Latest Odisha News

BREAKING NEWS

ପନ୍ତଙ୍କ ଦୁର୍ଘଟଣା ଖବର କଭରେଜ ନେଇ ଅସନ୍ତୋଷ ବ୍ୟକ୍ତ କଲେ ସରକାର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସଡକ ଦୁର୍ଘଟଣା ଖବର ପରିବେଷଣ ନେଇ କେତେକ ଟିଭି ଚ୍ୟାନେଲ ଉପରେ ସରକାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଚ୍ୟାନେଲଗୁଡିକ ନିୟମ ମୁତାବକ କାର୍ଯ୍ୟ କରିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଚେତାବନୀ ଦିଆଯାଇଛି । ପନ୍ତଙ୍କ ଦୁର୍ଘଟଣା ଏବଂ ପିଲାଙ୍କୁ ଶିକ୍ଷକଙ୍କ ଦ୍ୱାରା ନିର୍ଦ୍ଦୟ ଭାବେ ପିଟାଯିବା ଘଟଣାକୁ ଅତି ଖରାପ ଢ଼ଙ୍ଗରେ ରିପୋର୍ଟିଂ କରାଯାଇଛି । ପିଲାଙ୍କ ଚିତ୍କାର, ରକ୍ତର ଦାଗ ଏବଂ ଦୁର୍ଘଟଣାଗ୍ରସ୍ତ ପନ୍ତଙ୍କୁ ଅତି ପାଖରୁ ଦେଖାଇଥିଲେ । ସେମାନେ ଏହାକୁ ଝାପସା କରିବାକୁ ମଧ୍ୟ ଚାହିଁ ନ ଥିଲେ । ଏହା ଭୁଲ ଏବଂ ଭୟଙ୍କର ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ସୋସିଆଲ ମିଡିଆରୁ କ୍ଲିପ ନେବା ପରେ ଏଥିରେ ପ୍ରୋଗ୍ରାମ କୋଡ ପାଳନ କରାଯାଇ ନ ଥିଲା । ମନ୍ତ୍ରଣାଳାୟ ଚ୍ୟାନେଲଗୁଡିକୁ କେବୁଲ ଟେଲିଭିଜନ ନେଟୱର୍କ ଅଧିନିୟମ ଅନୁସାରେ ନିର୍ଦ୍ଧାରିତ ପ୍ରୋଗ୍ରାମ କୋଡକୁ ଆହୁରି କଡା କରିବା ପାଇଁ କୁହାଯାଇଛି । ପ୍ରଚାର ଓ ପ୍ରସାର ପାଇଁ ଅନେକ ନ୍ୟୁଜ ସଂସ୍ଥା ଆବଶ୍ୟକ ନିୟମଗୁଡିକୁ ଭୁଲି ଯାଉଛନ୍ତି । ଏହାର ଖରାପ ପ୍ରଭାବ ସମାଜ ଉପରେ ପଡିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.