ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁଙ୍କ କିଙ୍ଗ ଫିଲର୍ମ ଶୁଟିଂ ଶେଷ ପର୍ଯ୍ୟାୟରେ ପଂହଚିଛି । ଏହା ସମ୍ପୂର୍ଣ୍ଣ ହେବା ପରେ କିଙ୍ଗ ଖାଁ ଜୱାନର ସୀକ୍ୱେଲର କାମ ଆରମ୍ଭ କରିବେ । ଫିଲ୍ମର ସ୍କ୍ରିପ୍ଟ ଫାଇନାଲ ହୋଇସାରିଛି । ଏବେ ଫିଲ୍ମର ମୂଖ୍ୟ ଖଳନାୟକ ପାଇଁ ଏକ ବଡ ଷ୍ଟାର ଖୋଜା ଚାଲିଛି । ଜୱାନରେ ବିଜୟ ସେତୁପତି ଖଳନାୟକ ଭୂମିକା ତୁଲାଇଥିଲେ । ଏହି ଫିଲ୍ମ ହିଟ ହୋଇଥିଲା ଏବଂ ଶାହାରୁଖଙ୍କ କ୍ୟାରିୟରକୁ ଏକ ନୂତନ ଦିଗ ପ୍ରଦାନ କରିଥିଲା । ଏହା ପୂର୍ବରୁ ଶାହାରୁଖ କ୍ରମାଗତ ଫ୍ଲପ ଫିଲ୍ମ ଦେଇ ଆସୁଥିଲେ ।
ଏବେ ଜୱାନର ସୀକ୍ୱେଲରେ କିଏ ଖଳନାୟକ ହେବେ ସେ ନେଇ ପ୍ରଶଂସକଙ୍କ ଉତ୍କଣ୍ଠା ବୃଦ୍ଧି ପାଇଛି । ସାଉଥର ଜଣେ ସୁପରଷ୍ଟାର ଖଳନାୟକ ଭୂମିକା କରିବେ । ତେବେ ତାଙ୍କ ନାମକୁ ସସ୍ପେନ୍ସ ରଖାଯାଇଛି । ୨୦୨୩ରେ ରିଲିଜ ହୋଇଥିବା ଜୱାନ ବକ୍ସ ଅଫିସରେ ୧୧୦୦ କୋଟି ଗ୍ରସ କଲେକ୍ସନ କରିଥିଲା । ନୟନତାରା, ବିଜୟ ଓ ଦୀପିକା ପାଦୁକୋନ ଏଥିରେ ଅଭିନୟ କରିଥିଲେ । ଫିଲ୍ମର ଆକ୍ସନ ଓ ରୋମାଂଚକୁ ଦର୍ଶକମାନେ ବେଶ ପସନ୍ଦ କରିଥିଲେ । ଅଟଲୀ କୁମାର ଏହା ମାଧ୍ୟମରେ ଶାହାରୁଖଙ୍କୁ ନୂଆ ଲୁକ ପ୍ରଦାନ କରିଥିଲେ ।