁ ହତ୍ୟା

ସୁନ୍ଦରଗଡ଼: ଜନ୍ମଦାତ୍ରୀକୁ ହତ୍ୟା କଲା ପୁଅ । ତଣ୍ଟି କାଟି ବୀଭତ୍ସ ହତ୍ୟା କରିଛି । ଏଭଳି ଅମାନବୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ବାହିୟାମ ଗାଁରେ । ମାଆର ତଣ୍ଟି କାଟି ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଫେରାର୍ ଅଛି । ତା ନାଁ ରାଜୁ ଗୌଡ଼ । ମାଆ…