Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଶ୍ରୀମହାପ୍ରସାଦ ଓ ଓଡ଼ିଆ କାବ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମହାପ୍ରସାଦଙ୍କ ମହିମା ସମସ୍ତ ଶାସ୍ତ୍ର ପୁରାଣ ମାନଙ୍କରେ ଯେପରି ବର୍ଣ୍ଣିତ ହୋଇଛି, ସେହିପରି ଓଡ଼ିଆ କାବ୍ୟ କବିତା ବିଶେଷତଃ ଭଜନ ଜଣାଣରେ ମଧ୍ଯ ପ୍ରତିଫଳିତ ହୋଇଛି ।
ପ୍ରଥମେ ବିଚାର କରିବା “ଶାରିଆଭିକ ‘ଙ୍କ ରଚନା ଓଡ଼ିଶାର ପୁରପଲ୍ଲୀରେ ଗୋଟିଏ ଭଜନ ସ୍ୱର ସର୍ବଦା ଗୁଞ୍ଜରିତ

“ଥକା ମନ ଚାଲ ଯିବା 
ଚକାନୟନ ଦେଖିବା
***
ବାଇଶି ପlବଛେ ବିକା
କୈବଲ୍ୟ ହେଉଛି ଚଖା
ହାଣ୍ଡିକେ ପଡେ ସିଉକା
ମନରଙ୍କା ଛଡାଇବା ।”

ଉପରୋକ୍ତ ପଦଟିରେ ମହାପ୍ରସାଦର ମାହାତ୍ମ୍ୟ ସହ ତାହାର ମୂଲ୍ୟ ଓ ବିକ୍ରୟ ସ୍ଥାନ ବିଷୟରେ ସୂଚନା ଦିଆ ଯାଇଛି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରସିକ ହାରlବଳି କାବ୍ୟରେ ବର୍ଣ୍ଣିତ “ଯେବଣ କଟକେ ଛଟକେ ବରାଟକେ ମୁକତି, ମହାପ୍ରସାଦର ସାଦରେ ଲୋକମାନେ ଲଭନ୍ତି।” ଅର୍ଥାତ ମହାପ୍ରସାଦର ମୁକ୍ତି ପ୍ରଦାନ କରିବା ଶକ୍ତିକୁ ମହାପ୍ରଭୁଙ୍କ ଦର୍ଶନ ମୁକ୍ତି ସହ ତୁଳନା କରିଛନ୍ତି। ଯବନ ଭକ୍ତ ସାଲବେଗଙ୍କ କଥା ତ ନିଆରା ତାଙ୍କର ରଚନାରେ ନିର୍ମାଲ୍ୟର ଆଶା ସର୍ବଦା ରହିଥିବାର ସୂଚନା ମିଳେ ।

“କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ
ଆମ୍ଭେ ଦର୍ଶନ କରିବୁ କାହାକୁ,
କହଇ ସାଲବେଗ ନିର୍ମାଲ୍ୟ କାହୁଁ ହେବ,
ଧିକ ଧିକ ଆମ ଜୀବନକୁ “

କବି ଦିବାକର ଦାସ ମଧ୍ୟ ମହାପ୍ରସାଦର ସୁକ୍ଷ୍ମତତ୍ତ୍ୱକୁ ଦର୍ଶାଇ ଲେଖିଛନ୍ତି
“ଯେ ଦ୍ରବ୍ୟ ଅମଣେହା ହେବ
ତା ବଳଦେବ ସମର୍ପିବ
ସେ ଦେବେ ସୁଭଦ୍ରାଙ୍କ ପାଖେ
ସେ ଦେବେ ଜଗନ୍ନାଥ ମୁଖେ
ଏ ଭାବେ ପ୍ରଭୁଙ୍କ ଆସ୍ୱାଦ
ଶେଷେ ହୁଏ ମହାପ୍ରସାଦ ।”

ଏଭଳି ଭାବେ ଆଲୋଚନା କରୁଥିଲେ ଆଲୋଚନା ସରିବନି; କାରଣ ଓଡ଼ିଆ ସାହିତ୍ୟର ପ୍ରତେକ ବିଭାଗରେ ଶ୍ରୀଜଗନ୍ନାଥ ଚେତନା ସହିତ ଶ୍ରୀମହାପ୍ରସାଦ ମହିମା ବର୍ଣିତ ହୋଇଛି ଆଗାମୀ ଅଧ୍ୟାୟରେ ଜାଣିବା ସେହି ଅମୃତ ମଣୋହି ବିଷୟରେ। ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ।

ପ୍ରାଣୀ ମାରଣେ ରାଜୋ ଗୁଣ
ସୁବର୍ଣ୍ଣ ମଧେ ରିପୁ ଗଣ ।
ଯେ ହରି ନ ବୋଲେ ବଦନେ
କି ପ୍ରୟୋଜନ ଯୋଗଧ୍ୟାନେ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.