Latest Odisha News

BREAKING NEWS

ବକେୟା ଦରମା ଦାବିରେ ମେଷ୍କୋ ଷ୍ଟିଲ କାରଖାନାରେ ଶ୍ରମିକ ଆନ୍ଦୋଳନ

ଯାଜପୁର: ଜିଲ୍ଲା କଳିଙ୍ଗନଗର ସ୍ଥିତ ମେଷ୍କୋ ଷ୍ଟିଲ କାରଖାନାରେ ଦେଖାଦେଇଛି ଶ୍ରମିକ ଅଶାନ୍ତି। ବକେୟା ଦରମା ସମେତ ୪ ଦଫା ଦାବିରେ ଶ୍ରମିକ ଓ କର୍ମଚାରୀ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଶତାଧିକ ଶ୍ରମିକ ଓ କର୍ମଚାରୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି। ଏଥିସହିତ ଯାଜପୁର ରୋଡ଼ ଡୁବୁରୀ ରାସ୍ତା କୁ ମଧ୍ୟ ଅବରୋଧ କରିଛନ୍ତି ଶ୍ରମିକ।

ରାସ୍ତା ରୋକ ଫଳରେ ଉଭୟ ପାର୍ଶ୍ବରେ ବହୁ ଗାଡ଼ି ଅଟକି ରହିଛନ୍ତି। ଅଭିଯୋଗ ମୁତାବକ ଦୀର୍ଘଦିନ ଧରି କାରଖାନା ବନ୍ଦ ରହିଥିବାରୁ ଏହାକୁ ପୁନଃ ଚାଲୁକରିବା, ୨୦୧୯ ମସିହା ଡିସେମ୍ବର ମାସରୁ ଥିବା ବକେୟା ପାଉଣା କୁ ତୁରନ୍ତ ପ୍ରଦାନ କରିବା, କାରଖାନା କର୍ତୁପକ୍ଷ ନୋ ୱର୍କ ନୋ ପେ ନିୟମକୁ ପ୍ରତ୍ୟାହାର କରିବା ଏବଂ କର୍ମଚାରୀ ମାନଙ୍କର ଇ.ପି.ଏଫ୍ ପାଣ୍ଠିକୁ ନିୟମିତ କରିବା ଦାବୀରେ ଏହି ବିକ୍ଷୋଭ ଆନ୍ଦୋଳନ କରାଯାଇଛି । ବାରମ୍ବାର କାରଖାନା କର୍ତୁପକ୍ଷ ଓ ଶ୍ରମ ବିଭାଗକୁ ଏହି ସମସ୍ୟା ସଂପର୍କରେ ଅବଗତ କରାଯାଇଥିଲେ ହେଁ ସମସ୍ୟା ଆଜି ପର୍ଯ୍ୟନ୍ତ ସମାଧାନ ହୋଇପାରିନାହିଁ ।
ତେଣୁ ବାଧ୍ୟ ହୋଇ ଆଜି କଳିଙ୍ଗନଗର ମଜଦୁର ୟୁନିୟନ ନେତୃତ୍ୱରେ ଶ୍ରମିକ ଓ କର୍ମଚାରୀ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସାମାଜିକ ଦୂରତା ରକ୍ଷାକରି ଏହି ଆନ୍ଦୋଳନ କରାଯାଉଛି। ସେପଟେ ସ୍ଥାନୀୟ କଳିଙ୍ଗନଗର ପୋଲିସ୍ ଏଠାରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି।

Leave A Reply

Your email address will not be published.