Latest Odisha News

BREAKING NEWS

ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’ର ଶୁଭାରମ୍ଭ; ସ୍ୱତନ୍ତ୍ର ଟ୍ରେନ୍‌ରେ ଯାତ୍ରା କଲେ ଶ୍ରଦ୍ଧାଳୁ

ଭୁବନେଶ୍ବର: ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’ର ଶୁଭାରମ୍ଭ ହୋଇଛି । ଭୁବନେଶ୍ୱର ରେଳ ଷ୍ଟେସନରେ ପତାକା ଦେଖାଇ ସୋମନାଥ ସ୍ୱାଭିମାନ ଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କାର୍ଯ୍ୟକ୍ରମରେ ଉପସ୍ଥିତି ରହି ଗସ୍ତରେ ଯାଉଥିବା ଶ୍ରଦ୍ଧାଳୁମାନଙ୍କୁ ସ୍ୱାଗତ କରିଥିଲେ ।

ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ଏକ ହଜାରରୁ ଅଧିକ ଶ୍ରଦ୍ଧାଳୁ ସୋମନାଥ ଦର୍ଶନ ପାଇଁ ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ ପଠାଯାଇଛି । ୭ ଦିନ ଧରି ପର୍ଯ୍ୟଟକମାନେ ଗୁଜୁରାଟର ସୋମନାଥ ମନ୍ଦିର ଭ୍ରମଣ କରିବା ପରେ ପୁଣି ଓଡିଶା ଫେରିବେ ।

Leave A Reply

Your email address will not be published.