Latest Odisha News

BREAKING NEWS

ବିସିସିଆଇର ଗୁରୁତ୍ୱପୂର୍ଣ୍ଣ ବୈଠକ ଡିସେମ୍ବର ୨୪ରେ, ଆଇପିଏଲରେ ୨ ଟିମ୍ ସାମିଲ ମୂଖ୍ୟ ପ୍ରସଙ୍ଗ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ଗୁରୁତ୍ୱପୂର୍ଣ୍ଣ ବାର୍ଷିକ ବୈଠକ ଚଳିତ ମାସ ୨୪ରେ ଆୟୋଜିତ ହେବ । ବୈଠକରେ ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣରେ ୨ଟି ଟିମ୍ ସାମିଲ ମୂଖ୍ୟ ପ୍ରସଙ୍ଗ ରହିବ । ଏହା ବ୍ୟତୀତ ଅଲିମ୍ପିକ୍ସରେ କ୍ରିକେଟ ସାମିଲ ଓ ଜୟ ଶାହଙ୍କୁ ଆଇସିସି…

ମ୍ୟାଚ ଫିକ୍ସିଂ ଅଭିଯୋଗରେ ସ୍ପେନ ଟେନିସ ଖେଳାଳି ଲୋପେଜ ୮ ବର୍ଷ ବାସନ୍ଦ

ମାଡ୍ରିଡ: ସ୍ପେନର ଷ୍ଟାର ଟେନିସ ଖେଳାଳି ଏନରିକ୍ ଲୋପେଜଙ୍କୁ ମ୍ୟାଚ ଫିକ୍ସିଂ କରିବା ଅଭିଯୋଗରେ ୮ ବର୍ଷ ବାସନ୍ଦ କରାଯାଇଛି ।୨୦୧୭ରେ ତାଙ୍କ ବିରୋଧରେ ଏହି ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆସିଥିଲା । ବୁଧବାର ଏହା ପ୍ରମାଣିତ ହେବା ପରେ ତାଙ୍କୁ ଉପରୋକ୍ତ ବାସନ୍ଦ ଦଣ୍ଡାଦେଶ ଦିଆଯାଇଛି । ସେ ଆଗକୁ…

ବରଯାତ୍ରୀ ଗାଡି ଓ ଟ୍ରକ ମୁହାଁମୁହିଁ ଧକ୍କା, ୩ମୃତ

ବରଗଡ : ଛତିଶଗଡ କୁଣ୍ଡାତରାଇରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବରଗଡ ପଟାପାଲ୍ଲୀରୁ ଏକ ବରଯାତ୍ରୀ ଗାଡି ଛତିଶଗଡ ରାୟଗଡ ନିକଟରେ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ୪ ଜଣ ଗୁରୁତର ହୋଇଛନ୍ତି । ଗୁତୁରମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ…

ବର୍ଷକୁ କେତେ ଆୟ କରନ୍ତି ପାୱାର କପଲ୍ ବିରାଟ୍ ଓ ଅନୁଷ୍କା ?

ମୁମ୍ବାଇ: ଭାରତ ତଥା ବିଶ୍ୱରେ ବହୁଚର୍ଚ୍ଚିତ ଦମ୍ପତ୍ତି ତାଲିକାରେ ସାମିଲ ଅଛନ୍ତି ବିରାଟ ଓ ଅନୁଷ୍କା । ଜଣେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଅଭିନେତ୍ରୀ ତ ଆଉ ଜଣେ ବିଶ୍ୱ କ୍ରିକେଟର ଅଭିନ୍ନ ଅଙ୍ଗ । ନିଜନିଜ କ୍ଷେତ୍ରରେ ଦୁହିଁଙ୍କ ଭୂମିକା ହିଁ ତାଙ୍କୁ ପାୱାର୍ କପଲ୍‌ର ଆଖ୍ୟା ଦେଇଛି ।…

ଘୋଷଣା ହେଲା ଭାରତର ଶ୍ରେଷ୍ଠ ୧୦ ପୋଲିସ ଥାନା, ସ୍ଥାନ ପାଇଲାନି ଓଡିଶା

ଭୁବନେଶ୍ୱର: ଭାରତର ସରକାରଙ୍କ ପକ୍ଷରୁ ୨୦୨୦ ବର୍ଷ ପାଇଁ ଦେଶର ଶ୍ରେଷ୍ଠ ୧୦ ଟି ପୋଲିସ ଥାନାର ତାଲିକା ଘୋଷଣା ହୋଇଛି । ପ୍ରଥମ ସ୍ଥାନରେ ରହିଛି ମଣିପୁରର ଥୋବାଲ ଜିଲ୍ଲାର ନନପୋକ ସେକ୍ ମାଇ ଥାନା । ଏହି ତାଲିକାରେ ସ୍ଥାନ ପାଇଥିବା ଅନ୍ୟ ଥାନାଗୁଡିକ ମଧ୍ୟରେ ରହିଛି ତାମିଲନାଡୁର ସୁରମଙ୍ଗଳମ୍…

ଆସନ୍ତୁ ଜାଣିବା ବଲିଉଡର ଏଭରଗ୍ରୀନ ହିରୋ ଦେବାନନ୍ଦଙ୍କ ଦୁଃଖଦ ପ୍ରେମ କାହାଣୀ ବିଷୟରେ..

ମୁମ୍ବାଇ:ବଲିଉଡର ଏଭରଗ୍ରୀନର ହୀରୋ ଦେବାନନ୍ଦଙ୍କ ଆଜି ଜନ୍ମଦିନ(୩ ଡିସେମ୍ବର)।ଅନେକ କାହାଣୀ ତାଙ୍କ ଜୀବନ ସହିତ ଜଡିତ ହୋଇ ରହିଛି । ତେବେ ସୁରିୟାଙ୍କ ପ୍ରେମକାହାଣୀ ତାଙ୍କ ଜୀବନର ସବୁଠାରୁ ଦୁଃଖଦ ଘଟଣା । ଦେବାନନ୍ଦ ଚର୍ଚ୍ଚିତ ହେବା ପୂର୍ବରୁ ସୁରିୟା ଫିଲ୍ମ ଇଣ୍ଡଷ୍ଟ୍ରିର ଦାମୀ ଓ ସଫଳ…

ପଶ୍ଚିମ ଓଡିଶାର ଏହି ସହରରେ ୧୨ ଘଣ୍ଟିଆ ବନ୍ଦ ଡାକରା

ରାଉଲକେଲା: ହାଜତ ମୃତ୍ୟୁ ଘଟଣା ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ବୀରମିତ୍ରପୁର ବନ୍ଦ ଡାକରା ଦେଇଛି କଂଗ୍ରେସ।ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣାକୁ ୧୩ ଦିନ ବିତିଥିଲେ ମଧ୍ୟ ଏଯାଏଁ ଘଟଣାରେ କାହାକୁ ବି…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ରେଞ୍ଜର । ଆୟ ବହିର୍ଭୂତ ସମ୍ପତ୍ତି ଠୁଅ ଅଭିଯୋଗରେ  ମୁରିବାହାଲ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି । ତାଙ୍କ ନାଁ ରେଞ୍ଜର ପ୍ରଶାନ୍ତ ନାୟକ । ତାଙ୍କ ଟିଟିଲାଗଡ ବାସଭବନ ସମେତ ଏକକାଳୀନ ୩ଟି ସ୍ଥାନରେ ରେଡ୍ ଚାଲିଛି । ଟିଟିଲାଗଡ ହାଟପଦା ସ୍ଥିତ ଘରେ,…

ଆରପାରିରେ ଏମଡିଏଚ ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀ

ଦିଲ୍ଲୀ: ଆରପାରିରେ ଏମଡିଏଚ ମସଲା ବ୍ରାଣ୍ଡ 'ଏମଡିଏଚ'ର ମାଲିକ ଧର୍ମପାଲ ଗୁଲାଟୀ। ୯୮ ବର୍ଷ ବୟସରେ ହୃଦଘାତରେ ତାଙ୍କର ପରଲୋକ ଘଟିଛି। ପୂର୍ବରୁ ସେ କରୋନାରେ ସଂକ୍ରମିତ ହୋଇଥିଲେ ସୁଦ୍ଧା ମାତ୍ର ସେ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଥିଲେ । ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି।…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ: ତା୩-୧୨-୨୦୨୦ ଗୁରୁବାର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୦ ମସିହା ଡିସେମ୍ବର ତା ୩ ରିଖ ଗୁରୁବାର ବିଛା ୧୮ ଦିନ ମାର୍ଗଶିର ମାସ କୃଷ୍ଣ ପକ୍ଷ ତୃତୀୟା ତିଥି ଆଦ୍ରା ନକ୍ଷତ୍ର ମିଥୁନ ଚନ୍ଦ୍ର ଘାତ ବାର-: ତୁଳା ଓ କୁମ୍ଭ ରାଶିର ଘାତ ଚନ୍ଦ୍ର-: କନ୍ୟା ରାଶି ପୁରୁଷ,…