Latest Odisha News

BREAKING NEWS

ତହସିଲଦାରଙ୍କୁ ଆକ୍ରମଣ କଲେ ମଦ୍ୟପ ଯୁବକ

ଜଗତସିଂହପୁର: ଲକଡାଉନ କଟକଣା ଯାଞ୍ଚ କରୁଥିବା ବେଳେ ଜଗତସିଂହପୁର ଜିଲ୍ଲାର ଏରସମା ଥାନା ଅନ୍ତର୍ଗତ ଜାପା ଛକରେ ଜଣେ ମଦ୍ୟପ ଯୁବକ ତହସିଲଦାର ଚୌଧୁରୀ ପ୍ରଜଣାନନ୍ଦ ଦାଶଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସୂଚନାନୁସାରେ, ଲକଡାଉନ ସମୟରେ ଦୋକାନ ବଜାର ଖୋଲାଥିବା ନେଇ ଶ୍ରୀ ଦାଶ…

ଜୁନ୍‌ ୨୧ ଯାଏ ବେଙ୍ଗାଲୁରୁରେ ୧୪୪ ଧାରା ଲାଗୁ

ବେଙ୍ଗାଲୁରୁ: ଜୁନ୍‌ ୨୧ ଯାଏ ବେଙ୍ଗାଲୁରୁରେ ୧୪୪ ଧାରା ଲାଗୁ ହୋଇଛି। ବେଙ୍ଗାଲୁରୁ ସିଟି ପୋଲିସ କମିଶନର ତଥା ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଏ ନେଇ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଏହା ଜୁନ୍ ୨୧ ମଧ୍ୟରାତ୍ର ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି। କରୋନା ସଂକ୍ରମଣକୁ…

‘ଲଗାନ୍‌’ ମୁଭିର ରିମେକ୍‌ ଦେଖିବାକୁ ଚାହୁଁଛନ୍ତି ଅମିର୍‌

ନୂଆଦିଲ୍ଲୀ: ବ୍ଲକ୍‌ବ୍ଲଷ୍ଟର ବଲିଉଡ୍‌ ମୁଭି 'ଲଗାନ'କୁ ୨୦ ପୂରିଛି। ଏଥିରେ ବଲିଉଡ୍‌ର ରୋମାଣ୍ଟିକ୍‌ ହିରୋ ଅମିର୍‌ ଖାନ୍‌ଙ୍କ ଅଭିନୟକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। 'ମିଷ୍ଟର ପରଫେକ୍ସନିଷ୍ଟ’ ଭାବରେ ଜଣାଶୁଣା ଆମୀର ଖାନଙ୍କ ଏହି ମୁଭି ୨୦୦୧ ମସିହା ଜୁନ୍‌ ୧୪ରେ ମୁକ୍ତିଲାଭ କରିଥିଲା।…

ଡେଲ୍‌ଟା ଭାରିଆଣ୍ଟ୍ ପାଇଁ ଫାଇଜର ଏବଂ ଆଷ୍ଟ୍ରାଜେନେକା ଟିକା ଅତ୍ୟନ୍ତ ପ୍ରଭାବଶାଳୀ

ନୂଆଦିଲ୍ଲୀ: ଭାରତରେ ଦେଖାଦେଇଥିବା ମାରାତ୍ମକ ଡେଲ୍‌ଟା ଭାରିଆଣ୍ଟ୍‌କୁ ନେଇ ଏବେ ସମଗ୍ର ଦେଶ ଚିନ୍ତାରେ। କିନ୍ତୁ ଏହା ଭିତରେ ଏକ ଆଶ୍ବସ୍ତିକର ଖବର ସାମ୍‌ନାକୁ ଆସିଛି। ଡେଲ୍‌ଟା ଭାରିଆଣ୍ଟ୍‌ ବିରୋଧରେ ବିଦେଶୀ ଟିକା ଫାଇଜର ଏବଂ ଆଷ୍ଟ୍ରାଜେନେକାର ଦୁଇଟି ଡୋଜ ଅତ୍ୟନ୍ତ ପ୍ରଭାବଶାଳୀ…

ଆଜିଠୁ ଏମ୍ସରେ ୬-୧୨ ବର୍ଷ ପିଲାଙ୍କ ଉପରେ ଟିକା ଟ୍ରାଏଲ୍

ନୂଆଦିଲ୍ଲୀ: ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ ହେଲାଣି । ଛୋଟ ପିଲା ବେଶୀ ସଂକ୍ରମିତ ହେବା ଆଶଙ୍କା କରୁଛନ୍ତି ବିଶେଷଜ୍ଞ । ଏହାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଆଗୁଆ ଟିକାକରଣ ଦିଗରେ ପଦକ୍ଷେପ ନିଆଯାଉଛି । ଆରମ୍ଭ ହୋଇଛି ଟିକା ଟ୍ରାଏଲ । ଆଜି ୬-୧୨ ବର୍ଷ ପିଲାଙ୍କ…

୭୫ ଦିନ ପରେ ଖସିଲା କରୋନା ସଂକ୍ରମଣ, ଦିନକରେ ୬୦ ହଜାର ପଜିଟିଭ

ନୂଆଦିଲ୍ଲୀ: ଦେଶରେ ୭୫ ଦିନ ପରେ ଖସିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ସାରା ଦେଶରେ ୬୦ ହଜାର ୪୭୧ ଜଣ । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୫ ଲକ୍ଷ ୭୦ ହଜାର ୮୮୧କୁ ବୃଦ୍ଧି ପାଇଛି।…

ସୈତାନ୍ ସ୍ୱାମୀ: ସ୍ତ୍ରୀ ବେକକୁ ବିୁଦ୍ୟତ ତାରରେ ଗୁଡ଼ାଇ ହତ୍ୟା

ବଲାଙ୍ଗିର: ପାରିବାରିକ କହଳ ନେଲା ଉଗ୍ର ରୂପ । ସ୍ୱାମୀ ସାଜିଲା ସୈତାନ୍ । ସାତ ଜନ୍ମର ସାଥିକୁ ତଣ୍ଟି ଚିପି ହତ୍ୟା କଲା । ବିଦ୍ୟୁତ ତାରରେ ବେକକୁ ଗୁଡ଼ାଇ ଅତି ନିର୍ମମ ଭାବରେ ହତ୍ୟା କରିଛି ସ୍ୱାମୀ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି ।…

ଭାରତରେ ଦ୍ବିତୀୟ ପ୍ରବାହ ପାଇଁ ଦାୟୀ ସାମାଜିକ ସମାବେଶ: ଡବ୍ଲ୍ୟୁଏଚଓ

ଲଣ୍ଡନ: ୟୁକେରେ ଜି-୭ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସମୟରେ ଭାରତରେ ବଢୁଥିବା ସଂକ୍ରମଣ ପାଇଁ ଚିନ୍ତା ପ୍ରକଟ କରିଛନ୍ତି ‘ଡବ୍ଲ୍ୟୁଏଚଓ’ର ଜରୁରୀକାଳୀନ ସ୍ବାସ୍ଥ୍ୟ ଯୋଜନାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମାଇକେଲ ରିଆନ୍‌। ସୂଚନା ଅନୁଯାୟୀ, ଭାରତରେ କରୋନାର ଦ୍ବିତୀୟ ପ୍ରବାହ…

ଓଡ଼ିଶାର ୫ ଜିଲ୍ଲାରେ ୧୭ ତାରିଖରୁ ଖୋଲି ନପାରେ ତାଲା, ଏସବୁ ଜିଲ୍ଲା ହୋଇପାରେ ଅନଲକ୍

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କ୍ରମାଗତ ଖସୁଛି । ୬ ପ୍ରତିଶତ ତଳକୁ ହ୍ରାସ ପାଇଛି ପଜିଟିଭିଟି ରେଟ୍ । ଦିନ ପରେ ସରୁଛି ଲକଡାଉନ୍ । ୧୭ରୁ କଣ ହେବ । ରାଜ୍ୟରୁ ଉଠିବ କି ଲକଡାଉନ୍ ? କେଉଁସବୁ ଜିଲ୍ଲା ଅନଲକ୍ ହେବ ? କେଉଁଠି ବଳବତ୍ତର ରହିବ କଟକଣା ? ଆଜିର କରୋନା ଗ୍ରାଫ ଦର୍ଶାଉଛି,…

ସଂକ୍ରମଣ ୪ ହଜାର ତଳକୁ ଖସିଲା, ମୃତ୍ୟୁସଂଖ୍ୟା ୪୦ରୁ କମୁନି

ଭୁବନେଶ୍ୱର: ରାଜ୍ୟରେ କେବେ ୪୦ରୁ ଖସିବ ଦୈନିକ କରୋନା ମୃତ୍ୟୁସଂଖ୍ୟା ? ଦୈନିକ ମୃତ୍ୟୁସଂଖ୍ୟା ବଢୁଛି । ୨୪ ଘଣ୍ଟାରେ ଆଉ ୪୨ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ୧୮ ଜିଲ୍ଲାରୁ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । କଟକ, ଝାରସୁଗୁଡ଼ା, ଖୋର୍ଦ୍ଧା, ପୁରୀରୁ ୪ ଜଣ ଲେଖାଏ…