Latest Odisha News

ପାକିସ୍ତାନୀ ବକ୍ସର ସାଥୀ ମହିଳା ଖେଳାଳିଙ୍କ ନିକଟରୁ କଲେ ଚୋରୀ

ଲାହୋର: ପାକିସ୍ତାନର ଜନୈକ ବକ୍ସର ଇଟାଲୀରେ ଏ ଭଳି ଏକ କାଣ୍ଡ ରଚିଛନ୍ତି ଯାହା ଦେଶର ମାନ ତଳେ ପକାଇଛି । ଜୋହେବ ରଶୀଦ ନାମକ ଏହି ବକ୍ସରଜଣଙ୍କ ତାଙ୍କ ମହିଳା ସାଥୀ ଖେଳାଳିଙ୍କ ପର୍ସରୁ ଅର୍ଥ ଚୋରୀ କରିଥିବା ଜଣାପଡିଛି । ପାକିସ୍ତାନ ଆମେଚର ବକ୍ସିଂ ମହାସଂଘ ଏ ସମ୍ପର୍କରେ ଖୁଲାସା କରିଛି । ଏହାର ସିନିୟର ଅଧିକାରୀ କହିଛନ୍ତି ଯେ, ସମ୍ପୃକ୍ତ ବକ୍ସରଙ୍କ ନାମରେ ଇଟାଲୀରେ ମାମଲା ରୁଜୁ କରାଯାଇଛି । ଅଲିମ୍ପିକ କ୍ୱାଲିଫାଇଂ ମୁକାବିଲାରେ ଅଂଶଗ୍ରହଣ କରିବା ପାଇଁ ସେ ଇଟାଲୀ ଯାଇଥିଲେ । ରଶୀଦଙ୍କ ଏହି କାର୍ଯ୍ୟକଳାପକୁ ରାଷ୍ଟ୍ରୀୟ ମହାସଂଘର ସେକ୍ରେଟାରୀ ନାସୀର ଅହମ୍ମଦ ନିନ୍ଦା କରିଛନ୍ତି । ଜୋହେବ ଗତ ଏସୀୟ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତିଥିଲେ ।

ନାସୀରଙ୍କ କହିବା ଅନୁସାରେ ମହିଳା ବକ୍ସର ଇକ୍ରାମ ଅଭ୍ୟାସ ପାଇଁ ଯାଇଥିଲେ । ଜୋହେବ ତାଙ୍କ ରୁମର ଚାବି ଫ୍ରଂଟ ଡେସ୍କରୁ ନେଇ ପର୍ସରୁ ବିଦେଶୀ ମୁଦ୍ରା ଚୋରୀ କରିଥିଲେ । ଜୋହେବଙ୍କୁ ପୋଲିସ ଖୋଜୁଛି । ଏ ପର୍ଯ୍ୟନ୍ତ ତାଙ୍କ ଖୋଜ ଖବର ମିଳି ନାହିଁ । ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି । ପୂର୍ବରୁ ମଧ୍ୟ ଅନେକ ପାକିସ୍ତାନ ଖେଳାଳି ବିଦେଶୀ ଗସ୍ତରେ ହଠାତ ଗାଏବ ହୋଇ ଯାଇଥିବା ଖବର ପ୍ରକାଶ ପାଇଛି ।

Leave A Reply

Your email address will not be published.