Latest Odisha News

BREAKING NEWS

ପୁଣି ଖଟରେ ବୁହାହେଲେ ଗର୍ଭବତୀ ମହିଳା

ସୋନପୁର: ସୋନପୁର ଜିଲ୍ଲାର ବିରମହାରାଜପୁର ଉପଖଣ୍ଡର ଦୁର୍ଜୁନତୈଲା ପଞ୍ଚାୟତ ମସିଣାପାଲି ଗାଁର ଜଣେ ଗର୍ଭବତୀ ମହିଳାଙ୍କୁ ପାଖାପାଖୀ ୨କିମି. ଯାଏଁ ଖଟରେ ବୋହିନେବା ଭଳି ଅଭାବନୀୟ ଘଟଣା ନଜରକୁ ଆସିଛି।

ପ୍ରାପ୍ତ ସୂଚନାନୁଯାୟୀ ଜିଲ୍ଲାର ବିରମହାରାଜପୁର ଉପଖଣ୍ଡର ଦୁର୍ଜୁନତୈଲା ପଞ୍ଚାୟତ ମସିଣାପାଲି ଗାଁର ଗର୍ଭବତୀ ମହିଳା ଲଳିତା ଭୋଇଙ୍କୁ ଶନିବାର ଦିନ ପ୍ରସବ ବେଦନା ହେବାରୁ ପରିବାର ଲୋକ ତୁରନ୍ତ ଆଶା ଦିଦିଙ୍କି ଖବର ଦେଇଥିଲେ । ଆଶା ଦିଦି ଆଶି ଗର୍ଭବତୀ ମହିଳାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ପାଇଁ ୧୦୨ ଆମ୍ବୁଲାନ୍ସକୁ ଫୋନରେ ଯୋଗାଯୋଗ କରିଥିଲେ ।

ଅପରପକ୍ଷରେ ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସ ଗାଁକୁ ଆସିପାରିନଥୀଲା, ଫଳରେ ମହିଳାଙ୍କ ପରିବାର ବର୍ଗ ଆଶା ଦିଦିଙ୍କ ସହାୟତାରେ ପ୍ରାୟ ୨ କିମି ପର‌୍ୟ୍ୟନ୍ତ ଅନ୍ଧାର ରାତିରେ ଖଟିଆରେ ବୋହି ଗର୍ଭବତି ମହିଳାଙ୍କୁ ଆମ୍ବୁଲାନ୍ସ ଯାଏଁ ଅଣାଯାଇଥୀଲା ।

Leave A Reply

Your email address will not be published.