Latest Odisha News

BREAKING NEWS

ଧମକପୂର୍ଣ୍ଣ ମେଲ୍‌ ପରେ ବଢ଼ିଲା ବଲିଉଡ ଷ୍ଟାର୍‌ ସଲ୍‌ମାନ ଖାନଙ୍କ ସୁରକ୍ଷା ବ୍ୟବସ୍ଥା

ମୁମ୍ବାଇ : ବଲିଉଡ ଷ୍ଟାର୍ ସଲ୍‌ମାନ ଖାନଙ୍କୁ ମିଳିଛି ହତ୍ୟା ଧମକ । ଏଥିପାଇଁ ମୁମ୍ବାଇ ପୋଲିସ ପକ୍ଷରୁ ସଲମାନ ଖାନଙ୍କ ବାସଭବନ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସଲମାନଙ୍କୁ  Y+ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେଉଛି ମୁମ୍ବାଇ ପୋଲିସ  ।

ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଠାରୁ ଧମକପୂର୍ଣ୍ଣ ମେଲ୍‌ ମିଳିବା ସୁରକ୍ଷା ବ୍ୟବସ୍ଥା ବଢ଼ାଇଛି ମୁମ୍ବାଇ ପୋଲିସ । ଗୋଲ୍ଡି ବ୍ରାର ଓ ରୋହିତ ବ୍ରା ନାଁରେ ମାମଲା ରୁଜୁ ହୋଇଛି  । ତେବେ  ଏଫଆଇଆାର ମୋହିତ ଗର୍ଗ ନାମକ ଆଇଡିର ମେଲରୁ ଧମକପୂର୍ଣ୍ଣ ଚେତାବନୀ ଆସିଥିବା ଏଫଆଇଆରରେ ଉଲ୍ଲେଖ ହୋଇଛି।

କିଛି ଦିନ ତଳେ ତିହାର ଜେଲ୍‌ରେ ବନ୍ଦୀ ଥିବା ଲରେନ୍ସ ବିଷ୍ଣୋଇ ଲରେନ୍ସ ତା’ର ଇଣ୍ଟରଭ୍ୟୁରେ ସଲମାନଙ୍କୁ ଖୋଲା ଧମକ ଦେଇଥିଲା। ଏଥିସହ ତାଙ୍କୁ ହତ୍ୟା କରିବା ହିଁ ତା’ ଜୀବନର ଏକମାତ୍ର ଲକ୍ଷ୍ୟ ବୋଲି ସେ କ୍ୟାମେରା ସାମ୍ନାରେ କହିଥିଲେ। ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ଏବେ ସଲମାନଙ୍କୁ ପୁଣିଥରେ ଧମକ ମିଳିଛି। ଫଳରେ ମୁମ୍ବାଇ ପୋଲିସ ସଲମାନ୍‌ଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି  ।

Leave A Reply

Your email address will not be published.