Latest Odisha News

BREAKING NEWS

4G ଏବଂ 5G ସେବା ଦେବ BSNL

ନୂଆଦିଲ୍ଲୀ:  4G ସେବା ପ୍ରଦାନ କରିବ BSNL । ନିକଟରେ ପଞ୍ଜାବରେ ନିଜର 4G ସେବା ଆରମ୍ଭ କରିଥିବା BSNL ଏବେ ପୂରା ଦେଶରେ ନିଜର 4G ସେବା ଆରମ୍ଭ କରିବାକୁ ଯାଉଛି । ଏଥିପାଇଁ ସେ ଟିସିଏସ୍ ଏବଂ ସି-ଡଟ ସହିତ ଏକ ବୁଝାମଣା ସ୍ବାକ୍ଷର କରିଛି ।

ସୂଚନା ଅନୁଯାୟୀ, ଟେଲିକମ୍ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍ (BSNL)  ଅଗଷ୍ଟ ୨୦୨୪ରୁ ସାରା ଦେଶରେ 4G ସେବା ଆରମ୍ଭ କରିବ। କମ୍ପାନୀ ଏନେଇ ସୂଚନା ଦେଇଛି । ଏହି ସେବା ସମ୍ପୂର୍ଣ୍ଣ ରୂପେ ସ୍ବଦେଶୀ ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ ହେବ ବୋଲି ସୂଚନା ଦିଆଯାଇଛି। ଏହି ସ୍ବଦେଶୀ ପ୍ରଯୁକ୍ତିବିଦ୍ୟାକୁ ଆଇଟି କମ୍ପାନୀ ଟିସିଏସ୍ ଏବଂ ସି-ଡଟର ମିଳିତ ଉଦ୍ୟମରେ ପ୍ରସ୍ତୁତ କରାଯାଇଛି। ଏହି 4G ନେଟଓ୍ବର୍କ ୪୦-୪୫ ମେଗାବିଟ୍ ପ୍ରତି ସେକେଣ୍ଡର ସର୍ବାଧିକ ସ୍ପିଡ୍ ଦେବ ବୋଲି BSNLର ଅଧିକାରୀମାନେ ସୂଚନା ଦେଇଛନ୍ତି । ସାରା ଭାରତରେ 4G ଏବଂ 5G ସେବା ପାଇଁ ୧.୧୨ ଲକ୍ଷ ଟାଓ୍ବର ଲଗାଇବା ପାଇଁ ପ୍ରକ୍ରିୟା ଜାରି ରହିଛି। 5G  ଉପରେ କାମ ଚାଲୁଥିବା ବେଳେ ଆସନ୍ତା ଅଗଷ୍ଟରେ 4G ସେବା ଲାଗୁ କରିବାକୁ ଯାଉଛି । ତେବେ BSNL ପଞ୍ଜାବରେ 4G ସେବାରେ ପ୍ରାୟ ୮ ଲକ୍ଷ ଗ୍ରାହକଙ୍କୁ ଯୋଡିବାରେ ସଫଳ ହୋଇଛି ।

Leave A Reply

Your email address will not be published.