Latest Odisha News

BREAKING NEWS

ଦେଶରେ ୯ଟି ପ୍ରମୁଖ ବ୍ୟାବସାୟିକ ବ୍ୟାଙ୍କ ବନ୍ଦ କଥା ଏକ ଗୁଜବ: ରିଜର୍ଭ ବ୍ୟାଙ୍କ

ମୁମ୍ବାଇ : ଦେଶରେ ୯ଟି ବ୍ୟବସାୟିକ ବ୍ୟାଙ୍କଙ୍କୁ ‘ଆରବିଆଇ’ ବନ୍ଦ କରିବାକୁ ଯାଉଥିବା ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଟ୍ୱିଟ କରି ସ୍ପଷ୍ଟୀକରଣ ଦେଇଛି ଆଇବିଆଇ । ଏହି ଖବରକୁ କେନ୍ଦ୍ର ଅର୍ଥମନ୍ତ୍ରାଳୟ ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ଖଣ୍ଡନ କରିଛନ୍ତି ।


ରିଜର୍ଭ ବ୍ୟାଙ୍କ ପକ୍ଷରୁ ଟ୍ବିଟ କରି ଏହି ଖବରର କୌଣସି ସତ୍ୟତା ନାହିଁ ବୋଲି କୁହାଯାଇଛି ।

ସେହିପରି କେନ୍ଦ୍ର ଅର୍ଥ ସଚିବ ରାଜୀବ କୁମାର ଏକ ଟ୍ବିଟ୍ କରି ଲେଖିଛନ୍ତି ଯେ, ସୋସିଆଲ ମିଡିଆରେ ପ୍ରଚାର ହୋଉଥିବା ଏପରି ଖବରରେ କୌଣସି ସତ୍ୟତା ନାହିଁ । ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ସୁଦୃଢ କରିବା ପାଇଁ ଉଦ୍ୟମ କରୁଛନ୍ତି । ଏଥିପାଇଁ ସେଗୁଡ଼ିକରେ ଅତିରିକ୍ତ ପୁଞ୍ଜି ଭର୍ତ୍ତି କରାଯାଉଛି ।

ସୂଚନାଯୋଗ୍ୟ, ଗତକାଲି ଠାରୁ ସୋସିଆଲ ମିଡିଆରେ ଦେଶରେ ୯ଟି ପ୍ରମୁଖ ବ୍ୟବସାୟିକ ବ୍ୟାଙ୍କ ବନ୍ଦ ହୋଇଯିବା ବେଇ ଖବର ପ୍ରଚାର ହେଉଥିଲା । ଏଣୁ ଲୋକମାନେ ସମୟ ପୂର୍ବରୁ ସେସବୁ ବ୍ୟାଙ୍କରୁ ନିଜ ନିଜର ଜମା ପ୍ରତ୍ୟାହାର କରିନିଅନ୍ତୁ ବୋଲି ଏଥିରେ ଦର୍ଶା ଯାଇଥିଲା ।

ମଙ୍ଗଳବାର ରିଜର୍ଭ ବ୍ୟାଙ୍କ ପଞ୍ଜାବ ଏଣ୍ଡ ମହାରାଷ୍ଟ୍ର କୋପରେଟିଭ ବ୍ୟାଙ୍କରୁ ଜମା ଉଠାଣ ଉପରେ କଟକଣା ଜାରି କରିବା ପରେ ଏପରି ଗୁଜବ ସୃଷ୍ଟି ହୋଇଥିବା କୁହାଯାଇଛି ।

Leave A Reply

Your email address will not be published.