Latest Odisha News

BREAKING NEWS

ରାଜ୍ୟରେ ଅଗଷ୍ଟ ୧ ଯାଏ ବଢିଲା ଆଂଶିକ ଲକ୍‌ଡାଉନ୍‌

ଭୁବନେଶ୍ୱର: ଓଡ଼ିଶାରେ ଆଂଶିକ ଲକ୍‌ଡାଉନ୍‌କୁ ଅଗଷ୍ଟ ୧ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଅଗଷ୍ଟ ୧ ସକାଳ ୬ଟା ଯାଏ ରାଜ୍ୟରେ ବଳବତ୍ତର ରହିବ ଆଂଶିକ ଲକ୍‌ଡାନ। ଏ ନେଇ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବର୍ଗ-ଏ (୨୦ ଟି ଜିଲ୍ଲା) ରେ ଥିବା…

ବଣୁଆ ଭାଲୁ ଆତଙ୍କ

ନୂଆପଡା: ନୂଆପଡା ଜିଲ୍ଲାରେ ବଣୁଆ ଭାଲୁ  ଆତଙ୍କ । ଗତ କିଛି ଦିନ ହେବ ନୂଆପଡା ଜିଲ୍ଲା ସଦର ମହକୁମାରେ ବଣୁଆ ଭାଲୁ ଆତଙ୍କ ଦେଖା ଦେଇଛି । ଗତକାଲି ରାତ୍ରୀ ସମୟରରେ ନୂଆପଡା ଜିଲ୍ଲାପାଳ ସ୍ୱଧାଦେଵ ସିଂ ଙ୍କ ସରକାରୀ ବାସଭବନ ପରିସରକୁ ବଣୁଆ ଭାଲୁ ପଶି ଯାଇଥିଲା । ଭାଲୁକୁ ଜିଲ୍ଲାପାଳଙ୍କ…

କଟକରୁ ୨ କିଲୋ ସୁନା ଜବତ, ଜିଏସଟି ଫାଙ୍କି ବିକ୍ରି କରୁଥିଲେ

କଟକ: ପଞ୍ଜାବରୁ ସୁନା ଆଣି କଟକରେ ବେପାର କରୁଥିଲେ । ଜିଏସଟି ଫାଙ୍କି ବେଆଇନ ବିକ୍ରି କରିବା ବେଳେ ଧରିଲା ପୋଲିସ । କଟକରୁ ୨ କିଲୋ ୨୯ ଗ୍ରାମ୍ ସୁନା ଜବତ କରିଛି କମିଶନରେଟ ପୋଲିସ । ଏହି ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ । ଜବତ ସୁନାର ମୂଲ୍ୟ ୫୫ ଲକ୍ଷରୁ ଅଧିକ ଟଙ୍କା ହେବ ।…

‘ହୁ’ର ଚେତାବନୀ; ତୃତୀୟ ତରଙ୍ଗର ପ୍ରାରମ୍ଭିକ ପର୍ଯ୍ୟାୟରେ ବିଶ୍ୱବାସୀ

ନୂଆଦିଲ୍ଲୀ: କରୋନା ତୃତୀୟ ତରଙ୍ଗକୁ ଲୋକେ ଗମ୍ଭୀରତାର ସହ ନେଉନାହାନ୍ତି। ସାମାଜିକ ମିଳାମିଶା କରୁଛନ୍ତି, ମାସ୍କ ପିନ୍ଧୁନାହାନ୍ତି, କରୋନା ନିୟମାବଳୀର ବ୍ୟାପକ ଉଲ୍ଲଂଘନ ହେଉଥିବା ବେଳେ ଏ ନେଇ ନିକଟରେ କେନ୍ଦ୍ରସରକାର ଚିନ୍ତା ବ୍ୟକ୍ତ କରିଛନ୍ତି। ତେବେ ଏହାରି ଭିତରେ ହୁର ଆଉ ଏକ…

ସୁସ୍ଥ ହେଉଛନ୍ତି ବିରୋଧୀ ଦଳ ନେତା ଓ ଉପନେତା

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ବିରୋଧୀ ଦଳ ନେତା ଓ ଉପନେତା ସୁସ୍ଥ ହେଉଛନ୍ତି । ଦୁହେଁ କରୋନା ସଂକ୍ରମିତ ହେବା ପରେ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି । ୫୦ ଦିନ ହେବ ତାଙ୍କୁ ଭେଣ୍ଟିଲେଟର ବାହାରେ…

ରହସ୍ୟଘେରରେ ପାରଳାଖେମୁଣ୍ଡି ACFଙ୍କ ମୃତ୍ୟୁ, ପତ୍ନୀ ଓ ଡିଏଫଓଙ୍କ ସମେତ ୩ ଜଣଙ୍କ ନାଁରେ ହତ୍ୟା ମାମଲା

ପାରଳାଖେମୁଣ୍ଡି: ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ନେଇ ସସପେନ୍ସ ବଢୁଛି । ନାନା ପ୍ରଶ୍ନବାଚୀ ଉଠିଛି । ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ସନ୍ଦେହ କରିଛନ୍ତି ସୌମ୍ୟରଞ୍ଜନଙ୍କ ପରିବାର ଲୋକ । ପାରଳାଖେମୁଣ୍ଡି ଥାନାରେ ପୁଅର ମୃତ୍ୟୁ ପଛରେ ତିନି ଜଣଙ୍କ ସଂପୃକ୍ତି ଅଭିଯୋଗରେ…

ବହିର ନାମ ପ୍ରେଗେନ୍ସି ବାଇବେଲ ରଖି ବିବାଦ ସୃଷ୍ଟି କଲେ କରୀନା

ମୁମ୍ବାଇ: ବଲିଉଡର ଅଭିନେତ୍ରୀ କରୀନା କାପୁର ଆଉ ଏକ ବିବାଦ ସୃଷ୍ଟି କରିଛନ୍ତି । ପ୍ରେଗେନ୍ସି ସମୟର ଅଭିଜ୍ଞତା ନେଇ କରୀନା କାପୁର ଖାଁ ପ୍ରେଗେନ୍ସି ବାଇବେଲ ନାମକ ଏକ ପୁସ୍ତକ ରଚନା କରିଛନ୍ତି । ଯାହାକୁ ନେଇ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏପରିକି କରୀନା ଏବଂ…

ଅଗଷ୍ଟ ୧୨ ରେ ମୁକ୍ତିଲାଭ କରିବ ‘ଶେରଶାହା୍‌’

ମୁମ୍ବାଇ: ଅଗଷ୍ଟ ୧୨ ରେ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ-ଅଭିନୀତ ଶେରଶାହା ମୁକ୍ତିଲାଭ କରିବ। ଏହା ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିବ। ପୂର୍ବରୁ ଏହି ଚଳଚ୍ଚିତ୍ରଟି ଜୁଲାଇ ୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ଥିଲା। ଏହି ଚଳଚ୍ଚିତ୍ରର କାର୍ଗିଲ ଯୁଦ୍ଧର ହିରୋ…

କେମିତି ଶିଳ୍ପାଙ୍କ ପ୍ରେମରେ ପଡିଥିଲେ ରାଜ; ରହସ୍ୟ ଖୋଲିଲେ ଶିଳ୍ପା

ମୁମ୍ବାଇ: ଖୁବ୍‌ ଶୀଘ୍ର ମୁକ୍ତିଲାଭ କରିବ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ଅଭିନୀତ ଫିଲ୍ମ ହଙ୍ଗାମା ୨। ଏଥିରେ ୧୯୯୪ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ମେ ଖିଲାଡି ତୁ ଅନାଡି'ର ଲୋକପ୍ରିୟ ଗୀତ ଚୁରାକେ ଦିଲ୍‌ ମେରାର ରିମେକ୍‌ ହୋଇଥିବା ଦେଖିବାକୁ ମିଳିଛି। ତେବେ ସେହି…

ରିଷଭ ପନ୍ଥ କରୋନା ପଜିଟିଭ୍, ଇଂଲଣ୍ଡ ସିରିଜ ପୂର୍ବରୁ ବଢ଼ିଲା ଟିମ୍ ଇଣ୍ଡିଆ ଟେନସନ୍

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ କରୋନା ଦେଇଛି ଝଟକା । କରୋନା ସଂକ୍ରମିତ ହୋଇଛନ୍ତି ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ଥ । ଏହା ପୂର୍ବରୁ ଦୁଇ ଜଣ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଥିଲା । ସେମାନଙ୍କ ଭିତରେ ଜଣେ ସୁସ୍ଥ…