Latest Odisha News

‘ଜିଏସଏଲଭି ଏମକେ lll ଡି-୨’ ଉପଗ୍ରହର ସଫଳ ଉତକ୍ଷେପଣ, ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ : ‘ଜିଏସଏଲଭି ଏମକେ lll ଡି-୨’ ଉପଗ୍ରହର ସଫଳ ଉତକ୍ଷେପଣ ଲାଗି ଇସ୍ରୋ ବୈଜ୍ଞାନିକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି । https://twitter.com/narendramodi/status/1062684582212816897 ଏହି ଅବସରରେ ଏକ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ…

ଅପରାଜିତା ଷଡ଼ଙ୍ଗୀଙ୍କ ‘ସ୍ୱେଚ୍ଛାକୃତ ଅବସର’ ନେବା ଆବେଦନକୁ ଗ୍ରହଣ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସରକାର ବରିଷ୍ଠ ପ୍ରଶାସନିକ (ଆଇଏଏସ)ଅଧିକାରୀ ଅପରାଜିତା ଷଡ଼ଙ୍ଗୀଙ୍କ ଚାକିରିରୁ ସ୍ୱେଚ୍ଛାକୃତ ଅବସର (ଭିଆରଏସ) ନେବାର ଆବେଦନକୁ ବୁଧବାର ଦିନ ଗ୍ରହଣ କରିଛନ୍ତି । ସେ ବିଜେପିରେ ଖୁବଶିଘ୍ର ଯୋଗ ଦେଇପାରନ୍ତି । “ଷଡ଼ଙ୍ଗୀ କୌଣସି ଭିଜିଲାନ୍ସ ମାମଲାରେ ଜଡ଼ିତ…

ବ୍ରହ୍ମ ବିଭ୍ରାଟ: ସେବାୟତ ଖୋଲିଲେ ପେଡ଼ି

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବର ସମୟରେ ହୋଇଥିବା ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗର ପେଡ଼ି ଧିରେ ଧିରେ ଖୋଲିବାରେ ଲାଗିଛି । ମଙ୍ଗଳବାର ଦିନ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ୧୧ଜଣ ସେବାୟତଙ୍କ ନିକଟକୁ କାରଣ ଦର୍ଶାଅ ନୋଟିସ ପଠାଇଯିବାର ଗୋଟିଏ ଦିନ ପରେ ଅର୍ଥାତ ଆଜି ଏହି…

ଅନୁଗୁଳ : ବିଦ୍ୟୁତ ଆଘାତରେ ଦନ୍ତା ହାତୀ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ରେଂଜରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। ମୃତ ହାତୀର ବୟସ ପାଖାପାଖି ୮ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ ଶିକାର ପାଇଁ ବିଦ୍ୟୁତ ତାର ବିଛା ଯାଇଥିବାବେଳେ ୧୧କେଭି ବିଦ୍ୟୁତ ତାର…

ଆଇନଜୀବୀ ଆନ୍ଦୋଳନରୁ ଓହରିଲେ, ଆସନ୍ତାକାଲିଠୁ କାର୍ଯ୍ୟରେ ଯୋଗଦେବେ

କଟକ: ଓକିଲଙ୍କ ଉପରେ ପୋଲିସ ଆକ୍ରମଣ ଯୋଗୁଁ ଦୀର୍ଘ ଅଢେଇ ମାସ ଧରି ଆନ୍ଦୋଳନ ଜାରି ରଖିଥିବା ‘ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ’ ଏହି ଆନ୍ଦୋଳନରୁ ଓହରି ଯାଇଛନ୍ତି ଏବଂ ଗୁରୁବାରଠାରୁ କାର୍ଯ୍ୟରେ ସମସ୍ତ ଆଇନଜୀବୀ ଯୋଗଦେବେ । ଆସୋସିଏସନର ସାଧାରଣ ବୈଠକ ସମାପ୍ତ ହେବା ପରେ ଗଣମାଧ୍ୟମକୁ…

ରାଜ୍ୟର ୬ ଲକ୍ଷ ମିଶନ ଶକ୍ତି ଗ୍ରୁପକୁ ସ୍ମାର୍ଟଫୋନ ଯୋଗାଇ ଦିଆଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ଜନତା ମଇଦାନରେ ଚାଲିଥିବା ‘ମେକ୍-ଇନ୍-ଓଡ଼ିଶା’ କନକ୍ଲେଭର ଚତୁର୍ଥ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୬ ଲକ୍ଷ ମିଶନ ଶକ୍ତି ଗ୍ରୁପକୁ ସ୍ମାର୍ଟଫୋନ ଯୋଗାଇ ଦେବା ପାଇଁ ଘୋଷଣା କରିଛନ୍ତି। ରାଜ୍ୟର ସବୁ ମିଶନ ଶକ୍ତି…

ମେକ୍ ଇନ୍ ଓଡ଼ିଶା କନକ୍ଲେଭ: ରାଜ୍ୟରେ ୪ ଲକ୍ଷ ୧୯ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବା ସମ୍ଭାବନା

ଭୁବନେଶ୍ୱର: ରାଜଧାନୀରେ ଚାଲିଥିବା ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୧୮’ରେ ଭାରତର ପ୍ରମୁଖ ଶିଳ୍ପ ସଂସ୍ଥାର ଶିଳ୍ପପତିମାନେ ଓଡ଼ିଶାରେ ବଡ଼ ଧରଣର ପୁଞ୍ଜିନିବେଶ କରିବାକୁ ଆଗ୍ରହ ସୃଷ୍ଟି କରିଛନ୍ତି । ଏହି କନକ୍ଲେଭରେ ଶିଳ୍ପପତିମାନେ ୧୫ଟି ବିଭିନ୍ନ କ୍ଷେତ୍ରରେ ପ୍ରାୟ ୪ଲକ୍ଷ ୧୯ହଜାର କୋଟି…

କଳାହାଣ୍ଡିରେ ଗ୍ୟାସ୍ ସିଲିଣ୍ଡର ଫାଟି ୩ ମୃତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଥନଟ ଗାଁରେ ବୁଧବାର ସକାଳେ ଗ୍ୟାସ୍ ସିଲିଣ୍ଡର ଫାଟି ଗୋଟିଏ ପରିବାର ୩ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଚମ୍ପା ମେହେର ନାମକ ଜଣେ ମହିଳା ସକାଳେ ରୋଷେଇ କରିବା ବେଳେ ଅଚାନକ ଗ୍ୟାସ୍…

ଛତିଶଗଡ: ମାଓବାଦୀଙ୍କ ବିସ୍ଫୋରଣରେ ୬ ଆହତ

ରାୟପୁର: ଛତିଶଗଡ଼ ଜିଲ୍ଲାର ବିଜାପୁରରେ ମାଓବାଦୀମାନେ ଆଇଇଡି ବିସ୍ପୋରଣ କରିଛନ୍ତି। ଛତିଶଗଡ଼ରେ ବିଧାନସଭା ନିର୍ବାଚନ ଜାରି ରହିଥିବା ବେଳେ ପୁଣିଥରେ ନକ୍ସଲମାନେ ବିସ୍ଫୋରଣ ଘଟାଇଛନ୍ତି । ନକ୍ସଲ ପ୍ରଭାବିତ ଅଂଚଳରେ ପେଟ୍ରୋଲିଂ କରୁଥିବା ସମୟରେ ନକ୍ସଲମାନେ ଆଇଇଡି ବିସ୍ଫୋରଣ…

ପ୍ରେମ-ପ୍ରଣୟ ପରେ ବିବାହ ବନ୍ଧନରେ ବାନ୍ଧିହେଲେ ରଣବୀର-ଦୀପିକା…

ମୁମ୍ବାଇ: ବଲିଉଡ଼ରେ ବିବାହ ଲାଗି ୨୦୧୮ ମସିହା ବେଶ୍ ସଫଳତମ ବର୍ଷ ଭାବେ ସାବ୍ୟସ୍ତ ହୋଇଛି । ଡ଼ିସେମ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି ବଲିଉଡ଼ ବିୟୁଟି ପ୍ରିୟଙ୍କା ଚୋପ୍ରାଙ୍କ ବାହାଘର । ସେହିପରି ବଲିଉଡ଼ର ମୋଷ୍ଟ ସେନସେସନ ଆକ୍ଟ୍ରେସ୍ ଅନୁଷ୍କା ଶର୍ମା ଏବଂ ହ୍ୟାଣ୍ଡସମ୍ କ୍ରିକେଟର୍ ବିରାଟ…