ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୮

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ l ପରମାତ୍ମା ଶ୍ରୀଜଗନ୍ନାଥ କୌଣସି ସ୍ଥାନ, କୌଣସି ଜ୍ଞାନ, କୌଣସି ପ୍ରକୃତି, କୌଣସି ପ୍ରବୃତି ଅଥବା କାଳର ଗତି, ନୀତି ଓ ନିୟମରେ ଆବଦ୍ଧ ନୁହଁନ୍ତି l ସେ ସବୁ ସ୍ଥଳ, ସବୁ କାଳ, ସବୁ ଜୀବ, ସବୁ ଜଡ଼ ଏପରିକି ସମସ୍ତ ଦୃଶ୍ୟ ତଥା ଅଦୃଶ୍ୟ ସତ୍ତାରେ ବିଦ୍ୟମାନ ଲ ଏହାର ନିଛକ ଉଦାହରଣ ଶ୍ରୀଜଗନ୍ନାଥଙ୍କ ଦଶ ଅବତାରର ବର୍ଣ୍ଣନା ଲ ଯାହା ସଂକ୍ଷେପରେ ଏହିପରି “ବନଜୌ, ବନଜୌ ଖର୍ବ ତ୍ରିରାମ ସକୃପାକୃପା ଅବତାରା ଦସେଇତେ କୃଷ୍ଣସ୍ତୁ ଭଗବାନ ସ୍ୱୟଂ l ଅର୍ଥାତ ଅବତାର ଭିତରେ, ଦୁଇଟି ଜଲଚର, ଦୁଇଟି ବନଚର, ଜଣେ ବାମନ, ତିନି ଜଣ ରାମ, ଜଣେ ଅକ୍ରୁପ, ଜଣେ ସକୃପ ଲ

ସବୁ ଠାରୁ ବଡ଼କଥା ଏସମସ୍ତ ଜୀବଲୋକ ତାଙ୍କର ଅଂଶ ବିଶେଷ ଲ ଅଜ୍ଞାନ ବଶତଃ ଆମେ ଏହା ଉପଲବ୍ଧି କରି ପାରୁନାହୁଁ ଲ କେବଳ ସାଧୁ ସନ୍ଥ ମହାତ୍ମା ମାନେ ତଥା ବ୍ରହ୍ମଜ୍ଞାନୀମାନେ ଏହା ଉପଲବ୍ଧି କରି ପରମାତ୍ମାଙ୍କୁ ସର୍ବତ୍ର ଦର୍ଶନ କରିପାରନ୍ତି ଲ ତେଣୁ ଗୀତାରେ କହୁଛନ୍ତି “ଯୋ ମାଂ ପଶ୍ୟତି ସର୍ବତ୍ର ସର୍ବଂ ଚ ମୟୀ ପଶ୍ୟତି, ତସ୍ୟାହଂ ନ ପ୍ରଣଶ୍ୟାମି ସ ଚ ମେ ନ ପ୍ରଣସ୍ୟତି., ଗୀତା (୬ /୩୦ ) l

ସେହି ପରମପିତା ଜଗନ୍ନାଥ ଙ୍କୁ ହୃଦୟରେ ଖୋଜିବା, ମନରେ ଚିନ୍ତିବା ଆଉ ଚେତନାରେ ଧାରଣ କରିବା ଲ ଯେମିତି ସେ ସର୍ବୋତ୍ତ ଭାବେ ଆମ ସତ୍ତାକୁ ଅଚ୍ଛାଦିତ କରିଦେବେ l ଆମେ କେବଳ ତାଙ୍କରି ଅଂଶ ହୋଇ ଆତ୍ମପ୍ରକାଶ କରିବା l ଜୟ ଜଗନ୍ନାଥ