Latest Odisha News

BREAKING NEWS

କବିତା : ସିଡ଼ି

ଗଦାଧର ସାହୁ 

କେବେ ମନା କରିନି
ଆମ ସଭିଙ୍କ
ପାଦର ଭାର ସମ୍ଭାଳିବାକୁ ।

ସେ ତ ଜନ୍ମରୁ କ୍ଷତ ବିକ୍ଷତ
ଏବେ ବି କ୍ଷତ ଚିହ୍ନ
ଫୁଟି ଦିଶୁଛି ତା ଦେହରେ ,
କୋଉଠି କଣ୍ଟା ପିଟାହୋଇଛି,
କୋଉଠି କଣା ହୋଇ
ଖଣ୍ଡ ଖଣ୍ଡ କାଠି ବିଦ୍ଧ ହୋଇଛି,
ପୁଣି ଦଉଡିରେ
ଛନ୍ଦା ହୋଇ ବନ୍ଧା ପଡିଛି ।

ଏତେ କ୍ଷତ
ଏତେ ଯନ୍ତ୍ରଣା
ଏତେ ଜ୍ଵଳା
ଯାହା ଦେହରେ ଭର୍ତ୍ତି
ସେ କାହିଁ ବା ମନାକରିବ
ଆମମାନଙ୍କ ପାଦ ଭାର ସମ୍ଭାଳିବାକୁ ।

ସେ ବି ଭଲଭାବେ ଜାଣିଛି
ଯିଏ ବି ଉପରକୁ ଉଠେ
ସେ ଅନ୍ୟ କାନ୍ଧରେ ଭରା ଦେଇ
ସହଜରେ ଉଠିଥାଏ ।
ଆଉ ସେ ଭାରା ସମ୍ଭାଳିବାକୁ
ମୁଁ କାନ୍ଧ ପାତିଦେଲେ
ଅସୁବିଧା କଣ ?
ବରଂ କଷ୍ଟ ସହି ମୁଁ ଖୁସି ପାଏ
ସଫଳତା ପାଇ ତୁମେ ଖୁସି ହୁଅ ।

Leave A Reply

Your email address will not be published.