Latest Odisha News

BREAKING NEWS

ଆସନ୍ତା ୧୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶାଳ ରୋଡ ସୋ

ଭୁବନେଶ୍ବର: ଭୁବନେଶ୍ବରରେ ଆସନ୍ତା ୧୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶାଳ ରୋଡ ସୋ । ସନ୍ଧ୍ୟା ୬ଟାରୁ ରୋଡ ସୋ କରିବେ ମୋଦୀ । ଏହି ରୋଡ ସୋ ମାଷ୍ଟରକ୍ୟାଣ୍ଟିନରୁ ବାହାରି ବାଣୀ ବିହାର ପର୍ଯ୍ୟନ୍ତ ଚାଲିବ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପାରାଜିତା ଷଡଙ୍ଗୀ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ରୋଡ ସୋ ରେ ବହୁ ସଂଖ୍ୟାରେ ଯୋଗ ଦେବାକୁ ଅପିଲ କରିଛନ୍ତି ସାଂସଦ ପ୍ରାର୍ଥୀ ଅପାରାଜିତା ଷଡଙ୍ଗୀ । ପ୍ରଧାନମନ୍ତ୍ରୀଙ୍କର ସ୍ପେଶାଲ ଫୋକସ୍ ରହିଛି ଓଡିଶା ଉପରେ । ସେହିପରି ବିଜେପି ଏଥର ପୁରା ସଂକଳ୍ପବଦ୍ଧ ଯେ ପ୍ରଥମ ଥର ପାଇଁ ବିଜେପି ଓଡିଶାରେ ସରକାର ଗଢିବ । ଏଥିପାଇଁ ବିଜେପି ତାର ଜୋରଦାର ପ୍ରଚାର ଚଳାଇଛି ।ଏହାପୂର୍ବରୁ ମେ ୬ ତାରିଖରେ ଓଡ଼ିଶା ଗସ୍ତରେ ଆସି ବ୍ରହ୍ମପୁର ଓ ନବରଙ୍ଗପୁରରେ ହୋଇଥିବା ନିର୍ବାଚନୀ ସଭାକୁ ମୋଦୀ ଉଦ୍‌ବୋଧନ କରିଥିଲେ। ପ୍ରଥମେ ଓଡିଆରେ ନିଜର ଭାଷଣ ଆରମ୍ଭ କରି ମୋଦୀ ଶାସକ ଦଳ ଉପରେ ବର୍ଷିଥିଲେ । ଏପରିକି ଏହି ଜନସଭାରେ ବିଜେଡି ସରକାରଙ୍କୁ ଟାର୍ଗେଟ କରି ଜୁନ୍‌ ୪ ବିଜେଡିର ଏକ୍ସପାଏରି ଡେଟ୍‌ ବୋଲି ମୋଦି କହିଥିଲେ। ଏଥର ଓଡ଼ିଶାରେ ବିଜେଡି ଯିବ ଓ ବିଜେପି ଆସିବ ସହ ପ୍ରଥମ ଥର ରାଜ୍ୟରେ ଡବଲ ଇଂଜିନ ସରକାର ହେବ ବୋଲି ଦୃଢ଼ତାର ସହ କହିଥିଲେ ମୋଦୀ ।

Leave A Reply

Your email address will not be published.