Latest Odisha News

BREAKING NEWS

ଚୀନରୁ ସିଧାସଳଖ ଭୁବନେଶ୍ୱରରେ ପହଞ୍ଚିଲା ଅକ୍ସିଜେନ୍ ସିଲିଣ୍ଡର

ଭୁବନେଶ୍ୱର: ଚୀନରୁ ଭୁବନେଶ୍ୱର ଆସିଲା ଅକ୍ସିଜେନ ସିଲିଣ୍ଡର । ଏକ ସ୍ୱତନ୍ତ୍ର ବିମାନ ଯୋଗେ ଅକ୍ସିଜେନ୍ ସିଲିଣ୍ଡର ସିଧାସଳଖ ଭୁବନେଶ୍ୱରରେ ଆସି ପହଞ୍ଚିଛି । ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ । ଚୀନରୁ ଅକ୍ସିଜେନ୍ ସିଲିଣ୍ଡର ଆସିବା…

ଡୋମିନିକା ଜେଲ୍‌ରୁ ସାମ୍ନାକୁ ଆସିଲା ପଳାତକ ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କ ପ୍ରଥମ ଫଟୋ

ନୂଆଦିଲ୍ଲୀ: ଗିରଫ ହେବା ପରେ ପଳାତକ ବ୍ୟବସାୟୀ ମେହୁଲ ଚୋକସିଙ୍କ ପ୍ରଥମ ଫଟୋ ସାମ୍‌ନାକୁ ଆସିଛି। ସେ ପିଏନ୍‌ବି ସ୍କାମ୍‌ର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ମଧ୍ୟ ଥିଲେ। ଡୋମିନିକାରେ ପଳାତକ ବ୍ୟବସାୟୀ ମେହୁଲ ଚୋକସିଙ୍କୁ “ବେଆଇନ ଭାବେ” ଦ୍ୱୀପପୁଞ୍ଜରେ ପ୍ରବେଶ କରିଥିବା ଅଭିଯୋଗରେ ଗିରଫ…

ପୁଣି ଥରେ ରାଜନୀତିକୁ ଫେରିବେ ଶଶିକଳା!

ନୂଆଦିଲ୍ଲୀ: ବହିଷ୍କୃତ AIADMK ନେତ୍ରୀ ଭି.କେ ଶଶିକଳା କରୋନା ମହାମାରୀ ସମାପ୍ତ ହେବା ପରେ ସକ୍ରିୟ ରାଜନୀତିକୁ ଫେରିବେ ବୋଲି ସେ ସୂଚନା ଦେଇଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଶଶିକଳା ଏବଂ ଦଳର ଜଣେ କ୍ୟାଡରଙ୍କ ମଧ୍ୟରେ ହୋଇଥିବା ଫୋନ୍ ବାର୍ତ୍ତାଳାପର ଏକ ଅଡିଓ କ୍ଲିପ୍‌ରେ…

ଫାଇଜର ଟିକା କମ୍ ପ୍ରଭାବଶାଳୀ କିନ୍ତୁ ଭାରତୀୟ ଷ୍ଟ୍ରେନ୍‌ରୁ ଏହା ରକ୍ଷା କରିଥାଏ

ନୂଆଦିଲ୍ଲୀ: ଫ୍ରାନ୍ସର ପାଷ୍ଟ୍ୟୁର୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଫାଇଜର ଟିକା ସାମାନ୍ୟ କମ୍ ପ୍ରଭାବଶାଳୀ କିନ୍ତୁ ଭାରତରେ ଦେଖାଦେଇଥିବା କରୋନା ଷ୍ଟ୍ରେନ୍‌ରୁ ରକ୍ଷା କରୁଥିବା ଜଣାପଡ଼ିଛି। ତଥ୍ୟ ଅନୁଯାୟୀ, ଫାଇଜର ଟିକା କମ୍‌ ପ୍ରଭାବଶାଳୀ ହେଲେ ବି…

ଆଜି ‘ମନ କୀ ବାତ୍‌’ର ୭୭ ତମ ସଂସ୍କରଣକୁ ସମ୍ବୋଧିତ କରିବେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳ ୧୧ ଟାରେ ମାସିକ ରେଡିଓ କାର୍ଯ୍ୟକ୍ରମ ମନ କୀ ବାତ୍‌ର ୭୭ ତମ ସଂସ୍କରଣ ସମୟରେ ଦେଶକୁ ସମ୍ବୋଧିତ କରିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଚଳିତ ମାସ ଆରମ୍ଭରେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ମନ କୀ ବାତ୍‌ ବିଷୟବସ୍ତୁ…

ଦେଶରେ ଖସୁଛି ଦୈନିକ କରୋନା ସଂକ୍ରମଣ, ମୃତ୍ୟୁସଂଖ୍ୟା ଉଦବେଗଜନକ

ନୂଆଦିଲ୍ଲୀ: ଦେଶରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ । ସେକେଣ୍ଡ ଓ୍ୱେଭ୍ ପିକ୍ ସରିଛି । ଏଣିକି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ତଳେ ରହୁଛି । ଗତ ୨୪ ଘଣ୍ଟାରେ ୨୦ ଲକ୍ଷ ୬୩ହଜାର ଟେଷ୍ଟ ହୋଇଥିବା ବେଳେ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୬୫ହଜାର ୫୫୩ ନୂଆ ଆକ୍ରାନ୍ତ । ଏହି ସମୟରେ ଦେଶରୁ…

ଓଡ଼ିଶାକୁ ଜାତିସଂଘର ତାରିଫ: ବିପର୍ଯ୍ୟୟ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା

ଭୁବନେଶ୍ୱର: ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ମଡେଲ୍ ହୋଇଛି । ସାରା ବିଶ୍ୱରେ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ଓ ମୁକାବିଲା ରଣନୀତିର ଚର୍ଚ୍ଚା । ପୁଣି ଥରେ ଓଡ଼ିଶାକୁ ତାରିଫ କରିଛି ଜାତିସଂଘ । ବିପର୍ଯ୍ୟୟ ପରିଚାଳନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ଜାତିସଂଘର…

ଓଡ଼ିଶାର ୧୫ ଜିଲ୍ଲାରୁ କରୋନା ନେଲା ଆଉ ୩୩ ଜୀବନ, ଅନୁଗୋଳରୁ ଅଧିକ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଏଣିକି ପ୍ରତିଦିନି ୩୦ରୁ ଅଧିକ ଆକ୍ରାନ୍ତ ପ୍ରାଣ ହରାଉଛନ୍ତି । ଗତ ୨୪ ଘଣ୍ଟାରେ ଆଉ ୩୩ ଜଣଙ୍କର ଜୀବନ ନେଇଛି ପ୍ରାଣଘାତୀ କରୋନା । ମୋଟ୍ ୧୫ ଜିଲ୍ଲାରୁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଅନୁଗୋଳ ଜିଲ୍ଲାରେ ସର୍ବାଧିକ ୫ ଜଣ ସଂକ୍ରମିତ…

ଦୁର୍ଘଟଣା ପରେ ଜଳିଗଲା ଟ୍ରକ, ଡ୍ରାଇଭର ଜୀବନ୍ତ ଦଗ୍ଧ

ଦେବଗଡ଼: ଦୁଇଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣା ପରେ ଜଳିଗଲା ଗୋଟିଏ ଟ୍ରକ୍ । ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ମିଳିଛି । ଦେବଗଡ଼ ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ବାରକୋଟ ଥାନା ଅନ୍ତର୍ଗତ ବମ୍ପରଡ଼ା ଗାଁ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା…

ରାଜ୍ୟରେ ପୁଣି ୧୦ ହଜାର ମୁହାଁ କରୋନା ସଂକ୍ରମଣ, ଆଜି ୯୫୪୧ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ପୁଣି ୧୦ ହଜାର ମୁହାଁ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୯ହଜାର ୫୪୧ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ୫ହଜାର ୩୪୩ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪ହଜାର ୧୯୮ । ବିଭିନ୍ନ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି ।…