Latest Odisha News

BREAKING NEWS

କାହିଁକି ଆତ୍ମହତ୍ୟା ଭଳି ବଡ଼ ପଦକ୍ଷେପ ନିଅନ୍ତି ଛୋଟ ପିଲା; ଜାଣନ୍ତୁ କାରଣ

ଭୁବନେଶ୍ୱର: ସାଧାରଣତଃ ଅନେକ ସମୟରେ ଖବର ଶୁଣିବାକୁ ମିଳେ କି ଖୁବ୍ କମ୍ ବୟସର ପିଲାମାନେ କୌଣସି ନା କୌଣସି କାରଣରୁ ଆତ୍ମହତ୍ୟା ଭଳି ବଡ ପଦକ୍ଷେପ ଉଠାଇଥାନ୍ତି । କିନ୍ତୁ କେବେ ଚିନ୍ତା କରିଛନ୍ତି ସେମାନେ ଏହି ରାସ୍ତାକୁ କାହିଁକି ଚୟନ କରିଥାନ୍ତି ? ଆଜି ଆମେ ଆପଣଙ୍କୁ ଏହାର କିଛି…

ଦିନକରେ ଦେଶରୁ ୭୫, ୮୨୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୯୪୦ ମୃତ

ନୂଆଦିଲ୍ଲୀ: ଦେଶରେ ୬୫ ଲକ୍ଷ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭୫ ହଜାର ୮୨୯ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୬୫ ଲକ୍ଷ ୪୯ ହଜାର ୩୭୪କୁ ବୃଦ୍ଧି ପାଇଛି । ଗତ ଦୁଇ ଦିନ ହେବ ଦେଶରେ ଦୈନିକ କମ୍ ସଂକ୍ରମିତ ଚିହ୍ନଟ…

୧୫ ହଜାର ପ୍ରାଥମିକ ଓ ୧୭ ହଜାର ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ

ଭୁବନେଶ୍ୱର: ମଧ୍ୟ ସରକାରୀ ସ୍କୁଲଗୁଡ଼ିକରେ ଅଧିକ ଉନ୍ନତି ଆଣିବା ଲାଗି ରାଜ୍ୟରେ ଗଣଶିକ୍ଷା ବିଭାଗ ପକ୍ଷରୁ ଆସନ୍ତାବର୍ଷ ଠାରୁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରିବେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ ବିଶେଷକରି ସ୍କୁଲ ଗୁଡିକରେ ବିଜ୍ଞାନ ଉପକରଣ, ପାଠ୍ୟପୁସ୍ତକ, ଖେଳ ସରଞ୍ଜମ, ଶିକ୍ଷାଦାନ…

ଲୋକଙ୍କ ନେତା ଥିଲେ ମହାରଥୀ: ନବୀନ

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ପ୍ରଦୀପ ମହାରାଥୀ ଆଉ ନାହାନ୍ତି । ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଟୁଇଟ୍ କରି କହିଛନ୍ତି, ପ୍ରକୃତରେ ସାଧାରଣ ଲୋକଙ୍କ ନେତା ଥିଲେ ମହାରଥୀ । ବିଜେଡିର ଜଣେ ଟାଣୁଆ ନେତାଙ୍କୁ ଆଜି ଦଳ ହରାଇଛି । ପ୍ରଦୀପ…

ହସ୍ପିଟାଲରୁ ଟ୍ରମ୍ପଙ୍କ ଭିଡିଓ ବାର୍ତ୍ତା: ଶୀଘ୍ର ଫେରୁଛି, ଆଗକୁ ରିଅଲ ଟେଷ୍ଟ

ଓ୍ୱାଶିଂଟନ୍: ସୁଧୁରୁଛି କରୋନା ସଂକ୍ରମିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା । ସେ ଏବେ ସୁସ୍ଥ ଅନୁଭବ କରୁଛନ୍ତି । ଦେଶବାସୀ ଓ ଶୁଭେଚ୍ଛୁଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ସେ ଖୁବ ଶୀଘ୍ର ଫେରୁଛନ୍ତି । ଆଗାମୀ କିଛି ଦିନ ତାଙ୍କ ପାଇଁ ଅସଲ ପରୀକ୍ଷାର ଦିନ ।…

ଆହୁରି ୩ ଦିନ ବର୍ଷିବ, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ବର୍ଷାର ପ୍ରକୋପ । ଲଘୁଚାପ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆହୁରି ୩ ଦିନ ପ୍ରବଳ ବର୍ଷା ହେବ । ଆଜି ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ରାଜ୍ୟର ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ଥିବା ପାଣିପାଗ ବିଭାଗ ସତର୍କ କରାଇ…

ମକା ଖାଇବା ପରେ ପାଣି ପିଉଛନ୍ତି କି? ରୁହନ୍ତୁ ସାବଧାନ !

ଯଦି ଆପଣ ମକା ଖାଇବା ପରେ ପାଣି ପିଉଛନ୍ତି ତେବେ ଏହା ଆପଣଙ୍କର ହଜମ ପ୍ରକ୍ରିୟାକୁ ବହୁତ ଖରାପ କରିପାରେ। ମକା ଖାଇବା ପରେ ତୁରନ୍ତ ପାଣି ପିଇବା ଶରୀର ପକ୍ଷେ ହାନିକାରକ ହୋଇଥାଏ। ମକାରେ ଯଥେଷ୍ଟ ମାତ୍ରାରେ ଫାଇବର୍‌ ରହିଥାଏ ଯାହା ଫଳରେ ଏହା ଆପଣଙ୍କ ହଜମ ପ୍ରକ୍ରିୟା ଉପରେ ପ୍ରତିକୂଳ…

ମହାରଥୀଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ପିପିଲି ବିଧାୟକ ପ୍ରଦୀପ ମହାରଥୀ ଆଉ ନାହାନ୍ତି। ଗତକାଲି ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଯାଇଛି। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୬୫ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ତାଙ୍କ ବିୟୋଗରେ…

ଜାଣନ୍ତୁ, ଓଡ଼ିଆ ପ୍ରଥା ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଲୋକ ନୃତ୍ୟ ‘ନାଗା ନାଚ’ ସମ୍ପର୍କରେ

ଭୁବନେଶ୍ୱର: ଓଡ଼ିଶାର ଲୋକନୃତ୍ୟ ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ ଏହି ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଓଡ଼ିଶାର ଲୋକ ନୃତ୍ୟ ଜନମାନସର ପରିବର୍ତ୍ତନ ସହ ତାଳ ଦେଇ ଏହାର ରୂପରେ ବହୁବିଧ ପରିବର୍ତ୍ତନ ଆଣିପାରିଛି । ମୁଖ୍ୟତଃ ଧର୍ମଚାର,…

ସୁନ୍ଦରଗଡ଼ର ଏଆରସି ସହାୟତାରେ ୨୪ ବର୍ଷ ପରେ ଆଶାବାଡ଼ି ଛାଡ଼ି ଠିଆ ହେଲେ ସମ୍ବଲପୁରର ଯୋଶେଫ ତିର୍କୀ

ସୁନ୍ଦରଗଡ଼, ୩ ଅକ୍ଟୋବର ୨୦୨୦: ‘‘୨୪ ବର୍ଷ ହେଲା ଆଶାବାଡ଼ିକୁ ଭରସା କରି ମୁଁ ବାଟ ଚାଲୁଥିଲି। ହେଲେ ଏବେ ଆଶାବାଡ଼ି ଛାଡ଼ି ନିଜ ଗୋଡ଼ରେ ଠିଆ ହୋଇ ପାରୁଥିବାରୁ ମତେ ବହୁତ ଖୁସି ଲାଗୁଛି। ମୁଁ ଯେମିତି ନୂଆ ଜୀବନ ପାଇଛି’’, ଏହା କହିଛନ୍ତି ସମ୍ବଲପୁର ମହୁଲମୁଣ୍ଡା ଗ୍ରାମର ଯୋଶେଫ ତିର୍କୀ।…