କବିତା : ରାଧା
ରବି ପଣ୍ଡା
ଛାଡି ଆସିଲିଣି ଅନେକ ଦିନରୁ
କଅଁଳ ବୟସ ମନ
ନିଦାଘ ଋତୁର କାମନା ଆତୁର
ଅତୃପ୍ତ ଯଉବନ।
ରୁପମଞ୍ଜୁଳ ଏବେ ପାଂଶୁଳ
ବୟସର କଳାଦାଗ
ଭରିଦେଲାଣି ମୋ' ଦେହରେ ଦେହରେ
ଜରାଜର୍ଜର ଭୋଗ।
ପାଦତଳ ମାଟି ପରିତ୍ୟକ୍ତ ଏବେ
କଳଙ୍କର ମୁହିଁ ପ୍ରତିମା
ନାଇଁତ ଯମୁନା ନାଇଁ…