ଭୁବନେଶ୍ବର: କୁଆଖାଇ ନଦୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। ବୁଧବାର ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକ ସତ୍ୟଭାମାପୁର ପଞ୍ଚାୟତ ଅଧୀନ ରଙ୍ଗବଜାରରେ ନିକଟରେ ସରସ୍ବତୀ ମୂର୍ତ୍ତି ବିସର୍ଜନ ବେଳେ କୁଆଖାଇରେ ବୁଡ଼ି ୨ ଛାତ୍ରଙ୍କ ଜୀବନ ଚାଲିଯାଇଛି ।
୨ ମୃତକ ହେଲେ ଭୁବନେଶ୍ୱର ୟୁନିଟ ୬ କାଳୀମନ୍ଦିର ଅଞ୍ଚଳର ଦିବ୍ୟଜ୍ୟୋତି ମହାଲିକ (୧୫) ଏବଂ ୟୁନିଟ ୬ ଗଙ୍ଗନଗର ଅଞ୍ଚଳର ସିକୁନ ସେନାପତି(୧୫) |
ଖବରଅନୁସାରେ, ଆଜି ସକାଳେ ସରସ୍ବତୀଙ୍କ ମୂର୍ତ୍ତି ବିସର୍ଜନ ପାଇଁ ସାଙ୍ଗମାନଙ୍କ ସହ ସିକୁନ ଓ ଦିବ୍ୟଜ୍ୟୋତି କୁଆଖାଇ ନଦୀକୁ ଯାଇଥିଲେ । ହେଲେ ମୂର୍ତ୍ତି ବିସର୍ଜନ ବେଳେ ପାଣିରେ ବୁଡିଗଲେ ଦୁଇ ଜଣ ଛାତ୍ର । ବାଲିଅନ୍ତା ପୁଲିସ ଓ ଅଗ୍ନିଶମ ବାହିନୀର ମିଳିତ ଉଦ୍ୟମରେ ପାଣି ଭିତରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି । ଘଟଣାରେ ବାଲିଅନ୍ତା ପୋଲିସ ତଦନ୍ତ ଜାରି ରଖିଛି । ଏହାସହିତ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟକୁ ମଧ୍ୟ ଅପେକ୍ଷା ରଖିଛି ପୋଲିସ ।
ତେବେ ପିଚୁ ପଡ଼ିଆ ନିକଟରେ ଥିବା ଏକ କୋଚିଂ ସେଣ୍ଟରରୁ ୬ ଜଣ ଛାତ୍ର ମୂର୍ତ୍ତି ବିସର୍ଜନ ପାଇଁ କୁଆଖାଇ ନଦୀକୁ ଯାଇଥିଲେ ବୋଲି ସୂଚନା ରହିଛି ।
Comments are closed.