Latest Odisha News

BREAKING NEWS

କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ, ନୂତନ ସରକାରୀ ଭବନ ନିର୍ମାଣ ପାଇଁ ପଡ଼ିଲା ମୂଳଦୁଆ

କୋରାପୁଟ : କୋଟିଆ କବଜା କରିବାକୁ ଆଉ ପାଦେ ଆଗେଇଛି ଆନ୍ଧ୍ର । କୋଟିଆରେ ଆନ୍ଧ୍ର ସରକାର ପୁଣି କରିଛନ୍ତି ଜୋର ଜବରଦସ୍ତ ଅନୁପ୍ରବେଶ । କୋଟିଆର ବିଭିନ୍ନ ସ୍ଥାନରେ ଆନ୍ଧ୍ର ପକ୍ଷରୁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଫାଟୁସିନେରୀ ଅଞ୍ଚଳରେ ପଞ୍ଚାୟତ ଗୃହ, ଅଙ୍ଗନବାଡି କେନ୍ଦ୍ର, କୃଷକ…

ମାଲକାନଗିରିର ୧ ଲକ୍ଷ ୫୫ ହଜାର ୮୨୩ ହିତାଧିକାରୀ ପାଇବେ BSKY ସ୍ମାର୍ଟ କାର୍ଡ

ଭୁବନେଶ୍ବର : ଆସନ୍ତାକାଲି ମାଲକାନଗିରି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଲୋକଙ୍କୁ ବଣ୍ଟାଯିବ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ । ଆଦିବାସୀ ଅଧ୍ୟୁଷିତ ସୀମାନ୍ତ ମାଲକାନଗିରି ଜିଲ୍ଲାରେ ଏହି BSKY ସ୍ମାର୍ଟ କାର୍ଡକୁ ବାଣ୍ଟିବେ ମୁଖ୍ୟମନ୍ତ୍ରୀ…

ଜାଣନ୍ତୁ କିଏ ? ତାଲିବାନୀଙ୍କ ଭୟରେ କେଉଁ ମହିଳା ୧୦ ବର୍ଷ ଧରି ନିଜକୁ ପୁରୁଷ ବେଶରେ ସଜାଇ ରଖିଥିଲେ

ଭୁବନେଶ୍ୱର: ତାଲିବାନୀମାନଙ୍କ ମହିଳା ଅତ୍ୟାଚାରର ଆଉ ଏକ କ୍ରୁର ବାସ୍ତବତା ସାମ୍ନାକୁ ଆସିଛି । ଜଣେ ଲେଖିକା ତଥା ଆଫଗାନ ରିଫ୍ୟୁଜି ନାଦିଆ ଗୁଲାମ ପ୍ରାୟ ୧୦ ବର୍ଷ ଧରି କାଟାଲୋନିଆଠାରେ ନିଜକୁ ପୁରୁଷ ବେଶରେ ସଜାଇ ସବୁ କାମ କରୁଥିଲେ । ଏ କଥା ଖୋଦ ନାଦିଆ ଗୁଲାମ ପ୍ରକାଶ କରିଛନ୍ତି ।…

କ୍ରିୟାଶୀଳ ହେବ ସ୍ବାସ୍ଥ୍ୟ ସେବା: ୧୧,୦୦୬ଟି ନୂଆ ନର୍ସିଂ ଅଫିସର ପଦବୀ ସୃଷ୍ଟି

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ପ୍ରାୟ ୧୧,୦୦୬ଟି ନୂଆ ନର୍ସିଂ ଅଫିସର ପଦବୀ ସୃଷ୍ଟି କରାଯାଇଛି । ଏହି ପଦବୀ ଗୁଡିକ ରାଜ୍ୟର ସମସ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ସହିତ ଗୋଷ୍ଠୀ ସ୍ୱାସ୍ଥ୍ୟ…

ପିଟି ଉଷାଙ୍କ କୋଚ ଓଏମ ନାମ୍ବିଆରଙ୍କ ପରଲୋକ

ନୂଆଦିଲ୍ଲୀ: ମହାନ ଆଥଲେଟ କୋଚ ଓଏମ ନାମ୍ବିୟାରଙ୍କ ଗୁରୁବାର ୮୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଭାରତର ଶ୍ରେଷ୍ଠ ମହିଳା ଧାବିକା ପିଟି ଉଷାଙ୍କ କୋଚ ଭାବେ ସେ ବେଶ ଚର୍ଚ୍ଚିତ ହୋଇଥିଲେ । ୧୯୮୫ରେ ତାଙ୍କୁ ଦ୍ରୋଣାଚାର୍ଯ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଭାରତୀୟ ବାୟୁ ସେନା ୧୫ ବର୍ଷ…

ବିଶିଷ୍ଟ ଶିଳ୍ପପତି ତାରା ରଞ୍ଜନ ପଟ୍ଟନାୟକ ଅସୁସ୍ଥ

ଭୁବନେଶ୍ବର : ଫାଲକନ୍ ଗ୍ରୁପ୍ ଅଫ୍ କମ୍ପାନୀ ଅଧ୍ୟକ୍ଷ ତଥା ବିଶିଷ୍ଟ ଶିଳ୍ପପତି ତାରା ରଞ୍ଜନ ପଟ୍ଟନାୟକ ଅସୁସ୍ଥ । ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ସେ ଏବେ ଆଇସିୟୁରେ ଭେଣ୍ଟିଲେଟର…

କୋଭିଡ-୧୯ ନେଇ ଭୁଲ ତଥ୍ୟ ପ୍ରଦାନ କରିଥିବା ୧୮୦୦୦ ପୋଷ୍ଟ ହଟାଇଲା ଫେସବୁକ

ନୂଆଦିଲ୍ଲୀ: କୋଭିଡ-୧୯ ନେଇ ଭୁଲ ତଥ୍ୟ ତଥା ଗୁଜବ ସୃଷ୍ଟି କରିଥିବା ୧୮୦୦୦ ପୋଷ୍ଟକୁ ଫେସବୁକ ହଟାଇ ଦେଇଛି । କମ୍ୟୁନିଷ୍ଟ ଷ୍ଟାଣ୍ଡାର୍ଡ ଇନଫୋର୍ସମେଂଟ ରିପୋର୍ଟ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏଥିରେ ଆକାଂଉଟସ, ପେଜ ଓ ଗ୍ରୁପ ରହିଛି । ଓଭରାଲ ଫେସବୁକ ଏବଂ ଇନଷ୍ଟାଗ୍ରାମରେ ଏ…

ଅଡୁଆରେ ସାଂସଦ ଭର୍ତ୍ତୃହରି ମହତାବ, ବୋହୂ ଆଣିଲେ ଯୌତୁକ ନିର୍ଯାତନା ଅଭିଯୋଗ

ଭୁବନେଶ୍ବର : ଅଡୁଆରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ । ଭର୍ତ୍ତୃହରିଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ବୋହୂ ସାକ୍ଷୀ ମହତାବ । ମଧ୍ୟପ୍ରଦେଶର ଭୋପାଳ ମହିଳା ଥାନାରେ ଏନେଇ ଅଭିଯୋଗ କରିଛନ୍ତି ବୋହୂ ସାକ୍ଷୀ । ଭର୍ତ୍ତୃହରିଙ୍କ ସହ ସ୍ବାମୀ ଲୋକରଞ୍ଜନ ମହତାବ ଓ…

ସେପ୍ଟେମ୍ବର ସୁଦ୍ଧା ଦେଶରେ ପିଲାଙ୍କ ଲାଗି ଉପଲବ୍ଧ ହେବ କୋଭିଡ ଟିକା

ନୂଆଦିଲ୍ଲୀ : ଆସନ୍ତା ମାସ ସୁଦ୍ଧା ଦେଶରେ ପିଲାଙ୍କ ଲାଗି ଉପଲବ୍ଧ ହେବ କୋଭିଡ ଟିକା । ଏଥିପାଇଁ ସମସ୍ତ ପ୍ରକ୍ରିୟା ଚୂଡାନ୍ତ ହୋଇଛି ବୋଲି କହିଛନ୍ତି ଆଇସିଏମଆର-ଏନଆଇଭିର ନିର୍ଦ୍ଦେଶିକା ପ୍ରିୟା ଆଭାରାମ । ସେ କହିଛନ୍ତି, କୋଭିଡର ମୁକାବିଲା ଲାଗି ଭାରତୀୟ ମେଡିକାଲ ଗବେଷଣା ପରିଷଦ ଓ…

ଆଫଗାନିସ୍ତାନ ଦଖଲ ପରେ ଭାରତ ସହ ସମ୍ପର୍କ ଛିନ୍ନ କଲା ତାଲିବାନ୍

ନୂଆଦିଲ୍ଲୀ : ଭାରତ ଆଫଗାନିସ୍ତାନ ମଧ୍ୟରେ ଥିବା ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କରେ ଫାଟ । ଆଫଗାନିସ୍ତାନକୁ ଅକ୍ତିଆରକୁ ନେବା ପରେ ଭାରତ ସହ ସମସ୍ତ ପ୍ରକାର ବ୍ୟାବସାୟିକ ସମ୍ପର୍କ ଚ୍ଛିନ୍ନ କରିଛି ତାଲିବାନ୍ । ଫଳର ଭାରତ ଓ ଆଫଗାନ ମଧ୍ୟରେ ସମସ୍ତ ପ୍ରକାରର ଆମଦାନୀ- ରପ୍ତାନୀ ଉପରେ ରୋକ…