Latest Odisha News

BREAKING NEWS

ନିଦ ପୂରା ନ’ହେଲେ ହୋଇପାରେ ଏହିସବୁ ରୋଗ, ଜାଣନ୍ତୁ

ଭୁବନେଶ୍ୱର: କାର୍ଯ୍ୟବ୍ୟସ୍ତତା ଭିତରେ ଆମେ ନିଜର ଯତ୍ନ ନେବାକୁ ଭୁଲି ଯାଆନ୍ତି । ଅତ୍ୟଧିକ ଚିନ୍ତା, ବିଳମ୍ବିତ ରାତିଯାଏଁ ମୋବାଇଲ କିମ୍ବା ଲାପଟପର ବ୍ୟବହାର ଦ୍ୱାରା ଆମ୍ଭମାନଙ୍କ ଶୋଇବା ସମୟ ଧୀରେଧୀରେ କମ୍ ହେବାରେ ଲାଗିଛି । ତେବେ କାରଣ ଯାହା ହେଉନା କାହିଁକି, ନିଦ ପୂରା ନହେଲେ ଶରୀରକୁ ନାନାପ୍ରକାର ରୋଗ ମାଡି ଆସିଥାଏ । ଶରୀର ଏକ ଯନ୍ତ୍ର ଭଳି । ଏହାକୁ ସଠିକ ଭାବେ କାର୍ଯ୍ୟକ୍ଷମ ରଖିବା ପାଇଁ ଉତ୍ତମ ନିଦ୍ରା ନିହାତି ଆବଶ୍ୟକ ।

କେତେ ଘଣ୍ଟା ଶୋଇବା ଜରୁରୀ

ବୟସ ମୁତାବକ ସମସ୍ତ ବ୍ୟକ୍ତିଙ୍କ ଶୋଇବା ସମୟ ଭିନ୍ନ ଭିନ୍ନ ରହିଥାଏ। ବିଶେଷଜ୍ଞଙ୍କ ଅନୁଯାୟୀ, ପ୍ରତ୍ୟେକ ବ୍ୟକ୍ତି ଦିନକୁ କମ ସେ କମ୍ ୮ରୁ ୯ ଘଣ୍ଟା ଶୋଇବା ଆବଶ୍ୟକ । ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ ୧ଘଣ୍ଟା ଅଧିକ ଶୋଇବା ଦରକାର।

ନଶୋଇଲେ କଣ ହୋଇଥାଏ ଅସୁବିଧା

– ପୂରା ନିଦରେ ନଶୋଇଲେ ତାହାର ପ୍ରଭାବ ମସ୍ତିଷ୍କ ଉପରେ ପଡିଥାଏ। ଯାହା ଦ୍ୱାରା ମସ୍ତିଷ୍କ ସଠିକ୍ ଭାବେ କାମ ନକରିବା, ମୁଣ୍ଡବିନ୍ଧା ଭଳି ସମସ୍ୟା ଦେଖାଦେଇଥାଏ।

– ଶୋଇବା ସମୟରେ ଶରୀରରେ ଜରୁରୀ ହରମୋନ ସ୍ରାବ ହୋଇଥାଏ । ଯାହା ଭୋକ, ମେଟାବୋଲିଜିମ୍ ଏବଂ ଉର୍ଜା ଜାତ କରିବାରେ ସହାୟକ ହୋଇଥାଏ। ଏଣୁ ସଂପୂର୍ଣ୍ଣ ନିଦ ନହେବା ଦ୍ୱାରା ଶରୀରରେ ହରମୋନ ବିଗିଡିବାର ସମ୍ଭାବନା ରହିଥାଏ।

– କମ ନିଦ କାରଣରୁ ବ୍ୟକ୍ତି ଚିଡିଚିଡା ସ୍ୱଭାବର ହୋଇଯାଇଥାଏ । ଯାହାଦ୍ୱାରା ଉଚ୍ଚ ରକ୍ତଚାପ ବଢ଼ିବାର ଆଶଙ୍କା ଥାଏ।

– ଗବେଷଣାରୁ ଜଣାପଡିଛି ନିଦ ପୂରା ନହେବା ଦ୍ୱାରା ବ୍ରେଷ୍ଟ କ୍ୟାନ୍ସର ଏବଂ ହାର୍ଟ ଆଟାକର ଅଧିକ ସମ୍ଭାବନା ରହିଥାଏ। କମ୍ ନିଦ ଦ୍ୱାରା ଶରୀରରେ ଥିବା କୋଷଗୁଡିକୁ କ୍ଷତିଗ୍ରସ୍ତ ହୋଇଥାଏ।

Leave A Reply

Your email address will not be published.