Latest Odisha News

BREAKING NEWS

ବୁର୍ଲା ଭୀମସାରରେ ଟଳିଲା ବଡଧରଣର ଅଘଟଣ

ସମ୍ୱଲପୁର: ଗଛ ଭାଙ୍ଗି ବିଦ୍ୟୁତ ତାର ଛିଣ୍ଡିଗଲା । ୧୧ କେଭି ବିଦ୍ୟୁତ ତାର ଛିଣ୍ଡିଯିବାରୁ ସର୍ଟ ସର୍କିଟରୁ ଲାଗିଲା ନିଆଁ । ଏଥିରୁ ବୁର୍ଲା ଭୀମସାର ରକ୍ତଭଣ୍ଡାରରେ ଅଗ୍ନିକାଣ୍ଡ ହୋଇଛି । ପୋଡ଼ି ଯାଇଛି ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର । ଏବେ ବାକି ଥିବା ୩ଟି ଫ୍ରିଜରରେ…

କଙ୍ଗନାଙ୍କୁ ମୀକା ସିଂଙ୍କ ପରାମର୍ଶ; ଦେଶପ୍ରେମ ସେତିକି ଥାଉ; ଅଭିନୟ ପ୍ରତି ଧ୍ୟାନ ଦିଅ

ନୂଆଦିଲ୍ଲୀ: ଯେବେଠାରୁ ଅଭିନେତ୍ରୀ କଙ୍ଗନା ରାଣାୱତ କୃଷକ ଆନ୍ଦୋଳନ ବିଷୟରେ ଟୁଇଟ୍ କରିବା ଆରମ୍ଭ କରିଛନ୍ତି, ସେବେଠାରୁ କଙ୍ଗନାଙ୍କ ବିରୋଧରେ ପ୍ରତିବାଦର ସ୍ୱର ଶୁଣିବାକୁ ମିଳୁଛି। ଏହାପୂର୍ବରୁ, କଙ୍ଗନା ଏବଂ ଦିଲଜିତ ଦୋସାଞ୍ଜଙ୍କ ମଧ୍ୟରେ ଦେଖାଯାଉଥିବା ଏହି ବାକ୍‌ ଯୁଦ୍ଧ ମଧ୍ୟରେ ଆହୁରି…

ଗୋଟିଏ ଦିନରେ ଦେଶରୁ ୩୬ ହଜାରରୁ ଉର୍ଦ୍ଧ୍ବ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ୯୬ ଲକ୍ଷ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ୩୬ ହଜାର ୬୫୨ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ସବୁଠାରୁ ବଡ଼ କଥା ହେଲା ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି। ଗତ ୨୪ଘଣ୍ଟାରେ ୪୨,୫୩୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ…

ଶୀତ ଲହରି: ରାଜ୍ୟରେ ୧୪ ଡିଗ୍ରୀ ତଳେ ୧୪ ସହରର ପାରଦ

ଭୁବନେଶ୍ୱର: ରାଜ୍ୟରେ ପାଗ ଶୁଖିଲା ରହିଛି । ଧୀରେ ଧୀରେ ବଢୁଛି ଶୀତ । ୧୪ଟି ସହରରେ ପାରଦ ୧୪ ଡିଗ୍ରୀ ସେଲସିୟସ୍ ତଳେ ରହିଛି । ସବୁଠୁ ଥଣ୍ଡା ସହର ପାଲଟିଛି ସୋନପୁର । ସେଠାରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି ୧୦ ଡିଗ୍ରୀ ସେଲସିୟସ ତଳେ ଦୁଇଟି…

ପ୍ରକାଶ ପାଇଲା ବିଏଡ୍ ପ୍ରବେଶିକା ଫଳ

ଭୁବନେଶ୍ୱର: ବିଏଡ୍ ପ୍ରବେଶିକା ପରୀକ୍ଷା- ୨୦୨୦ର ଫଳାଫଳ ଏବଂ କଟ୍ ଅଫ୍ ତାଲିକା ସହପ୍ରୋଭିଜନାଲ ଛାତ୍ରଛାତ୍ରୀଙ୍କ ନାମ ପ୍ରକାଶିତ ହୋଇଛି। ସବିଶେଷ ସୂଚନା ପାଇଁ ଛାତ୍ରଛାତ୍ରୀ ମାନେ ସାମସ୍ ଓ୍ବେବସାଇଟ ଚେକ୍ କରିପାରିବେ। କାଉନସେଲିଂ ପାଇଁ ଉଭୟ ବିଜ୍ଞାନ ଏବଂ କଳା ଷ୍ଟ୍ରିମର ମୋଟ ୯୦୦…

ଆଜି ପୁଣି ସରକାରଙ୍କ ସହ ଚାଷୀଙ୍କ ଆଲୋଚନା, ନିଷ୍କର୍ଷ ଉପରେ ନଜର

ନୂଆଦିଲ୍ଲୀ: କୃଷକଙ୍କ ଆନ୍ଦୋଳନ ୧୦ ଦିନରେ ପହଞ୍ଚିଛି । କେନ୍ଦ୍ର ସରକାର ଆଲୋଚନା କରୁଛନ୍ତି । ନିଷ୍କର୍ଷ ବାହାରି ପାରୁନି । ଆଜି ପୁଣି ଥରେ କୃଷକ ସଂଗଠନ ପ୍ରତିନିଧିଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସରକାର । ଆଜି ପଞ୍ଚମ ପର୍ଯ୍ୟାୟ ଆଲୋଚନା ହେବ । କଣ ବାହାରିବ ନିଷ୍ପତ୍ତି ତାଉପରେ…

୬୦ଲକ୍ଷ ଅନଲାଇନ ଠକେଇ, ଭଦ୍ରକରୁ ଗିରଫ ଯୁବକଙ୍କୁ ରିମାଣ୍ଡରେ ନେବ ଦିଲ୍ଲୀ ପୋଲିସ

ଭଦ୍ରକ: ଅନଲାଇରେ ଠକେଇ । ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଭଦ୍ରକ ଜିଲ୍ଲାରୁ ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ୬୦ ଲକ୍ଷ ଟଙ୍କାର ଅନଲାଇନ୍ ଠକେଇ ଅଭିଯୋଗରେ ସଂପୃକ୍ତ ଯୁବକଙ୍କୁ ରିମାଣ୍ଡରେ ନେବ ଦିଲ୍ଲୀ ପୋଲିସ । ଏଥିପାଇଁ ଦିଲ୍ଲୀ ପୋଲିସ ଟିମ୍ ଭଦ୍ରକରେ ପହଞ୍ଚିଛି । ଗିରଫ ଯୁବକଙ୍କ ନାଁ…

ଆଜି ନୟାଗଡ଼ ଯଦୁପୁର ଯିବ କଂଗ୍ରେସ ପ୍ରତିନିଧି ଦଳ

ନୟାଗଡ଼: ନାବାଳିକା ହତ୍ୟା ମାମଲାକୁ ନେଇ ରାଜନୀତି ଥମୁନି । ସରକାରୀଙ୍କୁ ଘେରୁଛନ୍ତି ବିରୋଧୀ । ଆଜି କଂଗ୍ରେସର ଏକ ପ୍ରତିନିଧି ଦଳ ନୟାଗଡ଼ ଜିଲ୍ଲା ଯଦୁପୁର ଗସ୍ତ କରିବେ । ରାଜ୍ୟ ପ୍ରଭାରୀ ଏ. ଚେଲ୍ଲାକୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବରିଷ୍ଠ ନେତା ଯିବେ । କଂଗ୍ରେସ…

ରାଜ୍ୟର +୨ କଲେଜ କ୍ଯାମ୍ପସକୁ ବିଶୋଧନ ଓ ସଫେଇ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଖୁବଶୀଘ୍ର ରାଜ୍ୟରେ ଖୋଲିପାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନରେ ଥିବା କଲେଜ। କ୍ଯାମ୍ପସକୁ ବିଶୋଧନ ଓ ସଫେଇ କରିବାକୁ ନିର୍ଦ୍ଦେଶ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ। ସବୁ ସରକାରୀ ଓ ଘରୋଇ କଲେଜ ଅଧ୍ୟକ୍ଷମାନଙ୍କୁ ଚିଠି ଲେଖାଯାଇଛି।…

ବାଲ୍ୟ ବିବାହକୁ ନେଇ ସୂଚନା ଦେଲେ ମିଳିବ ୫ ହଜାର ଟଙ୍କା ପୁରସ୍କାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ବାଲ୍ୟ ବିବାହ ସମ୍ପର୍କରେ ପ୍ରଶାସନକୁ ସୂଚନା ଦେଲେ ୫୦୦୦ ଟଙ୍କା ପୁରସ୍କାର ରାଶି ମିଳିବ ଘୋଷଣା କରିଛନ୍ତି ପ୍ରଶାସନ। ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ରୂପେ ମୂଳପୋଛ କରିବା ଲାଗି…