Latest Odisha News

BREAKING NEWS

ପୋଲିସ ଅଫିସରଙ୍କୁ ନିଲମ୍ବିତ କଲା ଦାଢି !

ଉତ୍ତରପ୍ରଦେଶ: ଆଜିକାଲି ଦାଢି ରଖିବା ଫ୍ୟାସନ ପାଲଟିଛି । ଚାକିରିଆ ହୁଅନ୍ତୁ ଅବା କଲେଜ ପଢୁଆ ଯୁବକ । ଟ୍ରେଣ୍ଡ ସେଟର୍ ପାଲଟିଛି ଭଳିକିଭଳି ବିଅର୍ଡ ଷ୍ଟାଇଲ୍ । ହେଲେ ଦାଢି ରଖିବା କିନ୍ତୁ ଜଣେ ପୋଲିସ ଅଫିସରଙ୍କୁ ମହଙ୍ଗା ପଡିଛି । ଏପରିକି ଚାକିରୀରୁ ନିଲମ୍ବିତ ମଧ୍ୟ ହେବାକୁ ପଡିଛି ।…

ପାଲଘର ସାଧୁ ହତ୍ୟା ମାମଲା: ଆଉ ୨୪ ଅଭିଯୁକ୍ତ ଗିରଫ

ମହାରାଷ୍ଟ୍ର: ମହାରାଷ୍ଟ୍ରର ବହୁ ଚର୍ଚ୍ଚିତ ପାଲଘର ସାଧୁଙ୍କ ହତ୍ୟା ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ । ସିଆଇଡି ଏମାନଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ୨୪ ଅଭିଯୁକ୍ତଙ୍କୁ ଦହାନୁ କୋର୍ଟରେ ସିଆଇଡି ହାଜର କରିଛି । ଏହାକୁ ମିଶାଇ ଏହି ମାମଲାରେ ମୋଟ ୧୨୮ ଜଣ ଗିରଫ ହୋଇସାରିଲେଣି । ଏହି…

ଅଲୋଡା ଶିଶୁ କନ୍ୟାକୁ ଆପଣେଇଲେ ବେଙ୍ଗାଲୁରୁର ଦମ୍ପତ୍ତି

ବଲାଙ୍ଗିର: ଗତ ମାର୍ଚ୍ଚ ମାସରେ ସହରର ଏକ ନର୍ଦ୍ଦମାରୁ ଉଦ୍ଧାର ହୋଇଥିବା ନବଜାତ ଶିଶୁ କନ୍ୟାକୁ ପୋଷ୍ୟପୁତ୍ରୀ ଭାବେ ଆପଣେଇଛନ୍ତି ବେଙ୍ଗାଲୁରୁର ଦମ୍ପତି । ଉଦ୍ଧାର ପରେ ଶିଶୁଟିର ଯତ୍ନ ନେବା ସହ ଶିଶୁ ମଙ୍ଗଳ କମିଟିକୁ ପ୍ରଦାନ କରାଯାଇଥିଲା । ଯେଉଁଠାରେ ତାକୁ ‘ତୁଳସୀ’ ନାମ ଦିଆଯାଇଥିଲା…

ଦିଲ୍ଲୀ ହିଂସା : ୩ଟି ଅଲଗା ମାମଲାରେ ତାହିରଙ୍କ ଜାମିନ ନାମଞ୍ଜୁର

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାର ମୁଖ୍ୟ ଆରୋପୀ ଭାବେ ବିବେଚନା କରାଯାଉଥିବା ତାହିର ହୁସେନଙ୍କ ୩ଟି ଅଲଗା ଅଲଗା ମାମଲାର ଜାମିନକୁ କୋର୍ଟ ନାମଞ୍ଜୁର କରି ଦେଇଛନ୍ତି । ଆମ ଆଦମୀ ପାର୍ଟିର ଏହି ପୂର୍ବତନ ପାର୍ଷଦ ଅଂଚଳରେ ସବୁଠାରୁ ବେଶୀ ହିଂସା ହୋଇଥିଲା । ଅପରପକ୍ଷରେ ପ୍ରବର୍ତନ ନିର୍ଦ୍ଦେଶାଳୟ…

ଭାରତରୁ ଇଣ୍ଡୋନେସିଆକୁ ପଳାଇଲା ମଙ୍କି ମ୍ୟାନ୍

ଭୁବନେଶ୍ୱର: ଉପରୋକ୍ତ ହେଡ୍‌ଲାଇନ୍ ପଢି ଆପଣ ତାଜୁବ ହୋଇଥିବେ ନିଶ୍ଚିୟ । ହେଲେ ଷ୍ଟୋନ୍‌ମ୍ୟାନ୍ ଭଳି କୌଣସି ଭାଇରାଲ୍ ମଙ୍କି ମ୍ୟାନ୍ ନୁହଁ, ବରଂ ଏଠି ଆମେ ଏକ ଫିଲ୍ମର ସୁଟିଂ ଇଣ୍ଡୋନେସିଆ ସ୍ଥାନାନ୍ତରିତ ହୋଇଥିବା କଥା ଲେଖିଛୁ । ତେବେ କିଏ ନିର୍ମାଣ କରୁଥିଲା ଫିଲ୍ମ ମଙ୍କି ମ୍ୟାନ ଏବଂ…

ହେବନି ବାତ୍ୟା: IMD

ଭୁବନେଶ୍ୱର: ଅବପାତରେ ପରିଣତ ହୋଇଛି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ଏହାର ପ୍ରଭାବରେ ଆଜିଠାରୁ ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ହେଲେ ଏହି ଅବପାତ ବାତ୍ୟାରେ ପରିଣତ ହେବ ନାହିଁ । ବାତ୍ୟା ଭୟ ନଥିବା ନେଇ ସୂଚନା ଦେଇଛନ୍ତି ଆଇଏମ୍‌ଡି ଡିଜି…

ପ୍ରକାଶ ପାଇଲା ମ୍ୟାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ; ମୋଟ୍ ୭୦.୯୪% ପାସ୍

କଟକ : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ବାର୍ଷିକ ମ୍ୟାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ଗୁରୁବାର ଦିନ ପ୍ରକାଶ ପାଇଛି । ଏଥର ମୋଟ୍ (୧୫,୨୪୪) ପାସ୍ ହାର ୭୦.୯୪ ପ୍ରତିଶତ ରହିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଚଳିତ ଥର ଏ ଗ୍ରେଡ ରେ କେହି ପାସ୍…

ଆସିଲା ‘RRR‌’ ଟିଜର, ଦମ୍‌ଦାମର ଲୁକରେ ଜୁନିଅର ଏନ୍‌ଟିଆର୍‌

ତେଲେଙ୍ଗାନା: ଆସିଲା ବହୁ ପ୍ରତିକ୍ଷିତ ଫିଲ୍ମ ‘ଆର୍‌ଅର୍‌ଅର୍‌’ର ଟିଜର । ଏଥିରେ ସାଉଥ ସୁପରଷ୍ଟାର ଜୁନିଅର ଏନ୍‌ଟିଆର୍‌ଙ୍କ ଦମ୍‌ଦାର ଲୁକ୍ ଦେଖିବାକୁ ମିଳିଛି । ପୁରା ଆକ୍‌ସନ୍ ମୋଡରେ ନଜର ଆସିଛନ୍ତି ଜୁନିଅର ଏନ୍‌ଟିଆର୍ । ଏଥିରେ ତାଙ୍କୁ ଭୀମ ଭୂମିକାରେ ଦେଖିବାକୁ ମିଳିବ । ଏହି…

ସୈଫଙ୍କ ପଛରେ ପଡିଥିଲେ ପରିଣୀତି, କରୀନା ବି ଜାଣନ୍ତି

ମୁମ୍ବାଇ: ବଲିଉଡର ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ଆଜି ଜନ୍ମଦିନ । ପ୍ରଶଂସକଙ୍କ ମହଲରୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି । ତେବେ ପରିଣୀତି କାହାର ପ୍ରଶଂସକ ଥିଲେ ଜାଣନ୍ତି କି ? ସେ ସୈଫ ଅଲି ଖାଁଙ୍କୁ ବହୁତ ଭଲ ପାଉଥିଲେ । ଏହି କଥା ସେ କେତେକ ସ୍ଥାନରେ କହିଛନ୍ତି । ଏକ ଟିଭି ଶୋରେ…

ଦଶହରା ଛୁଟିରେ ଦୁଇ ଦିନ ଦୁଇ ଘଣ୍ଟା ଲେଖାଏ ଖୋଲା ରହିବ RTO

ଭୁବନେଶ୍ୱର: ଆସନ୍ତା ୨୪ ଓ ୨୬ ତାରିଖ ଦଶହରା ଛୁଟି ଥିଲେ ବି ରାଜ୍ୟରେ ଖୋଲା ରହିବ ଆରଟିଓ । ପୂରା ଦିନ ନୁହେଁ, ଦୁଇ ଘଣ୍ଟା ପାଇଁ ଖୋଲା ରହିବ । କେବଳ ନୂଆ ଗାଡ଼ି ପଞ୍ଜିକରଣ ପାଇଁ ଦୁଇ ଘଣ୍ଟା ଆଞ୍ଚଳିକ ପରିବହନ ଅଫିସ ଖୋଲା ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପରିବହନ କମିଶନର ।…