Latest Odisha News

BREAKING NEWS

ଗ୍ରୀଷ୍ମ ଉତ୍ତାପରୁ ରକ୍ଷା ପାଇଁ ରାମଲଲା ପିନ୍ଧିଲେ ସୂତା ପୋଷାକ

ଅଯୋଧ୍ୟା: ଚାରିଆଡେ ଏବେ ଗ୍ରୀଷ୍ମର ଲହରୀ ଆରମ୍ଭ ହୋଇଯାଇଛି । ପ୍ରଚଣ୍ଡ ଖରାକୁ ଅସହ୍ୟ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି । ଏହାରି ଭିତରେ ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କୁ ମଧ୍ୟ ଗ୍ରୀଷ୍ମର ତାତିରୁ ଆରାମ ଦେବାକୁ ଗତକାଲି ପ୍ରଥମ ଥର ପାଇଁ ରାମଲଲା ସୂତା ପୋଷାକ ପିନ୍ଧିଥିଲେ । ପ୍ରବଳ ମାତ୍ରାରେ ଖରାର ଉତ୍ତାପ ଏବଂ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ରାମ ମନ୍ଦିରର ଟ୍ରଷ୍ଟ ଏହି ନିଷ୍ପତ୍ତି ନେଇଛି ।

ଗତକାଲି ରାମଲଲା ନୀଳ ରଙ୍ଗର ଏକ ମଲମଲ ବସ୍ତ୍ର ପିନ୍ଧିଥିଲେ । ତେବେ ପ୍ରାଣ ପ୍ରତିଷ୍ଠା ସମାରୋହ ପରଠାରୁ ରାମଲଲା ରେଶମ ପୋଷାକ ପିନ୍ଧିଆସୁଥିଲେ । କିନ୍ତୁ ଉତ୍ତାପ ଏବଂ ତାପମାତ୍ରାକୁ ଦୃଷ୍ଟିରେ ରଖି ଟ୍ରଷ୍ଟ ନିଷ୍ପତ୍ତି ନେଇଛି ଯେ ବର୍ତ୍ତମାନଠାରୁ ରାମଲଲା ସୂତା ପୋଷାକ ପିନ୍ଧିବେ ।

ପାଣିପାଗର ପରିବର୍ତ୍ତନ ସହିତ ପ୍ରଭୁଙ୍କୁ ଗରମରୁ ରକ୍ଷା କରିବା ପାଇଁ ଟ୍ରଷ୍ଟ ବିସ୍ତୃତ ବ୍ୟବସ୍ଥା କରିଛି । ଗ୍ରୀଷ୍ମ ଋତୁରେ ପ୍ରଭୁଙ୍କ ପାଇଁ ବହୁତ ସ୍ୱତନ୍ତ୍ର ପୋଷାକ ତିଆରି କରାଯାଇଛି । ଏଗୁଡିକ ରାମଲଲା ପିନ୍ଧିବେ ଯାହା ଦ୍ବାରା ପ୍ରଭୁ ଗରମରୁ ରକ୍ଷା ପାଇବା ସହିତ ଭଲ ଅନୁଭବ କରିପାରିବେ । ଭକ୍ତମାନେ ଇଶ୍ବରଙ୍କ ସେବାରେ ଯାହା କିଛି କରିପାରିବେ ତାହା କରୁଛନ୍ତି । ପ୍ରଭୁଙ୍କୁ ମଧ୍ୟ ମନ୍ଦିରରେ ସଜାଯାଇଛି ।

ପ୍ରଭୁଙ୍କ ପୋଷାକ ସମୟ ସମୟରେ ବଦଳାଯାଇଥାଏ । ଶୀତ ଋତୁରେ ଗରମ ପୋଷାକ ଏବଂ ଥଣ୍ଡାରେ ଆରାମଦାୟକ ପୋଷାକ ପିନ୍ଧାଯାଏ । ଅଯୋଧ୍ୟାରେ ରାମଲଲାଙ୍କର ଏହା ପ୍ରଥମ ଗ୍ରୀଷ୍ମ ଋତୁ ।

Leave A Reply

Your email address will not be published.