Latest Odisha News

BREAKING NEWS

ଶାହାରୁଖଙ୍କ ଜବାନ ଫିଲ୍ମର ଘୁଂଚିବ ରିଲିଜ ତାରିଖ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ ଆଗାମୀ ଫିଲ୍ମ ଜବାନର ପୂର୍ବ ନିର୍ଦ୍ଧାରିତ ରିଲିଜ ତାରିଖରେ ପରିବର୍ତନ କରାଯିବା ନେଇ ସୂଚନା ମିଳିଛି । ସାଉଥ ଫିଲ୍ମମେକର ଏଟଲୀ କୁମାରଙ୍କ ଏହି ଫିଲ୍ମର ଶୁଟିଂ ଏବେ ଶେଷ ପର୍ଯ୍ୟାୟରେ ପଂହଚିଛି । ଶାହାରୁଖଙ୍କ ଏହା ପ୍ରଥମ ପ୍ୟାନ ଇଣ୍ଡିଆ ଫିଲ୍ମ । ପଠାନ ଫିଲ୍ମର ସଫଳତା ପରେ ଦର୍ଶକଙ୍କ ଜବାନ ପ୍ରତି ଉତ୍କଣ୍ଠା ବୃଦ୍ଧି ପାଇଛି । ଏଟିଲୀଙ୍କ ଟ୍ରାକ ରେକର୍ଡ ସାଉଥରେ ଭଲ ରହିଛି । ତେବେ ଫିଲ୍ମର ଏଡିଟିଂରେ ଆଉ ଅଧିକ ସମୟ ଲାଗିପାରେ ବୋଲି ଆଶା କରାଯାଉଛି । ଯଦି ଜୁନ ୨ରେ ଏହି ଫିଲ୍ମ ରିଲିଜ ନ ହୁଏ ତାହାହେଲେ ଅକ୍ଟୋବରରେ ରିଲିଜ ହେବ ବୋଲି ବଲିଉଡ ହଙ୍ଗାମାରେ ରିପୋର୍ଟ ପ୍ରକାଶ ପାଇଛି ।

ଜବାନରେ ବିଜୟ ସେତୁପତି ଖଳନାୟକ ଭୂମିକା ତୁଲାଇବେ । ପ୍ରିୟା ମଣି, ସାନ୍ୟା ମାଲହୋତ୍ରା ଓ ସୁନୀଲ ଗ୍ରୋଭରଙ୍କୁ ଏହି ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ମିଳିଛି । ଅନିରୁଦ୍ଧ ରବିଚନ୍ଦ୍ରନ ଏହାର ସଙ୍ଗୀତ ଦେଇଛନ୍ତି । ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟଲମ ଓ କନ୍ନଡରେ ଜବାନ ରିଲିଜ ହେବ ।

Leave A Reply

Your email address will not be published.