Latest Odisha News

BREAKING NEWS

ପୁଣି ବାହାରିଲା ପାକିସ୍ତାନର ପୁରୁଣା ରୋଗ: ସବୁ ଘଟଣା ପାଇଁ ଦୋଷ ଦେଲା ଏହି ଦୁଇ ଦେଶକୁ

ପାକିସ୍ତାନ: ନିକଟରେ ପାକିସ୍ତାନର ମସଜିଦରେ ବୋମା ବିସ୍ପୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୩୧ କୁ ବୃଦ୍ଧି ପାଇଛି। ଆଉ ଏଥି ପାଇଁ ପାକ ସରକାର ଦେଶରେ ଅସ୍ଥିରତା ଏବଂ ଅଶାନ୍ତି ସୃଷ୍ଟି କରିବା ପାଇଁ ଭାରତୀୟ ଗୁଇନ୍ଦା ସଂସ୍ଥା ‘RAW’ ଏବଂ ଆଫଗାନିସ୍ତାନର ତାଲିବାନ ସରକାର ମିଶି କାର୍ଯ୍ୟ କରୁଥିବା ପାକିସ୍ତାନ ଅଭିଯୋଗ କରିଛି। ପାକିସ୍ତାନୀ ଗୁଇନ୍ଦା ସୂତ୍ରକୁ ଆଧାର କରି ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ, ଆଫଗାନ ମାଟିକୁ ବ୍ୟବହାର କରି ବେଲୋଚିସ୍ତାନ ଓ ଖାଇବର ପାଖତୁନଖ୍ୱାରେ ଆକ୍ରମଣ ପାଇଁ ଆତଙ୍କବାଦୀଙ୍କୁ ତାଲିମ ଏବଂ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି।

ଏହି ଗୁପ୍ତ ରିପୋର୍ଟ ଅନୁଯାୟୀ, ‘RAW’ ଏବଂ ତାଲିବାନ ମିଳିତ ଭାବେ ବେଲୋଚିସ୍ତାନ ଲିବରେସନ ଆର୍ମି ଏବଂ ତେହେରିକ-ଏ-ତାଲିବାନ ପାକିସ୍ତାନ କୁ ପାଣ୍ଠି ଯୋଗାଉଛନ୍ତି। ଏହା ମଧ୍ୟରେ ପାକିସ୍ତାନ କୁନାର ପ୍ରଦେଶର ନୁରଗାଲ ଜିଲ୍ଲାରେ ଏୟାରଷ୍ଟ୍ରାଇକ୍ କରିଛି ଯେଉଁଥିରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ପାକିସ୍ତାନୀ ସେନା ସୀମାନ୍ତ ଅଞ୍ଚଳରେ ନିଜର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିଥିବା ବେଳେ ଏଭଳି ଗୁରୁତର ଅଭିଯୋଗ ଆଣି ଆଞ୍ଚଳିକ ଉତ୍ତେଜନା ବୃଦ୍ଧି କରିବାକୁ ଚେଷ୍ଟା କରୁଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସୀମା ପାର୍ ଆତଙ୍କବାଦକୁ ରୋକିବାରେ ପାକିସ୍ତାନ ନିଜ ସେନାର ଅସଫଳତାକୁ ଲୁଚାଇବା ପାଇଁ ପଡ଼ୋଶୀ ଦେଶଗୁଡ଼ିକ ଉପରେ ଦୋଷ ଦେଉଛି। ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ଖରାପ କରିବା ପାଇଁ ଏହିପରି ଗୁଜବ ସୃଷ୍ଟି କରାଯାଉଥିବା ନେଇ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ପାକିସ୍ତାନ ନିଜର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାକୁ ସୁଧାରିବା ପରିବର୍ତ୍ତେ ଅନ୍ୟ ଦେଶକୁ ଦାୟୀ କରୁଥିବାରୁ ଏହାକୁ ନେଇ କୂଟନୈତିକ ସ୍ତରରେ ବିବାଦ ବଢ଼ିବାରେ ଲାଗିଛି। ଏହି ସ୍ଥିତିରେ ଆଫଗାନିସ୍ତାନ ସୀମାରେ ସୁରକ୍ଷା ବାହିନୀକୁ ଆଲର୍ଟରେ ରଖାଯାଇଛି। ବିଶେଷଜ୍ଞଙ୍କ ମତରେ, ପାକିସ୍ତାନ ନିଜ ଦେଶରେ ବଢ଼ୁଥିବା ମୁଦ୍ରାସ୍ଫୀତି, ରାଜନୈତିକ ଅସ୍ଥିରତା ଓ ଅର୍ଥନୈତିକ ସଙ୍କଟରୁ ନିଜ ଜନସାଧାରଣଙ୍କ ଧ୍ୟାନ ହଟାଇବା ପାଇଁ ଏପରି ଭାରତ ବିରୋଧୀ ପ୍ରଚାରର ସାହାରା ନେଉଛି।

ନିଜର ଆଭ୍ୟନ୍ତରୀଣ ସୁରକ୍ଷା ବିଫଳତା ଓ ରାଜନୈତିକ ସଙ୍କଟରୁ ଧ୍ୟାନ ହଟାଇବା ପାଇଁ ପାକିସ୍ତାନ ଏପରି ମିଥ୍ୟା ଓ ଭିତ୍ତିହୀନ ଅଭିଯୋଗ ଆଣୁଥିବା ନେଇ ଆନ୍ତର୍ଜାତୀୟ ସ୍ତରରେ ସମାଲୋଚନା କରାଯାଇଛି।

Leave A Reply

Your email address will not be published.