Latest Odisha News

BREAKING NEWS

ଓଡ଼ିଶାର ୩ ଜିଲ୍ଲାରୁ ହଟି ନପାରେ ଆଂଶିକ ଲକଡାଉନ୍ ! ଆଜି ଆସିବ ନୂଆ ଗାଇଡଲାଇନ୍

ଭୁବନେଶ୍ୱର: ଆସନ୍ତାକାଲି ସକାଳେ ସରୁଛି ଆଂଶିକ ଲକଡାଉନ୍ । ଆଜି ନୂଆ ଗାଇଡଲାଇନ୍ ଆସିବ । ବର୍ତ୍ତମାନ କରୋନାର ସ୍ଥିତି ଓ ସଂକ୍ରମଣ ହାରକୁ ଦେଖି ସରକାର କଟକଣା କୋହଳ ନେଇ ରୂପରେଖ ପ୍ରସ୍ତୁତ କରିଛନ୍ତି । ଅନୁମାନ କରାଯାଉଛି ପାଖାପାଖି ୨୫-୨୬ ଜିଲ୍ଲାରେ କଟକଣାକୁ ଅଧିକ କୋହଳ କରିପାରନ୍ତି…

ଇଂଲଣ୍ଡ ବିପକ୍ଷ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆର ଦୁଇ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ବଢ଼ିଲା ଟିମ୍ ଇଣ୍ଡିଆର ଚିନ୍ତା । ଦୁଇ ଜଣ ଖେଳାଳି କରୋନା ସଂକ୍ରମିତ ହୋଇଥିବା ଜଣା ପଡ଼ିଛି । ସେମାନଙ୍କ ଭିତରୁ ଜଣେ ସୁସ୍ଥ ହୋଇଥିବା ବେଳେ ଅନ୍ୟ ଖେଳାଳିଙ୍କର ଆସନ୍ତା ୧୮ ତାରିଖରେ ପୁଣି ଥରେ କୋଭିଡ୍ ଟେଷ୍ଟ କରାଯିବ ବୋଲି ସୂଚନା…

ଆଡ଼ପ ମଣ୍ଡପରେ ଆଜି ଶ୍ରୀଜିଉଙ୍କର ହେବ ବନକଲାଗି ନୀତି

ପୁରୀ: ଗୁଣ୍ଡିଚା ମନ୍ଦିରରେ ବିରାଜମାନ ଅଛନ୍ତି ଶ୍ରୀଜିଉ । ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଭିନ୍ନ ନୀତିକାନ୍ତି ଚାଲିଛି । ଆଜି ଆଷାଢ଼ ଶୁକ୍ଳ ପଞ୍ଚମୀ ମାସନ୍ତ ତିଥି ଥିବାରୁ ଶ୍ରୀଜିଉମାନଙକ୍ର ବନକଲାଗି ନୀତି ଅନୁଷ୍ଠିତ ହେବ । ରୀତିନୀତି ଅନୁସାରେ ମହାପ୍ରଭୁଙ୍କର ଦ୍ୱିତୀୟ ଭୋଗ…

ଓଡ଼ିଶାରୁ କରୋନା ନେଲା ଆଉ ୬୬ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସ୍ଥିର ରହିଛି । କିନ୍ତୁ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ଆଉ ୬୬ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା । ଜିଲ୍ଲାରୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧ ଜଣ ପ୍ରାଣ ହରାଇଛନ୍ତି । ବରଗଡ଼ ଓ…

ରାତି ଅଧରେ ଓଡ଼ିଶାରେ ଚାଲିଥିବା ରେଳ ପ୍ରକଳ୍ପର ସମୀକ୍ଷା କଲେ ରେଳମନ୍ତ୍ରୀ

ନୂଆଦିଲ୍ଲୀ: ପୂର୍ବତଟ ରେଳବାଇ ଅଧିନରେ ଥିବା ବିଭିନ୍ନ ରେଲଓ୍ୱେ ପ୍ରକଳ୍ପର ସମୀକ୍ଷା କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଅଧ ରାତିରେ ସେ ଓଡ଼ିଶାରେ ଚାଲିଥିବା ବିଭିନ୍ନ ରେଳ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିଛନ୍ତି । ନିଜ ମନ୍ତ୍ରାଳୟରେ ବସି ଓଡ଼ିଶାର କେଉଁ ପ୍ରକଳ୍ପ କେତେ ବାଟ…

ଆଜି ଓଡ଼ିଶାରୁ ୨୧୧୦ କରୋନା ଆକ୍ରାନ୍ତ ଚିହ୍ନଟ, ୨୫ ଜିଲ୍ଲାରେ ଶହେରୁ କମ୍ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ସ୍ଥିର ରହିଛି ଦୈନିକ ସଂକ୍ରମଣ । ଗତ ତିନି ଚାରି ଦିନ ହେବ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨ହଜାରରୁ ସାମାନ୍ୟ କମ୍ ନହେଲେ ବେଶୀ ରହୁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୨୧ଶହ ୧୦ ସଂକ୍ରମିତ । କ୍ୱାରେଣ୍ଟାଇନରୁ ୧୨ଶହ ୧୩ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୮୯୭ ।…

ତୈଳ ଓ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ପ୍ରତିବାଦରେ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ସାଙ୍ଗକୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧିର ପ୍ରତିବାଦ । ଆଜି ବାମ ଦଳ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରୁଛି । ସିପିଆଇ, ସିପିଆଇ(ଏମ୍), ସିପିଆଇ(ଏମଏଲ୍) ଓ ଫରଓ୍ୱାର୍ଡ ବ୍କଲ ଆଦି ୪ଟି ବାମ ଦଳ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ଦିନ…

ବଡ଼ଦାଣ୍ଡରେ ‘ ଅବିନଶ୍ୱର ଶ୍ରୀଜଗନ୍ନାଥ ‘ ଲୋକାର୍ପିତ

ପୁରୀ : ପବିତ୍ର ରଥଯାତ୍ରା ଅବସରରେ ‘ଅନନ୍ୟ ଶ୍ରୀଜଗନ୍ନାଥ ସଂସ୍ଥାନ’ ଦ୍ୱାରା ପୀତବାସ ରାଉତରାୟଙ୍କ ସମ୍ପାଦନାରେ ଅନୁଭୂତି ଓ ଅନୁଭବର ବିଂଶତମ ସଙ୍କଳନ ' ଅବିନଶ୍ଵର ଶ୍ରୀଜଗନ୍ନାଥ ' ପୁରୀ ବଡ଼ଦାଣ୍ଡରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦଇତାପତି ସୁଦର୍ଶନ ଦାସ ମହାପାତ୍ରଙ୍କ ଦ୍ୱାରା…

କବିତା : କାଳିଆ ସାଆନ୍ତେ ହୋ

ଡମ୍ବରୁଧର ବେହେରା  କାଳିଆ ସାଆନ୍ତେ ଡାକନ୍ତି ସଭିଏଁ ଧନୀ, ଦୀନ, ହିନ ଜନ ଘୋଷ ଯାତରାରେ ଦେଖନ୍ତେ ତୁମ୍ଭଙ୍କୁ ଫେଡି ଯେ ' ଦୁଇ ନୟନ।। ହରିବୋଲ ହୁରି ହୁଳହୁଳି ଡାକେ ହରି ଥା'ନ୍ତ ଭକ୍ତ ମନ ହେ ଚକା ନୟନ କରୁଣା ସାଗର କପାଳେ ଦେଇ ଚନ୍ଦନ ।। ମନ କି ବଳୁନି ସୁନା ବେଶ ଲାଗି…

ଅନୁଭୂତିରେ ଶ୍ରୀଜଗନ୍ନାଥ : ମୌସୁମୀ ଦାସ୍

ଅନନ୍ୟ ଅନୁଭୂତିରେ ଆହେ ଶ୍ରୀଜଗନ୍ନାଥ ଜଗନ୍ନାଥ!! ତାଙ୍କୁ କିଏ କେତେ ଭାବରେ ଡାକେ । କିଏ କେତେ ପ୍ରକାରେ ସମ୍ବୋଧନ କରେ । ‘ପ୍ରଭୁ ଜଗନ୍ନାଥ’... ମୋର କିନ୍ତୁ ଏଇ ନାମରେ ସମସ୍ତ ଆସ୍ଥା, ସମସ୍ତ ବିଶ୍ୱାସ । ସେଇ ବିଶ୍ୱାସର ଡୋରିରେ ମନ ବଳାଏ, କେବେ ସତରେ ମହାପ୍ରଭୁଙ୍କୁ ଏଇ ଚର୍ମନୟନରେ…