Latest Odisha News

ଇଂଲଣ୍ଡ କାଂଉଟି ଟିମ ୟର୍କଶାୟରକୁ କିଣିପାରେ ରାଜସ୍ଥାନ ରୟାଲ୍ସ

ନୂଆଦିଲ୍ଲୀ: ଆଇପିଏଲର ରାଜସ୍ଥାନ ରୟାଲ୍ସ ଟିମ ଇଂଲଣ୍ଡର କାଂଉଟି ଟିମ ୟର୍କଶାୟରକୁ କିଣିପାରେ । ରାଜସ୍ଥାନ ଟିମ ଏଥିପାଇଁ ୨୬୦ କୋଟି ଟଙ୍କା ଦେବା ପାଇଁ ରାଜି ହୋଇଛି । ରିପୋର୍ଟ ଅନୁସାରେ କ୍ଲବ ଏହି ଡିଲକୁ ଗ୍ରହଣ କରିବା ପାଇଁ ଏକପ୍ରକାର ରାଜି ହୋଇଯାଇଛି । ରାଜସ୍ଥାନ ରୟାଲ୍ସର ଅର୍ଥରେ ୟର୍କଶାୟର ୧୫୫ କୋଟି ଟଙ୍କାର ଋଣ ପରିଶୋଧ କରିବ । ଏହାକୁ ଶୁଝିବା ପାଇଁ କ୍ଲବକୁ ବିକ୍ରି କରାଯାଉଛି । ପୂର୍ବରୁ ଫୁଟବଲ କ୍ଲବ ନ୍ୟୁକାସଲ ଏହାକୁ କିଣିବା ପାଇଁ ଉଦ୍ୟମ କରିଥିଲା । ମାତ୍ର ରାଜସ୍ଥାନ ରୟାଲ୍ସ ଏ ପର୍ଯ୍ୟନ୍ତ ସବୁଠାରୁ ଅଧିକ ଅର୍ଥର ଅଫର ଦେଇଛି । ୟର୍କଶାୟର ଏବେ ବି କମ ସୁଧରେ ଋଣର ଯୋଗାଡ ପାଇଁ ଉଦ୍ୟମ ଜାରୀ ରଖିଛି । ଯଦି ଏହା ହୁଏ ତେବେ କ୍ଲବକୁ ବିକ୍ରି କରାଯିବ ନାହିଁ ବୋଲି ଏହାର କମିଟି ପକ୍ଷରୁ କୁହାଯାଇଛି ।

ରାଜସ୍ଥାନ ଯଦି ଏହାକୁ କିଣିବାରେ ସଫଳ ହୁଏ ତେବେ ଦି ହଣ୍ଡ୍ରେଡର ନର୍ଥନ ସୁପରଚାର୍ଜର୍ସ ଟିମର ଶେୟାର ମଧ୍ୟ ୟର୍କଶାୟାର ହାତରୁ ପଳାଇ ଯିବ । ସୂଚନାଯୋଗ୍ୟ, ମନୋଜ ବଡାଲେ ହେଉଛନ୍ତି ରାଜସ୍ଥାନ ରୟାଲ୍ସ ଫ୍ରାଂଚାଇଜର ମାଲିକ । ସେ ଲଣ୍ଡନରେ ଥିବା ଇମିର୍ଜିଙ୍ଗ ମିଡିଆର ମାଲିକ ଅଟନ୍ତି । ଏହି ଟିମର ମାଲିକାନାରେ ରେଡୱର୍ଡ କ୍ୟାପିଟାଲ କମ୍ପାନୀ ଓ ବ୍ୟବସାୟୀ ଲାଚଲନ ମରଡୋକ ମଧ୍ୟ ଅଛନ୍ତି ।

Leave A Reply

Your email address will not be published.