Latest Odisha News

BREAKING NEWS

ଖରାକୁ ପଛ କରିଥିବା ଜଣେ ଲୋକ

ଖରାକୁ ପଛ କରିଥିବା ଜଣେ ଲୋକ

ଯାଦବେନ୍ଦ୍ର ସାହା

ଖଏନୁ ରଣାଙ୍କୁ ଜାଣନ୍ତି !
ମୁଁ ଜାଣେ ପରା
ହୁଏତ, ଆପଣ ଜାଣି ନ ଥିବେ ।

ଦି’ ଦିନ ତଳେ
ନିର୍ଘାତିଆ ଖରାରେ ତାକୁ,
ଖରାକୁ ପଛ କରିଥିବାର ଦେଖିଲି !

ପେଟ ଭିତରେ ଦପଦପ୍ ଜ୍ୱାଳା ପାଇଁ
ନିଆଁ ସହ ଯୁଦ୍ଧ କରିବା ଦେଖିଲି
ଅନ୍ୟର ସ୍ୱପ୍ନର ଘରଟିଏ ତୋଳିବାକୁ ଯାଇ
ନିଜ ସ୍ୱପ୍ନକୁ ଜାଳୁଥିବାର ଦେଖିଲି
ଆଟଲାସ୍ ପରି ବପୁବନ୍ତ ନୁହେଁ ମ,
ତଥାପି ମୁଣ୍ଡରେ ପୃଥିବୀ ଏ ଇଟା ବୋଝ
ମୁଣ୍ଡେଇଥିବାର ଦେଖିଲି ।

କିଛି ବୁଝିପାରୁ ନ ଥିବେ ନା ଆପଣ ?
ସେ କିଏ?
କଣ ତା’ର ପରିଚୟ
ମଣିଷ-ପଥର ନା
ପଥର ମଣିଷ!
…………………………..
କେସିଙ୍ଗା, କଳାହାଣ୍ଡି
ମୋ.୯୯୩୮୭୧୧୭୦୫

Leave A Reply

Your email address will not be published.