Latest Odisha News

BREAKING NEWS

ଚିଟଫଣ୍ଡ ଦୁର୍ନୀତି ମାମଲା: ଇଡ଼ିରେ ହାଜର ହେଲେ ଓଲିଉଡ଼ ଷ୍ଟାର ଶ୍ରୀତମ ଦାସ

ଭୁବନେଶ୍ୱର : ଜଣାଶୁଣା ଓଲିଉଡ଼ ଷ୍ଟାର ଶ୍ରୀତମ ଦାସ ମଙ୍ଗଳବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି)ରେ ଚିଟଫଣ୍ଡ ଦୁର୍ନୀତି ମାମଲାରେ ହାଜର ହୋଇଛନ୍ତି । ଓଡ଼ିଆ ଚଳଚ୍ଚିତ୍ର ‘ତୁ ତାଆ ମୁଁ ଯାଉଛି ରୁଷି’ରେ ଓଡ଼ିଆ ଷ୍ଟାର ଶ୍ରୀତମ ଦାସ ଅଭିନୟ କରିଥିଲେ । ତେବେ ଏହି ଚଳଚ୍ଚିତ୍ରରେ ଚିଟଫଣ୍ଡ…

ପ୍ରକାଶିତ ହେଲା ୧ମ ପର୍ଯ୍ୟାୟ +୩ ମେରିଟ ଲିଷ୍ଟ: ୪ ଜୁଲାଇରେ ନାମଲେଖା ଆରମ୍ଭ

ଭୁବନେଶ୍ୱର: ମଙ୍ଗଳବାର ଦିନ ୧ମ ପର୍ଯ୍ୟାୟ +୩ ମେରିଟ ଲିଷ୍ଟ / କଟଅଫ ମାର୍କ ପ୍ରକାଶିତ ହୋଇଛି । ଛାତ୍ରଛାତ୍ରୀମାନେ +୩ ସ୍ୱୟଂଶାସିତ ମହାବିଦ୍ୟାଳୟ, ସଂସ୍କୃତ(ଶାସ୍ତ୍ରୀ) ଏବଂ ସେଲଫ ଫାଇନାନ୍ସିଂ (ଡ଼ିଗ୍ରୀ)କଲେଜରେ ନାମ ଲେଖାଇବାକୁ ଏହି ମେରିଟ ଲିଷ୍ଟ ପ୍ରକାଶ ପାଇଛି । ଓଡ଼ିଶାର ସମୁଦାୟ…

ଚିଟଫଣ୍ଡ ଦୁର୍ନୀତି ମାମଲା: ବିଜେଡ଼ି ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିଲା

ଭୁବନେଶ୍ୱର : ମୟୁରଭଞ୍ଜର ବିଜେଡ଼ି ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ନବଦିଗନ୍ତ ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ହୋଇ ଶ୍ରୀ ହାଁସଦା ନଭେମ୍ବର ୪ ତାରିଖ ୨୦୧୪ ମସିହାରେ ଗିରଫ ହୋଇ ସାଂସଦ ରାମଚନ୍ଦ୍ର ହାଁସଦା ଭୁବନେଶ୍ୱର ଝାରପଡ଼ାର ସ୍ୱତନ୍ତ୍ର ଜେଲରେ…

ଭଦ୍ରକ: ଚିକିତ୍ସା ଅବହେଳାରୁ ନାବାଳିକାର ମୃତ୍ୟୁକୁ ନେଇ ଡ଼ାକ୍ତରଖାନାରେ ତୁମୁଳକାଣ୍ଡ

ଭଦ୍ରକ : ଡ଼ାକ୍ତରଙ୍କ ଚିକିତ୍ସା ଅବହେଳାରୁ ରୋଗୀର ମୃତ୍ୟୁକୁ ନେଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତୁମୁଳକାଣ୍ଡ ସୃଷ୍ଟି ହୋଇଛି । ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳର ଦହିପୁର ଗ୍ରାମର ନାବାଳିକା ଦେବସ୍ମିତା ମଲ୍ଲିକ ଭଦ୍ରକ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତେବେ…

ଜ୍ୱର ଛାଡ଼ିବାକୁ ମହାପ୍ରଭୁ ଲଗାଇବେ ଫୁଲୁରି ତେଲ

ପୁରୀ : ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳାର ପଟ୍ଟାନ୍ତର ନାହିଁ । ସକାଳର ଦିନଚର୍ଯ୍ୟାରେ ମୁତୁରୀ କାଠିରେ ଦାନ୍ତଘଷା ଆରମ୍ଭ କରି ଦହି ପଖାଳ ଖାଇ ପଲଙ୍କରେ ଶୋଇବା ଯାଏ ଶ୍ରୀମନ୍ଦିରରେ ଚାଲିଥାଏ ତାଙ୍କର ଅପୂର୍ବ ଲୀଳାଖେଳା । ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ନାନବେଦୀରେ…

ବିଶିଷ୍ଟ ଭାଷାତତ୍ତ୍ୱବିତ୍ ଧନେଶ୍ୱର ମହାପାତ୍ରଙ୍କ ପରଲୋକ

କଟକ : ବିଶିଷ୍ଟ ଭାଷାବିତ୍ ତଥା ସାହିତ୍ୟିକ ଧନେଶ୍ୱର ମହାପାତ୍ରଙ୍କ ସୋମବାର କଟକର ଏକ ଘରୋଇ ଡ଼ାକ୍ତରଖାନାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା । ସେ ଗତ କିଛିଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ରହି ଚିକିତ୍ସିତ ହେଉଥିଲେ । ତାଙ୍କର ମୃତ୍ୟୁଶଯ୍ୟା ନିକଟରେ…

ରାଜ୍ୟସ୍ତରୀୟ ବନମହୋତ୍ସବ: ଜୁଲାଇ ୭ ତାରିଖ ଦିନ ୪୦ ଲକ୍ଷ ଗଛ ଲଗାଯିବ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଚଳିତ ଜୁଲାଇ ମାସ ୭ ତାରିଖ ଦିନ ସାରା ରାଜ୍ୟରେ ଗୋଟିଏ ଦିନରେ ୪୦ ଲକ୍ଷ ଗଛ ଚାରା ଲଗାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ପାତ୍ରପଡ଼ା-ଭଗବାନପୁର ହାଇସ୍କୁଲ ପରିସରରେ ଆୟୋଜିତ ୬୯ତମ ରାଜ୍ୟସ୍ତରୀୟ ବନ ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…

ରଣବୀରଙ୍କ ଜନ୍ମଦିନରେ ହାର୍ଲେ ଡାଭିଡ଼ସନ ବାଇକ ଗିଫ୍ଟ କରିଥିଲେ ସଞ୍ଜୁବାବା, ରିଷି କପୁରଙ୍କଠୁ ଖାଇଥିଲେ ଗାଳି

ସଞ୍ଜୟ ଦତ୍ତଙ୍କ ବାୟୋପିକ ‘ସଞ୍ଜୁ’ ପାଇଁ ବେଶ ଚର୍ଚ୍ଚାରେ ଥିବା ରଣବୀର କପୁର ଖୋଲିଛନ୍ତି ନୁଆ ଗୁମର । ଏକ ପତ୍ରିକାକୁ ଦେଇଥିବା ସାକ୍ଷାତକାରରେ ରଣବୀର କହିଛନ୍ତି ତାଙ୍କ ଜନ୍ମଦିନରେ ହାର୍ଲେ ଡ଼ାଭିଡ଼ସନ ର ବାଇକ ସଞ୍ଜୟ ତାଙ୍କୁ ଗିଫ୍ଟ କରିଥିଲେ । ତେବେ ବାପା ରିଷି କପୁରଙ୍କ ଭୟରେ ଏହାକୁ…

ବିଶ୍ୱକପ ଫୁଟବଲ: ଜାପାନ ୩-୨ରେ ପରାସ୍ତ, କ୍ୱାର୍ଟର ଫାଇନାଲରେ ବେଲଜିୟମ

ମସ୍କୋ : ଇତିହାସ ରଚିଥାନ୍ତା ଏସୀୟ ରାଷ୍ଟ୍ର ଜାପାନ । ବିଶ୍ୱକପ ଫୁଟବଲ ଇତିହାସରେ ଜାପାନ ସୁନ୍ଦର ଖେଳ ପ୍ରଦର୍ଶନ କରି ପ୍ରି-କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଛି । ଏକ ଚିତାକର୍ଷକ ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚରେ ଶକ୍ତିଶାଳୀ ବେଲଜିୟମଠୁ ପରାସ୍ତ ହୋଇଥିଲେ ବି ସମସ୍ତଙ୍କ ମନ ଜିଣିନେଲା…

ଅଳ୍ପ ବର୍ଷାରେ ଭାସୁଛି ରାଜଧାନୀ: ଏଯାଏଁ ବିଏମସି ନିଦ ଭାଙ୍ଗୁନି!

ଭୁବନେଶ୍ୱର : ଅଳ୍ପ ବର୍ଷାରେ ରାଜଧାନୀ ବେହାଲ! ବର୍ଷା ପାଣିରେ ଉବୁଟୁବୁ ହେଉଛି ରାଜଧାନୀ । ସ୍ମାର୍ଟସିଟିର ସ୍ୱପ୍ନ ଦେଖୁଥିବା ରାଜଧାନୀ ଭୁବନେଶ୍ୱର ଯେ ଟିକକ ବର୍ଷାରେ ହନ୍ତସନ୍ତ ହେଉଛି ଏବଂ ଏହି ସମସ୍ୟା ରାଜଧାନୀବାସୀଙ୍କର ଦୁଇଦିନ ହେଲା ନିଦ ହଜାଇ ଦେଇଛି । ଗତକାଲି ବର୍ଷାରେ ଇସ୍କନ…