Latest Odisha News

BREAKING NEWS

ନିଟ୍ ୨୦୨୩ ରେଜଲ୍ଟ, ଟପ୍ ୩ ରାଙ୍କରେ ସାଇ ଇଣ୍ଟରନ୍ୟାସନାଲ୍ ଛାତ୍ରଛାତ୍ରୀ

ଭୁବନେଶ୍ୱର: ନ୍ୟାସନାଲ୍ ଏଲିଜିବିଲିଟି କମ୍ ଇଣ୍ଟ୍ରାନ୍ସ ଟେଷ୍ଟ (NEET) ୨୦୨୩ରେ ସାଇ ଇଣ୍ଟରନ୍ୟାସନାଲ୍ ଛାତ୍ରଛାତ୍ରୀ ରାଜ୍ୟ ଟପ୍ପର ହୋଇଛନ୍ତି । ସାଇ ଇଣ୍ଟରନ୍ୟାସନାଲର ସ୍କୁଲର ସ୍ୱୟଂ ଶକ୍ତି ତ୍ରିପାଠୀ ରାଜ୍ୟ ଟପ୍ପର ହୋଇଛନ୍ତି । ସର୍ବଭାରତୀୟ ସ୍ତରରେ ସ୍ୱୟଂଙ୍କ ରାଙ୍କ ହେଉଛି ୮ ।

ସେହିଭଳି ସାଇ ଇଣ୍ଟନ୍ୟାସନାଲର ସୂର୍ଯ୍ୟପ୍ରତାପ ମିଶ୍ର ସର୍ବଭାରତୀୟ ସ୍ତରରେ ୩୫ତମ ସ୍ଥାନରେ ଥିବା ବେଳେ ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିଭଳି ରାଜ୍ୟରେ ତୃତୀୟ ସ୍ଥାନରେ ଅଛନ୍ତି ଅଭିପ୍ସା ଚୌଧୁରୀ । ସର୍ବ ଭାରତୀୟ ସ୍ତରରେ ଅଭିପ୍ସା ୬୩ ତମ ସ୍ଥାନରେ ରହିଛନ୍ତି । ନିଟ୍ ୟୁଜିରେ ଓଡ଼ିଶାର ଟପ୍ ୩ ତାଲିକାରେ ସାଇ ଇଣ୍ଟରନ୍ୟାସନାଲ୍ ଛାତ୍ରଛାତ୍ରୀ ରହିବା ସହ ନୂଆ ବେଞ୍ଚମାର୍କ ପ୍ରତିଷ୍ଠା କରିଛନ୍ତି ।

ଛାତ୍ରଛାତ୍ରୀଙ୍କ ସଫଳତାକୁ ନେଇ ସ୍କୁଲ୍ କର୍ତ୍ତୃପକ୍ଷ ଖୁସି ପ୍ରକାଶ କରିଛନ୍ତି । ସାଇ ଇଣ୍ଟରନ୍ୟାସନାଲର ଅଧ୍ୟକ୍ଷ ଶିଳ୍ପୀ ସାହୁ କହିଛନ୍ତି, ଆମେ ଆମ ଛାତ୍ରଛାତ୍ରୀଙ୍କ ସଫଳତାକୁ ନେଇ ଗର୍ବିତ ।

Leave A Reply

Your email address will not be published.