ଛତ୍ରପୁର: ମହଙ୍ଗା ପଡ଼ିଲା ମହିଳାଙ୍କ ଅନିଚ୍ଛା ସତ୍ତ୍ବେ ଶାରୀରିକ ସମ୍ପର୍କ ରଖିବା । ମହିଳାଙ୍କ ଅଭିଯୋଗରେ ଗିରଫ ହେଲେ ଓଏଏସଆଇ । ଛତ୍ରପୁର ପୋଲିସ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଗିରଫ ପୋଲିସ କର୍ମଚାରୀ ଜଣକ ହେଲେ ଛତ୍ରପୁର ରିଜର୍ଭ ପୋଲିସରେ କାର୍ଯ୍ୟରତ ତଥା ପ୍ରଶିକ୍ଷଣରେ ଥିବା ଓଏଏସଆଇ ଗୌରାଙ୍ଗ ବେହେରା ।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସମ୍ପୃକ୍ତ ମହିଳା ଜଣକ ଓଏଏସଆଇ ଗୌରାଙ୍ଗ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ । ଗୌରାଙ୍ଗ ତାଙ୍କ ଇଚ୍ଛା ବିରୋଧରେ ଜବରଦସ୍ତି ଶାରୀରିକ ସମ୍ପର୍କ ସ୍ଥାପନ କରିବା ସହ ଦୀର୍ଘ ଦିନ ଧରି ଧୋକା ଦେଇ ଆସୁଥିବା ନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ଏହି ଅଭିଯୋଗ ଆଧାରରେ ଛତ୍ରପୁର ଥାନା ପୋଲିସ ମାମଲା ରୁଜୁ କରି ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।