Latest Odisha News

BREAKING NEWS

ଅଗଷ୍ଟ ୩୧ ଯାଏ କୋଭିଡ୍ ସାମଗ୍ରୀର ଆମଦାନୀ ଉପରେ ଲାଗିବନି ଜିଏସ୍‌ଟି

ନୂଆଦିଲ୍ଲୀ : ଜିଏସଟି ପରିଷଦରେ ନିଆଯାଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଦେଶରେ କରୋନା ମହାମାରୀ ବଢ଼ିବାରେ ଲାଗିଛି । ଏଥିପାଇଁ ବିଦେଶରୁ ଆମଦାନୀ ହେଉଥିବା କୋଭିଡ୍‌ ସମ୍ପର୍କିତ ସମସ୍ତ ସାମଗ୍ରୀକୁ ପୂର୍ବଭଳି ଜିଏସ୍‌ଟି ବାହାରେ ରଖାଯାଇଛି । ଆସନ୍ତା ଅଗଷ୍ଟ ୩୧ ଯାଏ କୋଭିଡ୍‌ ସାମଗ୍ରୀ…

ସିନେମା ନୁହେଁ ସତ କାହାଣୀ, ଏସିପି ଫିରୋଜ

ଦିଲ୍ଲୀ: କୌଣସି ଫିଲ୍ମ ଷ୍ଟୋରୀ ନୁହେଁ । ସିନେମାରେ ଦେଖିଥିବା କୌଣସି କାହାଣୀ ବି ନୁହେଁ । ଏହା ହେଉଛି ସମ୍ପୁର୍ଣ୍ଣ ସତ ଘଟଣାଟିଏ । ଏ ହେଉଛି ଜଣେ କନେଷ୍ଟବଳଙ୍କ ସଂଘର୍ଷର କାହାଣୀ । ତାଙ୍କର କଠିନ ପରିଶ୍ରମ ତାଙ୍କ ସ୍ୱପ୍ନ ଆଡକୁ ବାଟ କଢାଇ ନେଇଛି । ଦୀର୍ଘ ୧୦ବର୍ଷ ଧରି ବଡ ବାବୁ ମାନଙ୍କ…

ବାତ୍ୟା ‘ୟାସ୍’ର ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ଦେଲେ ରାଜ୍ୟ ସରକାର

ଭୁବନେଶ୍ବର : ବାତ୍ୟା 'ୟାସ୍‌'ର ପ୍ରାଥମିକ କ୍ଷୟକ୍ଷତି ଆକଳନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ବାତ୍ୟାର ପ୍ରଭାବ ୧୨ଟି ଜିଲ୍ଲା ଉପରେ ପଡ଼ିଛି । ସେଥିରୁ ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ବୋଲି…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

ଢେଙ୍କାନାଳ: ପିଚୁ ଟ୍ୟାଙ୍କର ଧକ୍କାରେ ୨ ବାଇକ ଆରୋହୀ ମୃତ । କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର ମଠକରଗୋଳା ମୁକ୍ତାପଶି ଗାଁ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ପିଚୁ ଟ୍ୟାଙ୍କର ଗାଡି ଧକ୍କାରେ ୨ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ଭୁବନ ଥାନା ପଳାସପିଠିଆ ଗାଁର…

କୋକେଇରେ ବାହୁଡିଗଲା ବର

ବରଗଡ: ନିର୍ଦ୍ଦୟ ମହାମାରୀ । ମାଆ କୋଳରୁ ପୁଅକୁ ଛଡ଼ାଇ ନେଇଛି । ଆଉ କିଛି ଦିନରେ ବର ବେଶରେ ଆସିଥାନ୍ତା , ହେଲେ ପୁଅ ଆସିଲା କୋକେଇରେ । କରୋନା ମହାମାରୀ ପରିବାରର ସବୁ ଖୁସି ଛଡେଇ ନେଲା । ବେଦୀରେ ହୋମ ନିଆଁ ନଜଳି ମଶାଣିରେ ଜଳିଲା ଯୁଇ । ବରଗଡ ଜିଲ୍ଲାର ଲହଣ୍ଡା ପଂଚାୟତ ଯୋଗୀପାଲି…

ବଲାଙ୍ଗିରରେ ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ

ବଲାଙ୍ଗିର : ବଲାଙ୍ଗର ପୁଇଁତଲା ଥାନା ଆଟଗାଁରେ ଅଭାବନୀୟ ଘଟଣା । ସାନ ଭାଇକୁ ହତ୍ୟା କରିଛି ବଡ଼ ଭାଇ । ମୃତକ ହେଲେ ସୁରୁବାବୁ କୁଅଁର । କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଫଳରେ ଉତ୍ୟକ୍ତ ହୋଇ ବଡ଼ ଭାଇ ସୁବ୍ରତ କୁଅଁର ଏକ ଧାରୁଆ ଅସ୍ତ୍ରରେ ସାନଭାଇକୁ ଆକ୍ରମଣ କରିଥିଲା…

ଯୌତୁକ ନିର୍ଯାତନା ଅଭିଯୋଗ, ସ୍ୱାମୀ ଗିରଫ

ଭଦ୍ରକ : ପୁଣି ଯୌତୁକ ଜୁଇରେ ବଳି ପଡ଼ିଲା ବଧୂ । ଯୌତୁକ ପାଇଁ ଜଣେ ନବ ବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଭଦ୍ରକ ଗ୍ରାମାଞ୍ଚଳ ଥାନା ପାଞ୍ଚପଡା ଗ୍ରାମରେ ଘଟିଛି ଘଟଣା । ବାଲେଶ୍ଵର ଜିଲ୍ଲା ଅନ୍ତର୍ଗତ ଖଇରା ଥାନା ଆଲଦାର ସସ୍ମିତାଙ୍କ ସହ ଭଦ୍ରକ ଗ୍ରାମାଞ୍ଚଳ ଥାନା…

ରାଜ୍ୟର ୭ ଜଣ କର୍ମଜୀବୀ ସାମ୍ବାଦିକଙ୍କୁ ଅନୁକମ୍ପା ରାଶି ପ୍ରଦାନ

ଭୁବନେଶ୍ବର : ରାଜ୍ୟର ୭ ଜଣ କର୍ମଜୀବୀ ସାମ୍ବାଦିକଙ୍କୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଭିନ୍ନ ଭିନ୍ନ କାରଣ ପାଇଁ ଅନୁକମ୍ପା ରାଶି ଓ ଆର୍ଥିକ ସହାୟତା ବାବଦକୁ ୫୫ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ସେଥିମଧ୍ୟରୁ କରୋନାରେ ମୃତ୍ୟୁ ପାଇଁ…

ଚିନ୍ତା ବଢାଉଛି କୋରେକ୍ସର ଅବାଧ କାରବାର

ପୁରୀ: ଶ୍ରୀକ୍ଷେତ୍ରରେ ମଦ କିମ୍ବା ବ୍ରାଉନ୍ ସୁଗାର ପାଇଁ ପୋଲିସ ପ୍ରଶାସନ ଚିନ୍ତାରେ ପଡିନି । କୋରେକ୍ସର ବେଆଇନ ଓ ଅବାଧ କାରବାର ପୋଲିସର ମୁଣ୍ଡବ୍ୟଥାର କାରଣ ସାଜିଛି । ଏକ ନିର୍ଦ୍ଧିଷ୍ଟ ଅଂଚଳରେ କୋରେକ୍ସ କାରବାର ହେଉଥିବା ଖବର ପାଇ ଆଜି ଟାଉନ ଥାନା ପୋଲିସ ଚଢାଉ କରି ୪ଜଣଙ୍କୁ ଗିରଫ…

ଜାଣନ୍ତୁ ଢେଙ୍କାନାଳରେ କେଉଁ ଅଂଚଳ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷିତ !

ଢେଙ୍କାନାଳ: ପ୍ରତିଦିନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । କେତେକ ଅଂଚଳରେ କରୋନାରେ ଅଙ୍କୁଶ ଲାଗିଥିବା ସୂଚନା ରହିଛି । କିନ୍ତୁ ଢେଙ୍କାନାଳ ପରଜଙ୍ଗ ବ୍ଲକରେ ସଂକ୍ରମିତଙ୍କ ବୃଦ୍ଧି ପାଉଥିବା ସଂଖ୍ୟା ସ୍ଥାନୀୟ ପ୍ରଶାସନକୁ ଚିନ୍ତାରେ ପକାଇଛି । ଜୟପୁରାକାଟେଣୀ…