Latest Odisha News

BREAKING NEWS

ଟି୨୦ ବିଶ୍ୱକପ: ଏବେ ବି ରିଙ୍କୁ, ରାହୁଲ, ରିତୁରାଜଙ୍କ ନିକଟରେ ରହିଛି ସୁଯୋଗ

ନୂଆଦିଲ୍ଲୀ: ଆଇସିସି ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ୧ ଜୁନରୁ ୨୯ ପର୍ଯ୍ୟନ୍ତ ଏହା ଆମେରିକା ଓ ୱେଷ୍ଟଇଣ୍ଡିଜରେ ଆୟୋଜିତ ହେବ । ଘୋଷିତ ଦଳରେ ରିଙ୍କୁ ସିଂ, କେଏଲ ରାହୁଲ, ରିତୁରାଜ ଗାଏକ୍ୱାଡ ଓ ଈଶାନ କିଶାନଙ୍କ ପରି ଖେଳାଳିଙ୍କୁ ସୁଯୋଗ ମିଳିନି । ତେବେ ଭାରତୀୟ ଦଳ ଘୋଷଣା ହେବା ପରେ ମଧ୍ୟ ପଛରେ ଅନ୍ୟ ଖେଳାଳିଙ୍କୁ ସାମିଲ କରାଯାଇ ପାରିବ । ମେ ୨୫ ସୁଦ୍ଧା ଖେଳାଳି ବଦଳ କରିବା ସୁଯୋଗ ସମସ୍ତ ଟିମ ନିକଟରେ ରହିବ । ଏହା ମଧ୍ୟରେ ଆଇପିଏଲ ପ୍ରାୟତଃ ଶେଷ ହୋଇ ଯାଇଥିବ । କେବଳ ଫାଇନାଲ ମ୍ୟାଚ ବାକି ଥିବ ।

ପ୍ରଭାବୀ ପ୍ରଦର୍ଶନ କରିଥିବା ଖେଳାଳିଙ୍କ ଚୟନ କମିଟି ନିଶ୍ଚିତ ଭାବେ ଭିନ୍ନ କାରଣ ଦର୍ଶାଇ ସୁଯୋଗ ଦେଇ ପାରନ୍ତି । ଜଣେ ସିନିୟର ଖେଳାଳି କହିଛନ୍ତି ଯେ, ଚୟନ ହୋଇ ନ ଥିବା ଖେଳାଳି ନିରାଶ ନ ହୋଇ ଆଇପିଏଲରେ ଭଲ ପ୍ରଦର୍ଶନ କରନ୍ତୁ । ଏବେ ବି ସେମାନଙ୍କ ନିକଟରେ ସୁଯୋଗ ଅଛି ଏବଂ ଏହାକୁ ହାତଛଡା କର ନାହିଁ । ଟି୨୦ ବିଶ୍ୱକପରେ ଭାରତ ଗ୍ରୁପ ଏରେ ପାକିସ୍ତାନ, ଆୟର୍ଲାଣ୍ଡ, କାନାଡା ଓ ୟୁଏସଏ ସହିତ ରହିଛି ।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଯଶସ୍ୱୀ ଜୈସୱାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୂଲଦୀପ ଯାଦବ, ଯଶପ୍ରୀତ ବୁମରାହ, ଅର୍ଶଦୀପ ସିଂ, ୟୁଜଭେନ୍ଦ୍ର ଚହଲ, ସଞ୍ଜୁ ସାମସନ, ମହମ୍ମଦ ସିରାଜ ।
ରିଜର୍ଭ: ଶୁଭମନ ଗିଲ, ରିଙ୍କୁ ସିଂ, ଖଲୀଲ ଅହମ୍ମଦ, ଆଭେଶ ଖାଁ ।

Leave A Reply

Your email address will not be published.