Latest Odisha News

BREAKING NEWS

ବିଶ୍ୱକପ ଫୁଟବଲ: ରୋନାଲ୍ଡ଼ୋଙ୍କ ହାଟ୍ରିକ୍ ରେ ଡ୍ର ରହିଲା ମ୍ୟାଚ !

ମସ୍କୋ : ବିଶ୍ୱକପର ଏକ ରୋମାଞ୍ଚକର ମ୍ୟାଚରେ ଦୁଇ ଶକ୍ତିଶାଳୀ ଟିମ୍ ପର୍ତ୍ତୁଗାଲ ଓ ସ୍ପେନ ୩-୩ ଗୋଲରେ ବରାବର ରହିଲା । ଏହି ମ୍ୟାଚରେ ତାରକା ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡ଼ୋଙ୍କ ହ୍ର୍ୟାଟ୍ରିକ ଗୋଲ ବିଜୟୀ କରିପାରିଲାନି ପର୍ତ୍ତୁଗାଲ ଦଳକୁ । ଏହି ମ୍ୟାଚରେ ବିଶ୍ୱର ସମସ୍ତ…

ଅରଟେଲ୍ ଅଫିସ ଚଢଉ କଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର : କମିଶନରେଟ ପୋଲିସ ଶନିବାର ଦିନ ଏଠାକାର ଚନ୍ଦ୍ରଶେଖରପୁର ସ୍ଥିତ ଅରଟେଲ କମ୍ୟୁନିକେସନ ମୁଖ୍ୟ କାର୍ଯ୍ୟାଳୟ ଉପରେ ଚଢଉ କରିଛି । ଏସିପି ରବିନ୍ଦ୍ରନାଥ ଶତପଥୀଙ୍କ ନେତୃତ୍ୱରେ ଏକ ଟିମ ଯାଇ ଚନ୍ଦ୍ରଶେଖରପୁର ସ୍ଥିତ ଅରଟେଲ କାର୍ଯ୍ୟାଳୟ ଚଢଉ କରିବା ସହ ବିଭିନ୍ନ କାଗଜପତ୍ର ସହିତ…

ସୀମାରେ ପାକିସ୍ତାନ ସେନା କରୁଛି ଅସ୍ତ୍ରବିରତି ଉଲ୍ଲଂଘନ

ଶ୍ରୀନଗର/ନୂଆଦିଲ୍ଲୀ : ଏବେ ଇଦ ଉଲ ଫିତର ଏବଂ ପବିତ୍ର ରମଜାନ ମାସ ଲାଗି ଭାରତ-ପାକିସ୍ତାନ ସୀମାରେଖାରେ ଅସ୍ତ୍ରବିରତି ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ପାକିସ୍ତାନ ସେନା ସୀମାରେଖା ନିକଟରେ ବାରମ୍ବାର ଗୁଳିଚାଳନା କରିବାରେ ଲାଗିଛି । ଆଜି ସକାଳେ ରଜୌରୀ ସେକ୍ଟର ନିକଟରେ ପାକିସ୍ତାନ ପଟରୁ…

ଭୁବନେଶ୍ୱର ଏୟାରପୋର୍ଟରୁ ୮ ଲକ୍ଷ ଟଙ୍କାର ସୁନା ଜବତ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରେ ଏବେ କିଛିଦିନ ହେଲା ସୁନା ଚାଲାଣ ବୃଦ୍ଧି ପାଇଛି ଏବଂ କଷ୍ଟମ ବିଭାଗ ମଧ୍ୟ ବେଆଇନ ସୁନା ଚାଲାଣକାରୀଙ୍କୁ ଧରିବାରେ ସକ୍ଷମ ହୋଇ ପାରିଛନ୍ତି । ଆଜି ଭୁବନେଶ୍ୱର ବିମାନବନ୍ଦରରୁ କଷ୍ଟମ ବିଭାଗ ପୂର୍ବରୁ ଖବର ପାଇ ଚଢଉ…

ଜୁନ ୧୮ ବଦଳରେ ଜୁନ ୨୧ରେ ଖୋଲିବ ସମସ୍ତ ସ୍କୁଲ

ଭୁବନେଶ୍ୱର: ସାରା ରାଜ୍ୟ ଏବେ ପଚଣ୍ଡ ରୌଦ୍ରତାପରେ ଅସ୍ତବ୍ୟସ୍ତ । ମୌସୁମୀ ଜଳବାୟୁ ରାଜ୍ୟରେ ପ୍ରବାହିତ ହେଉଥିଲେ ମଧ୍ୟ ଅସହ୍ୟ ଗ୍ରୀଷ୍ମପ୍ରବାହ ହ୍ରାସ ପାଉନାହିଁ । ପ୍ରବଳ ଖରା ଓ ଗୁଳଗୁଳିକୁ ଦୃଷ୍ଟିରେ ରଖି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ଗ୍ରୀଷ୍ମାବକାଶକୁ ବୃଦ୍ଧି କରିଛନ୍ତି । ତେଣୁ…

AIIMS ଓ NEST ଏଣ୍ଟ୍ରାନ୍ସ ଫଳାଫଳ ଜୁନ ୧୮ରେ ପ୍ରକାଶ ପାଇବ

ଭୁବନେଶ୍ୱର : AIIMS (ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡ଼ିକାଲ ସାଇନ୍ସ) ଏବଂ NEST (ନ୍ୟାସନାଲ ଏଣ୍ଟ୍ରାନ୍ସ ସ୍କ୍ରିନିଂ ଟେଷ୍ଟ) ଏଣ୍ଟ୍ରାନ୍ସ ଫଳାଫଳ ଜୁନ ୧୮ ତାରିଖରେ ପ୍ରକାଶିତ ହେବାକୁ ସ୍ଥିର ହୋଇଛି । ଏମ୍ସ ଏମବିବିଏସ ଏଣ୍ଟ୍ରାନ୍ସ ରେଜଲ୍ଟ ଜୁନ ୧୮ ୬ଟାରେ ପ୍ରକାଶିତ ହେବ । ଏହାର…

ଦୁବାଇରେ ଓଡ଼ିଆ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ !

କେନ୍ଦ୍ରାପଡ଼ା : ଦୁବାଇରେ କାର୍ଯ୍ୟରତ ଜଣେ ଓଡ଼ିଆ ଶ୍ରମିକଙ୍କ କାର୍ଯ୍ୟସ୍ଥଳରେ ସନ୍ଦେହଜନକ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି । ମୃତ ଓଡ଼ିଆ ଶ୍ରମିକ ଜଣକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲାର ଜମ୍ଭୁ ଥାନା ଅନ୍ତର୍ଗତ ଭଟେନି ଗାଁ’ର ଶ୍ରୀବିନ୍ଦୁ ମାଇତି ବୋଲି ଜଣା ପଡ଼ିଛି । ପୋଲିସ ସୂତ୍ରରୁ…

ଓଡ଼ିଶା ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ଦେଲେ ଚିଠି: ଝାରସୁଗୁଡ଼ା ଏୟାରପୋର୍ଟକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ…

ଭୁବନେଶ୍ୱର : ଝାରସୁଗୁଡ଼ା ବିମାନବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବାକୁ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଚିଠିରେ ବୀର ସୁରେନ୍ଦ୍ର ସାଏଙ୍କ ନାମରେ…

ଦର୍ଶନ କରି ଫେରୁଥିବା ବେଳେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରାଣବାୟୁ ଚାଲିଗଲା !

ପୁରୀ : ପୁରୀ ଶ୍ରୀମନ୍ଦିରରେ ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଛି । ମହାପ୍ରଭୁଙ୍କୁ ଦର୍ଶନ ସାରି ଫେରୁଥିବା ବେଳେ ଜଣେ ଭକ୍ତଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଛି । ମୃତବ୍ୟକ୍ତି ଜଣକ ହେଲେ ଜଗତସିଂହପୁର ଜିଲ୍ଲାର କୁଳମଣି ନାୟକ । ଆଜି ସନ୍ଧ୍ୟାରେ କୁଳମଣି ପରିବାର ସହିତ ଶ୍ରୀମନ୍ଦିର ବେଢାରେ…

ଗାଈ ଚରଉଥିବା ବେଳେ ୧୩ ବର୍ଷର ନାବାଳିକାକୁ ଦୁଷ୍କର୍ମ: ଅଭିଯୁକ୍ତ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ପାଲଲହଡ଼ା ଅଞ୍ଚଳରେ ଏକ ୧୩ ବର୍ଷର ନାବାଳିକା ଦୁଷ୍କର୍ମର ଶୀକାର ହୋଇଛି । ସୂତ୍ରରୁ ଜଣାପଡ଼ିଛି, ପୀଡ଼ିତା ଜଣକ ପଡ଼ିଆକୁ ଗାଈ ଚରଉଥିବା ସମୟରେ ଏହି ଘଟଣାଟି ଘଟିଛି । ନାବାଳିକା ଜଣକ ପଡ଼ିଆରେ ଏକୁଟିଆ ଗାଈ ଚରଉଥିବାର ସୁଯୋଗ ନେଇ ଜଣେ ଯୁବକ ତାକୁ ନିକଟସ୍ଥ…