ଭୁବନେଶ୍ୱର:ଭୁବନେଶ୍ଵର DCP ଭାବେ ଦାୟିତ୍ୱ ଗ୍ରହଣ କଲେ ଶର୍ବଣା ବିବେକ ଏମ୍ । ନବ ନିଯୁକ୍ତ ଡିସିପି ଶ୍ରର୍ବଣା ବିବେକ୍ ଏମ୍ ଭୁବନେଶ୍ବରରେ ପହଞ୍ଚିବା ପରେ ପ୍ରଥମେ ପୋଲିସ କମିଶନର ଏବଂ ଅତିରିକ୍ତ କମିଶନରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏହାପରେ ଡିସିପି କାର୍ଯ୍ୟାଳୟକୁ ଯାଇ ଡିସିପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ପୋଲିସ ସେବା ଭବନରେ ପହଞ୍ଚିଥିଲେ।
ଦାୟିତ୍ୱ ନେବା ପରେ ସେ ପ୍ରଥମେ କହିଥିଲେ, ସମସ୍ତଙ୍କୁ ନେଇ ଗୋଟିଏ ଟିମ୍ ହୋଇ କାମ କରିବାକୁ ପଡ଼ିବ। ପୋଲିସ ଗୋଟିଏ ଟିମ୍ ୱାର୍କ, ଟିମ୍ ହୋଇ କାମ କରିବୁ। ସାଇବର ଅପରାଧ ଏକ ବଡ଼ ଚ୍ୟାଲେଞ୍ଜ, ଆଉ ଏଥିରେ ବହୁତ ଲୋକେ ବହୁତ ଟଙ୍କା ହରାଉଛନ୍ତି। ସାଇବର ଅପରାଧ ରୋକିବାକୁ ଆହୁରି ସଶକ୍ତ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି।
ବ୍ରହ୍ମପୁରରୁ ବଦଳି ହୋଇ ୨୦୧୫ ବ୍ୟାଚ୍ ଆଇପିଏସ ଶର୍ବଣା ବିବେକ ଭୁବନେଶ୍ୱର ଡିସିପି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ୨୦୧୩ ବ୍ଯାଚ ଆଇପିଏସ ଜଗମୋହନ ମୀନା ଅବସର ନେବା ପରେ ଖାଲି ପଡ଼ିଥିଲା ଭୁବନେଶ୍ୱର ଡିସିପି ପଦ ।

