Latest Odisha News

BREAKING NEWS

କୂଅ ଖୋଳିଲା ବେଳେ ଖସିଲା ମାଟି ଅତଡା, ଚାପି ହୋଇ ଶ୍ରମିକ ମୃତ 

ଢେଙ୍କାନାଳ: ଢେଙ୍କାନାଳ କାମାକ୍ଷାନଗର ଥାନା ଆଳତୁମା ଗାଁରେ ଅଘଟଣ । କୂଅ ଖୋଳୁଥିବା ବେଳେ ମାଟି ଅତଡା ଧସି କୂଅ ଭିତରେ ଫସିଥିବା ଜଣେ ଶ୍ରମିକ ମୃତ ହୋଇଛି । ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଦମକଳ ବାହିନୀ ଓ ୩ଟି ଜେସିବି ନିୟୋଜିତ ହୋଇଥିଲେ ।  ପୁରୁଣା କୂଅକୁ ଅଧିକ ଗଭୀର କରିବା…

୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ବି ଟିକା ଦିଆଯିବା ଉଚିତ; ଆଇଏମ୍‌ଏ

ନୂଆଦିଲ୍ଲୀ: କୋଭିଡ୍‌-୧୯ ର ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଭାରତୀୟ ମେଡିକାଲ୍ ଆସୋସିଏସନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲେଖିଛନ୍ତି ଯେ,୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ମଧ୍ୟ ଟିକାକରଣ କରାଯିବା ଉଚିତ। ମହାମାରୀର ମାତ୍ରାକୁ ହ୍ରାସ କରିବା ପାଇଁ IMA ଯୁଦ୍ଧକାଳୀନ…

ସୁନ୍ଦରଗଡର ଏହି ୬ଟି ଗାଁକୁ ମାଇକ୍ରୋ କଣ୍ଟେଣ୍ଟମେଣ୍ଟ ଜୋନ୍ ଘୋଷଣା କଲା ପ୍ରଶାସନ

ସୁନ୍ଦରଗଡ: କୋଭିଡ-୧୯ ମାମଲାରେ ବୃଦ୍ଧି ଘଟିଥିବା ଦୃଷ୍ଟିରୁ ସୁନ୍ଦରଗଡ ପ୍ରଶାସନ ସୋମବାର ଠାରୁ ଏକ ସପ୍ତାହ ପାଇଁ ଗୋଟିଏ ଗ୍ରାମ ପଞ୍ଚାୟତର ୬ଟି ଗ୍ରାମକୁ ମାଇକ୍ରୋ କଣ୍ଟେଣ୍ଟମେଣ୍ଟ ଜୋନ୍ ଭାବରେ ଘୋଷଣା କରିଛି। ୧୯ଟି ପଜିଟିଭ ମାମଲା ମୁର୍କିଆ ମୁସଲମାନ ବସ୍ତିପାରା, ବାନ୍ଦେଗାରୁ ୨୪,…

ସମସ୍ତ ସରକାରୀ ହାଇସ୍କୁଲ ପାଇବ ନୂଆ ରୂପ, ‘ସ୍କୁଲ ଟ୍ରାନ୍ସଫର୍ମେସନ’ କାର୍ଯ୍ୟକ୍ରମ ଅନୁଷ୍ଠିତ 

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ‘ହାଇସ୍କୁଲ ଟ୍ରାନ୍ସଫର୍ମେସନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲାରେ ଥିବା ସମସ୍ତ ସରକାରୀ ଉଚ୍ଚବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ଓ ଶୈକ୍ଷିକ ପରିବେଶରେ ଉନ୍ନତି ପାଇଁ ଖସଡ଼ା ପ୍ରସ୍ତୁତ କରାଯାଉଛି । ଯାହାଫଳରେ ସ୍କୁଲର ପରିବେଶକୁ…

ସିଲିକନ୍ ଇନିଷ୍ଟିଚ୍ୟୁଟକୁ ସିଲ୍ କଲା ବିଏମସି

ଭୁବନେଶ୍ୱର: ରାଜଧାନୀରେ କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ରେଡ୍ କରୁଛି ବିଏମସି । କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ସିଲ୍ ହେଲା ଭୁବନେଶ୍ୱରରେ ଥିବା ସିଲିକନ୍ ଇନିଷ୍ଟିଚ୍ୟୁଟ୍ । ବିଏମସି ଆଜି ସିଲ୍ କରିଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ସିଲିକନ୍…

ଟିକାର ଘୋର ଅଭାବ: ବ୍ରହ୍ମପୁରରେ କିଛି ସେଣ୍ଟରରେ ଟିକାକରଣ ବନ୍ଦ !

ବ୍ରହ୍ମପୁର: ଟିକା ନଥିବାରୁ ବନ୍ଦ ରହିବ ଟିକାକରଣ । ବ୍ରହ୍ମପୁରରୁ ଏଭଳି ଏଭଳି ଚିତ୍ର ସାମନାକୁ ଆସିଛି । ଟିକା ନଥିବାରୁ ସହରର କିଛି ସଂଣ୍ଟରରେ ଟିକାକରଣ ବନ୍ଦ ରହିବ । ଏନେଇ ଟିକାକରଣ କେନ୍ଦ୍ରରେ ସୂଚନା ଫଳକ ଲାଗିଛି । ଯେଉଁଠାରେ ଲେଖାଅଛି, ଟିକା ନଥିବାରୁ ଟିକାକରଣ ପ୍ରକ୍ରିୟା ବନ୍ଦ ରହିବ…

ଅକ୍ସଫୋର୍ଡ ଟିକା ୯୦ ପ୍ରତିଶତ ପ୍ରଭାବଶାଳୀ; ଆଦର ପୁନାୱାଲା

ନୂଆଦିଲ୍ଲୀ: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା କହିଛନ୍ତି ଯେ ଯଦି ଦୁଇଟି ଡୋଜ ପ୍ରାୟ ୨.୫-୩ ମାସ ମଧ୍ୟରେ ଦିଆଯାଏ ତେବେ କୋଭିଶିଲ୍ଡ ଟିକାର ପ୍ରଭାବ ୯୦ ପ୍ରତିଶତକୁ ବୃଦ୍ଧି ପାଇବ। ଚଳିତ ବର୍ଷ ପ୍ରାରମ୍ଭରେ ପ୍ରକାଶିତ ଲାନସେଟରେ ହୋଇଥିବା ଏକ ଅଧ୍ୟୟନରେ…

ଚେନାବ ନଦୀରେ ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ‘ଆର୍କ୍ ବ୍ରିଜ୍’, ଏଫିଲ୍ ଟାଓ୍ବାରରୁ ବି ଉଚ୍ଚ

ଶ୍ରୀନଗର: ଜମ୍ମୁ କାଶ୍ମୀରର ଚେନାବ ନଦୀ ଉପରେ ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ନିର୍ମାଣ କରାଯାଉଛି। ଯାହାର ନାମ ରହିଛି "ଆର୍କ୍ ବ୍ରିଜ୍"। ୧୪୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସେତୁ ଭାରତର ସବୁଠାରୁ ବଡ ରେଳ ପ୍ରକଳ୍ପ। କେବଳ ଏତିକି ନୁହେଁ ନଦୀ ପତ୍ତନଠାରୁ ୩୫୯ ମିଟର ଉଚ୍ଚରେ ଏହି…

ଦିଲ୍ଲୀରେ ଲାଗିଲା ନାଇଟ୍ କର୍ଫ୍ୟୁ, ଆଜିଠୁ ଏପ୍ରିଲ ୧୦ ଯାଏ ବଳବତ୍ତର

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ଲାଗିଲା ନାଇଟ୍ କର୍ଫ୍ୟୁ । ସଂକ୍ରମଣ ବଢୁଥିବାରୁ ଦିଲ୍ଲୀରେ ତତ୍କାଳ ରାତ୍ରକାଳୀନ କର୍ଫ୍ୟୁ ଜାରି ହୋଇଛି । ଆଜି ରାତି ୧୦ଟାରୁ ଲାଗୁ ହେବ । ଏପ୍ରିଲ ୩୦ ତାରିଖ ଯାଏ ରାତି ୧୦ଟାରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗିବ । ଜରୁରୀ କାମ ନଥିଲେ ଘରୁ ନବାହାରିବା…

ରାଜ୍ୟରେ ଟିକାର ନିଅଣ୍ଟିଆ ସ୍ଥିତି: ଅଧିକ ନଆସିଲେ ବାଧାପ୍ରାପ୍ତ ହେବ ଟିକାକରଣ

ଭୁବନେଶ୍ୱର: ସେକେଣ୍ଡ ଓ୍ୱେଭ ସାଂଘାତିକ ହେଉଥିବା ବେଳେ ଜୋରଦାର ହୋଇଛି ଟିକାକରଣ ଅଭିଯାନ । ଏବେ ଓଡ଼ିଶାରେ ଦୈନିକ ୨ଲକ୍ଷ ଲୋକଙ୍କୁ ଟିକା ଦିଆଯାଉଛି । ଟିକାକରଣ ତ୍ୱାରାନ୍ୱିତ ହୋଇଥିବା ବେଳେ ରାଜ୍ୟରେ ନିଅଣ୍ଟିଆ ସ୍ଥିତି ସ-ଷ୍ଟି ହୋଇଛି । ଆଜି ଅପରାହ୍ନରେ ୩ ଲକ୍ଷ ୪୯ ହଜାର ଟିକା ପହଞ୍ଚିବ…