Latest Odisha News

BREAKING NEWS

ସାନିଆ, ତା ପରେ ସନା ଜାଭେଦ ଏବେ ନୱାଲ ସଇଦଙ୍କ ଉପରେ ଶୋଏବଙ୍କ ନଜର

ଲାହୋର: ତିନି ଥର ବିବାହ କରିବା ପରେ ମଧ୍ୟ ପାକିସ୍ତାନ କ୍ରିକେଟର ଶୋଏବ ମଲିକଙ୍କ ମନ ବୁଝୁ ନାହିଁ । ନିକଟରେ ପାକିସ୍ତାନୀ ଚ୍ୟାଟ ଶୋ ଲାଇଫ ଗ୍ରୀନ ଟିଭି ଏଂଟରଟେନମେଂଟକୁ ଅଭିନେତ୍ରୀ ନୱାଲ ସଇଦ ଏକ ସାକ୍ଷାତକାର ଦେବା ଅବସରରେ ଏହି ଖୁଲାସା କରିଛନ୍ତି । ଏଜାଜ ଅସଲମ ଓ ନାଦିୟା ଖାଁଙ୍କ ସହ ଆଲୋଚନା ବେଳେ ସେ କହିଥିଲେ ମୋତେ କେତେକ କ୍ରିକେଟର ମେସେଜ କରନ୍ତି । ତାଙ୍କ ମଧ୍ୟରୁ ଜଣେ ଆଉ ଟିକେ ଅଧିକ ଆଗେଇ ଯାଇଛନ୍ତି । ତାଙ୍କୁ ଯେତେବେବେ ପଚରାଗଲା ସେ କ୍ରିକେଟରଙ୍କ ନାମ କଣ ? ସେ କିଛି କହି ନ ଥିଲେ । ମାତ୍ର ଯେତେବେଳେ ନସୀମ ଶାହଙ୍କ ନାମ ନିଆଗଲା ସଇଦ ମନା କରି ଦେଇଥିଲେ । ତାହାହେଲେ କଣ ଶୋଏବ ? ସଇଦ ନାହିଁ ନ କରି ହସି କରି ଚୁପ ହୋଇ ଯାଇଥିଲେ । ସେ ନାମ ନ ନେଇଥିଲେ ମଧ୍ୟ ଇଶାରରେ ସତ କହିଥିବା ଅନୁମାନ କରାଯାଉଛି ।

ଶୋଏବ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେବା ପରେ ଭାରତର ଟେନିସ ଷ୍ଟାର ସାନିଆ ମିର୍ଜାଙ୍କୁ ବିବାହ କରିଥିଲେ । ନିକଟରେ ତାଙ୍କୁ ଛାଡି ଅଭିନେତ୍ରୀ ସନା ଜାଭେଦଙ୍କୁ ବିବାହ କରିଥିଲେ । ଏହା ସତ୍ୱେ ସେ ତାଙ୍କ ପ୍ରକୃତି ଛାଡି ପାରୁ ନାହାନ୍ତି । ସଇଦଙ୍କ ଘଟଣା ଯଦି ସତ୍ୟ ହୋଇଥାଏ ତେବେ ଶୋଏବଙ୍କ ତୃତୀୟ ବିବାହ ଭାଙ୍ଗିବା କିଛି ବଡ କଥା ନୁହେଁ । ସେ ଯାହା ହେଉ ଭଲରେ କିମ୍ବା ମନ୍ଦରେ ଏବେ ପୂନର୍ବାର ଚର୍ଚ୍ଚାରେ ରହିଛନ୍ତି ଶୋଏବ ।

Leave A Reply

Your email address will not be published.