Latest Odisha News

BREAKING NEWS

ଇ-କମର୍ସରେ ଧମାଲ କରିବା ପ୍ରସ୍ତୁତିରେ ରିଲାଏନ୍ସ: ଫ୍ଲିପକାର୍ଟ ଓ ଆମାଜନ ସହ କରିବ କଡା ଟକ୍କର

ଭୁବନେଶ୍ୱର: ଭାରତରେ ଅନଲାଇନ କିଣିବାର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି । ଛୋଟ ହେଉ ଅବା ବଡ଼ ସବୁକିଛି ଅନଲାଇନ ରେ। ଏମିତିକି ସହରଠୁ ଗାଁ ପର୍ଯ୍ୟନ୍ତ ଡେଲିଭରୀ ସୁବିଧା ଲୋକମାନଙ୍କୁ ଅନଲାଇନ ରେ କିଣିବାକୁ ମନ ବଳାଉଛନ୍ତି । ବର୍ତ୍ତମାନ ଇ-କମର୍ସ କ୍ଷେତ୍ରରେ ବହୁ କମ୍ପାନୀ ଥିଲେ ମଧ୍ୟ ଆମାଜନ, ଫ୍ଲିପକାର୍ଟ ସବୁଠୁ ଆଗରେ ଅଛନ୍ତି । ଆସନ୍ତା ନୂଆବର୍ଷ ଏହି କମ୍ପାନୀ ମାନଙ୍କୁ ଚାଲେଞ୍ଜ ର ସମ୍ମୁଖିନ ହେବାକୁ ପଡିପାରେ କାରଣ ଦୁରସଂଚାର କ୍ଷେତ୍ରରେ ଚହଳ ସୃଷ୍ଠି କରିଥିବା ମୁକେଶ ଅମ୍ବାନୀ ଙ୍କ ପରିଚାଳିତ ରିଲିଆନ୍ସ ଇ-କମର୍ସ ବେପାର ରେ ବଜାରକୁ ଓଲ୍ହାଇବାକୁ ଯାଉଛି ।

ଅନଲାଇନ ରିଟେଲ ସେକ୍ଟର ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଆମାଜନ ଓ ଫ୍ଲିପକାର୍ଟ ପାଇଁ ସବୁଠୁ ବେଶୀ ଚ୍ୟାଲେଞ୍ଜ କରିବ। କାରଣ ମୁକେଶ ଅମ୍ବାନୀ ପରିଚାଳିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ବଜାର ର ନକ୍ସା ବଦଳାଇଦେବା କ୍ଷମତା ଅଛି । ବିଶେଷ କରି ରିଲାଏନ୍ସ ଯେଉଁଥିରେ ବି ଅର୍ଥ ବିନିଯୋଗ କରେ ସେଥିରେ ଭାରୀ ରିହାତି ଆଧାରିତ ବ୍ୟାପାର ରଣନୀତି ଅପଣାଏ । ଆଗାମୀ ବର୍ଷ ଦୀପାବଳୀ ରେ ଗ୍ରସୋରୀ ସେକ୍ଟର ରେ ପ୍ରବେଶ କରିପାରେ । ନିର୍ଦ୍ଧିଷ୍ଟ ଭାବେ ତାରିଖ ଘୋଷଣା ହୋଇନଥିଲେ ବି ଅଗାମୀ ଦିନରେ ବଜାରକୁ ଜବରଦସ୍ତ ଏଣ୍ଟ୍ରି କରି ଧମାଲ ମଚାଇବାର ସମ୍ଭାବନା ।

ରିଲାଏନ୍ସ ରିଟେଲ ୬,୬୦୦ ସହରରେ ୧୦,୪୧୫ ଷ୍ଟୋର ପରିଚାଳିତ କରୁଛି । ଏହି ଷ୍ଟୋର ମାନଙ୍କରେ ୫୦ କୋଟି ର ଫୁଟଫଲ ହେଉଛି । ଏମିତିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପାଖରେ ଅନ୍ଲାଇନେ ଅପରେସନ କରିବାକୁ ସବୁ କ୍ଷମତା ମହଜୁତ ଅଛି । ରିଲାଏନ୍ସ ନିଜର କର୍ମଚାରୀ ଙ୍କ ଦ୍ଵାରା ନିଜର ଫୁଡ଼ ଓ ଗ୍ରସରୀ ଆପ୍ସ ର ବିଟା ଭର୍ସନ ଲଞ୍ଚ କରି ସାରିଛି ଓ ଏହାର ଟେଷ୍ଟିଙ୍ଗ କାମ ଚାଲୁଛି ।

ଇଣ୍ଡିଆ ବ୍ରାଣ୍ଡ ଈକ୍ୟୁଟି ଫାଉଡେନସନ ଦେଶରେ ସ୍ମାର୍ଟଫୋନ ର ବଢୁଥିବା ବ୍ୟବହାର ଏବଂ ଅନ୍ୟ ଦିଗ କୁ ଧ୍ୟାନରଖି ଅନୁମାନ କରିଛି ଯେ ଭାରତରେ ଇ-କମର୍ସ ମାର୍କେଟ ୨୦୨୬ ସୁଦ୍ଧା ୨୦୦ ଆରବ ଡଲାର ରେ ପହଞ୍ଚିବ । ନୂଆ ଇ-କମର୍ସ ନୀତି ବିଦେଶୀ କମ୍ପାନୀ ପାଇଁ ଚିନ୍ତାର ବିଷୟ ହୋଇପାରେ । ଭାରତ ରେ ବହୁତ ପରିମାଣ ର ରିହାତି ଓ ବିକ୍ରୀ କୁ ଉଠୁଥିବା ପ୍ରଶ୍ନ ଆହୁରି ଜଟିଳ କରିପାରେ ବିଦେଶୀ କମ୍ପାନୀ ମାନଙ୍କୁ । କୁହାଯାଉଛି ଯେ, ସରକାର ନିଜର ଇ-କମର୍ସ କମ୍ପାନୀ ନୀତି ରେ ଛୋଟ ଏବଂ ମଧ୍ୟମ ଧରଣର କମ୍ପାନୀ ମାନଙ୍କୁ ବଜାର ରେ ପର୍ଯ୍ୟାପ୍ତ ସୁଯୋଗ ଦେବାକୁ ଚାହୁଁଛନ୍ତି ।

Leave A Reply

Your email address will not be published.