Latest Odisha News

BREAKING NEWS

ତାଳଚେର କୋଲ୍ ହ୍ୟାଣ୍ଡଲିଂ ପ୍ଲାଣ୍ଟରେ ଅଗ୍ନିକାଣ୍ଡ, କ୍ଷତିଗ୍ରସ୍ତ ସାଇଲୋ

ତାଳଚେର: ଭରତପୁର କୋଇଲା ଖଣିର କୋଲ ହ୍ୟାଣ୍ଡଲିଂ ପ୍ଲାଣ୍ଟ ଓ ସାଇଲୋରେ ଅଗ୍ନିକାଣ୍ଡ । ଗତକାଲି ରାତିର ଅଗ୍ନିକାଣ୍ଡ ଘଟିଥିଲାବେଳେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ସୂଚନା ମିଳିଛି । ମିଳଥିବା ରିପୋର୍ଟ ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ସାଇଲୋରେ ଲାଗିଥିବା ବେଲ୍ଟରେ ହଠାତ୍ ନିଆଁ…

ଏନ୍‌ଏଚ୍‌ଆର୍‌ସିର ନୂଆ ଅଧ୍ୟକ୍ଷ ‌ହେଲେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅରୁଣ କୁମାର ମିଶ୍ର

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରୁଣ ମିଶ୍ର ବୁଧବାର ଜାତୀୟ ମାନବାଧିକାର କମିଶନର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବୋଲି ସରକାରୀ ସୂତ୍ରରୁ ପ୍ରକାଶ। ଡିସେମ୍ବର ୨୦୨୦ରେ ଭାରତର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଏଚ୍ ଏଲ୍ ଦତ୍ତୁ ତାଙ୍କ…

ପୋଲିସ ଜାଲରେ ପଡିଲା କୁଖ୍ୟାତ ମାଓନେତା ସୋବରାୟ

ମାଲକାନଗିରି: କରୋନା ମହାମାରୀରେ ସଂକ୍ରମିତ ହୋଇ ଛଟପଟ ହେଉଛି ଲାଲ ବାହିନୀ । ଓଡିଶା, ଛତିଶଗଡ ଓ ତେଲେଙ୍ଗାନାରେ ସକ୍ରିୟ ଥିବା ଅନେକ ମାଓନେତା କରୋନାରେ ସଂକ୍ରମିତ ହୋଇଥିବା ଖବର ପ୍ରଚାରିତ ହୋଇଥିଲା । ତେବେ ପ୍ରଚାରିତ ଖବର ଯେ, ସତ ତାହା ବାରମ୍ବାର ପ୍ରମାଣିତ ହେବାରେ ଲାଗିଛି । ମାତ୍ର…

ପୁଣି ନଗଡାରେ ଚାଂଚଲ୍ୟ ଖେଳାଇଲା ବାଲ୍ୟ ବିବାହ

ଯାଜପୁର: ଆଜିର ସମୟରେ ଲୋକେ ଚନ୍ଦ୍ରରେ ଜାଗା କିଣିଲେଣି । ତଥାପି ବାଲ୍ୟ ବିବାହ ଭଳି କୁପ୍ରଥାରୁ ମୁକୁଳିପାରିନି ଆମ ସମାଜ । ଏଥିପାଇଁ ସରକାର ବହୁ ପ୍ରକାର ସଚେତନ କରିଥିଲେ ବି ଲୋକେ କିନ୍ତୁ ସୁଧୁରିବାକୁ ନାଁ ଧରୁନାହାଁନ୍ତି । ଅନ୍ୟ କେଉଁଠି ନୁହେଁ ଯାଜପୁର ସୁକିନ୍ଦା ବ୍ଲକର ଅପହଂଚ ଇଲାକା…

ସର୍ବବୃହତ ଖାଦ୍ୟ କମ୍ପାନୀ ନେସ୍‌ଲେର ୬୦ ପ୍ରତିଶତ ଖାଦ୍ୟ ଏବଂ ପାନୀୟ ସାମଗ୍ରୀ ଅସ୍ୱାସ୍ଥ୍ୟକର; ରିପୋର୍ଟ

ନୂଆଦିଲ୍ଲୀ: ବିଶ୍ବର ସର୍ବବୃହତ ଖାଦ୍ୟ କମ୍ପାନୀ ନେସ୍‌ଲେର ୬୦ ପ୍ରତିଶତ ଖାଦ୍ୟ ଏବଂ ପାନୀୟ ଅସ୍ବାସ୍ଥ୍ୟକର ବୋଲି ଆମେରିକାର ‘ଫାଇନାନ୍ସିଆଲ୍ ଟାଇମ୍ସ’ରେ ପ୍ରକାଶ ପାଇଛି। କମ୍ପାନୀର ୬୦ ପ୍ରତିଶତ ଖାଦ୍ୟ ସ୍ବାସ୍ଥ୍ୟ ପାଇଁ ହାନିକାରକ ବୋଲି ନେସ୍‌ଲେ ନିଜେ ସ୍ବୀକାର କରିଛି। କମ୍ପାନୀର ଏକ…

ମଧୁବାବୁ ପେନସନ ଯୋଜନାରେ ଯୋଡ଼ି ହେଲା ନୂଆ ସେକ୍ସନ MBPY-Covid

ଭୁବନେଶ୍ୱର: କରୋନାରେ ବାପା-ମାଆଙ୍କୁ ହରାଇ ଅନାଥ ହୋଇଥିବା ପିଲାଙ୍କୁ ଓଡ଼ିଶା ସରକାର ମାସିକ ଆର୍ଥିକ ସହାୟତା ପ୍ରଦାନ କରିବେ । ସେହିପରି କୋଭିଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପତ୍ନୀଙ୍କୁ ବି ମଧୁବାବୁ ପେନସନ୍ ଯୋଜନାରେ ସାମିଲ କରାଯିବ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ…

ଶ୍ରୀକ୍ଷେତ୍ରରେ ପହଞ୍ଚିଲା ରଥ ଦଉଡ଼ି

ପୁରୀ: ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ପ୍ରସ୍ତୁତି ଜୋରଦାର । ରଥଖଳା ଚଳଚଞ୍ଚଳ । ଏହାରି ଭିତରେ ଆଜି ପୁରୀରେ ତିନି ରଥ ପାଇଁ ଆବଶ୍ୟକ ଦଉଡ଼ି ପହଞ୍ଚିଛି । ରାଜ୍ୟ କତା ନିଗମରୁ ୨୦ଟି ଦଉଡ଼ି ଆସିଛି । ୩ ଟି ରଥର ୧୪ଟି ଦଉଡି ଓ ୬ଟି କର୍ଡନ ଦଉଡି ପୁରୀରେ ପହଞ୍ଚିଛି । ସେପଟେ…

ସାଲାଡ୍‌ ଦେବାରୁ ବିଳମ୍ବ ହେବାରୁ ସ୍ତ୍ରୀକୁ ହତ୍ୟା କଲା ନୃଶଂସ ସ୍ୱାମୀ

ଲକ୍ଷ୍ନୌ: ସାଲାଡ ଦେବାରୁ ବିଳମ୍ବ ହେତୁ ରାଗିଯାଇ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।ଏହା ପରେ ଅଭିଯୁକ୍ତ ଜଣକ ଫେରାର୍‌ ହୋଇଯାଇଥିବା ସୂଚନା ମିଳିଛି। ସୋମବାର ଶାମଲିର ଗୋଗୱାନ ଜାଲଲପୁରରେ ଏହି ଘଟଣା ଘଟିଛି। ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ମୁରଲୀ…

ଭୁବନେଶ୍ୱରରେ ମହିଳାଙ୍କ ତଣ୍ଟି କାଟି ଲୁଟ୍ ଉଦ୍ୟମ କରିଥିବା ଦୁର୍ବୃତ୍ତ ଗିରଫ

ଭୁବନେଶ୍ୱର: ରାଜଧାନୀରେ ମହିଳାଙ୍କ ତଣ୍ଟିକୁ କାଟି ଲୁଟ୍ ଉଦ୍ୟମ କରିଥିବା ଦୁର୍ବୃତ୍ତ ଗିରଫ । ଆକ୍ରମଣକାରୀକୁ ଗିରଫ କରିଛି ସ୍ପେଶାଲ୍ ସ୍କାଡ୍ । କାହିଁକି ସେ ମହିଳାଙ୍କୁ ଆକ୍ରମଣ କରିଥିଲା ସେନେଇ ତାକୁ ପଚଚରାଉଚରା କରାଯାଉଛି । ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ କରି ଅଭିଯୁକ୍ତକୁ ଗିରଫ…

ଟିକା ନିର୍ମାତା କମ୍ପାନୀ ଫାଇଜର ଏବଂ ମଡର୍ନାକୁ କ୍ଷତିପୂରଣ ଦେଇପାରେ କେନ୍ଦ୍ର

ନୂଆଦିଲ୍ଲୀ: କରୋନାଭାଇରସ୍ ବିରୋଧରେ ଲଢେଇକୁ ମଜବୁତ କରିବା ପାଇଁ କେନ୍ଦ୍ର ଫାଇଜର ଏବଂ ମଡର୍ନା ପରି ଅଗ୍ରଣୀ କରୋନା ଟିକା ଉତ୍ପାଦନକାରୀଙ୍କୁ କ୍ଷତିପୂରଣ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ସରକାରୀ ସୂତ୍ର ଅନୁଯାୟୀ ଅନ୍ୟ ଦେଶମାନଙ୍କ ପରି ଭାରତ ସରକାର ମଧ୍ୟ ଜରୁରୀକାଳୀନ ବ୍ୟବହାର…